ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଡେଙ୍ଗୁ ରୋକିବାକୁ ସ୍ୱତନ୍ତ୍ର ପ୍ରସ୍ତୁତି, ୧୩ ହଜାର ଲେନ୍‌ ବୁଲିବ BMC

ଭୁବନେଶ୍ୱର, ୧୨।୬: ଜନସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ ଏବଂ ସିଟି ହେଲ୍‌ଥ ସୋସାଇଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ତୃଣମୂଳ କର୍ମୀଙ୍କ ପ୍ରଶିକ୍ଷଣ ବୈଠକ । ମେୟର ସୂଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନାଗରିକମାନଙ୍କୁ ସଚେତନ କରାଇବା ସହିତ ସେମାନଙ୍କୁ ଡେଙ୍ଗୁ ପ୍ରତିରୋଧ ଉପାୟ ଆପଣେଇବା ନିମନ୍ତେ ଏହି ଶିବିରର ଆୟୋଜନ କରାଯାଇଛି । ଭୁବନେଶ୍ୱରର ଘରେ ଘରେ ଯେପରି ଏହି ବାର୍ତ୍ତା ପହଞ୍ଚିବ ସେଥିପାଇଁ ପ୍ରସ୍ତୁତ ହୋଇଛନ୍ତି ପ୍ରାୟ ୮୦୦ କର୍ମୀ । ଭୁବନେଶ୍ୱରର ପ୍ରତ୍ୟେକ ୱାର୍ଡରେ ଥିବା ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ୱଚ୍ଛସାଥୀଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ହୋଇଛି । ୩ଟି ପ୍ରଶିକ୍ଷଣ ଶିବିରର ଆୟୋଜନ କରି ସମସ୍ତ ଜୋନ୍‌ର ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ୱଚ୍ଛସାଥୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଛି । ଭୁବନେଶ୍ୱରର ୬୭ ୱାର୍ଡକୁ ୧୩୦୦୦ ଲେନ୍‌ରେ ବିଭକ୍ତ କରାଯାଇଛି । 

ଏଥିପାଇଁ ବିଏମ୍‌ସି ପକ୍ଷରୁ ସଫା ଆପ୍‌ ପ୍ରୟୋଗକରି ଏହି କର୍ମୀମାନେ ସମ୍ବେଦନଶୀଳ ଘରକୁଯାଇ ସର୍ଭେ କରିବେ । ସମୁଦାୟ ଚାରିଗୋଟି ଫେଜ୍‌ରେ ଏହି ସର୍ଭେ କରିବେ  । ପ୍ରତ୍ୟେକ କର୍ମୀ ୩୫୦ ରୁ ୪୦୦ ଘର ସର୍ଭେ କିରିବାକୁ ଟାର୍ଗେଟ ରଖାଯାଇଛି । ଘର ଚାରିପାଖ, ଘର ଭିତର, ବାହାରେ ବୁଲି ପାଣି ଜମିଥିବା ଅଞ୍ଚଳ ବୁଲି ଦେଖିବେ । ଏଠାରେ ବିଭିନ୍ନ ପ୍ରକାରର ପାଣି ଜମିବା ସ୍ଥାନ, ପାତ୍ର, ଟାୟାର, ଇତ୍ୟାଦି ଦେଖିବେ ଏବଂ ରହିଥିବା ମଶା ଲାର୍ଭାକୁ ନଷ୍ଟ କରିବେ । ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେବାକୁଥିବା ଉକ୍ତ ଗୋଷ୍ଠୀ ସଂଯୋଗ କାର୍ଯ୍ୟକ୍ରମରେ ୪ଟି ଫେଜ୍‌ରେ ଜଣେ କର୍ମୀ ୩୫୦ରୁ ୪୦୦ ଘର ସର୍ଭେ କରିବେ । ସିଟି ହେଲ୍‌ଥ ସୋସାଇଟି ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଲିଫ୍‌ଲେଟ୍‌ କୁ ନେଇ କର୍ମୀମାନେ ଘରକୁ ଘର ବୁଲିବେ । 

ଏହାର ଉପର ଭାଗରେ ଥିବା ସୂଚନା ଦେଇ ନିମ୍ନ ଭାଗରେ ପରିବାରର ସୂଚନା ଆଣିବେ, ସଂପୃକ୍ତ ପରିବାରର ଡେଙ୍ଗୁ ପ୍ରତିରୋଧି ଆଚରଣ ବୁଝିବେ ଓ ଆବଶ୍ୟକୀୟ ପଦକ୍ଷେପ ନେବେ । ଆଜି ଉତ୍ତର ଜୋନ୍‌ ଏବଂ ଦକ୍ଷିଣ ପୂର୍ବ ଜୋନ୍‌ର ୨ଟି ସ୍ୱତନ୍ତ୍ର ପ୍ରଶିକ୍ଷଣରେ ପ୍ରାୟ ୬୦୦ ଅଂଶଗ୍ରହଣକାରୀଙ୍କ ସମେତ କମ୍ୟୁନିଟି ଅର୍ଗାନାଇଜର୍‌, ହେଲ୍‌ଥ ୱାର୍କର, ୱାର୍ଡ ଅଫିସର, ସାନିଟାରି ଇନ୍‌ସପେକ୍ଟର ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ ଅଧ୍ୟକ୍ଷତା କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.