ପ୍ରମୂଖ ଖବର
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା-ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଏକକାଳୀନ ୯ଟି ସ୍ଥାନରେ ରେଡ୍
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ମେକ୍ସିକୋରେ ଭୟଙ୍କର ସଡ଼କ ଦୁର୍ଘଟଣା, ୪୧ ମୃତ

Published By : prameya | February 9, 2025 11:16 AM

ନୂଆଦିଲ୍ଲୀ,୦୯/୦୨: ମେକ୍ସିକୋରେ ଭୟଙ୍କର ସଡ଼କ ଦୁର୍ଘଟଣା । ଟ୍ରେଲର ସହ ଧକ୍କା ଦେଇ ବସରେ ଲାଗିଲା ନିଆଁ । ଫଳରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ୍ ୪୮ ଜଣ ଯାତ୍ରୀଙ୍କୁ ନେଇ ବସଟି କୈନକନ୍‌ରୁ ଟେବସ୍କୋ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ଯାଏଁ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ତଦନ୍ତ କରୁଛି ପୋଲିସ । 

ଟାବାସ୍କୋ ରାଜ୍ୟ ସରକାର ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ବସ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଟ୍ରଲର ସହିତ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା। ଫଳରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଶନିବାର ସକାଳେ ଏସକାର୍ସେଗା ସହର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ମୃତକଙ୍କ ପରିଚୟ ଜଣାପଡ଼ିନାହିଁ। ରିପୋର୍ଟ ଅନୁଯାୟୀ, ବସ୍ ଅପରେଟର ଟୁର୍ ଆକୋଷ୍ଟାର ବସ୍ ପର୍ଯ୍ୟଟକଙ୍କୁ ନେଇ ଯାତ୍ରା କରୁଥିଲା। ଅପରେଟରଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ବସ୍‌ରେ ପ୍ରାୟ ୪୮ ଜଣ ଲୋକ ଥିଲେ ଯେଉଁମାନେ ଦୁର୍ଘଟଣାର ଶିକାର ହୋଇଥିଲେ। ଏନେଇ କମ୍ପାନୀ ଦ୍ୱାରା ଦୁର୍ଘଟଣାର ତଦନ୍ତ କରାଯାଉଛି। ସେହିପରି ଦୁର୍ଘଟଣା ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବ ବସ୍ କର୍ତ୍ତୁପକ୍ଷ। ସେପଟେ ଦୁର୍ଘଟଣାଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ ରାଜ୍ୟ ସରକାର ଘୋଷଣା କରିଛନ୍ତି ।  ରିପୋର୍ଟ ଅନୁସାରେ, ଆହତମାନେ କହିଛନ୍ତି ଯେ, କିଛି ମୁହୂର୍ତ୍ତ ମଧ୍ୟରେ ନିଆଁ ସମ୍ପୂର୍ଣ୍ଣ ବସ୍‌ରେ ଲାଗିଯାଇଥିଲା। 











Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.