ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ସୋଲାର ପାୱାର ବ୍ୟାଗ୍‌ପ୍ୟାକ୍, ଥରେ ଚାର୍ଜ କଲେ ଚାଲେ ୮ ଘଣ୍ଟା

Published By : Prameya | February 17, 2025 4:04 PM

ନୂଆଦିଲ୍ଲୀ, ୧୭।୨: ଉଜ୍ୱଳ ଭବିଷ୍ୟତ ଗଢ଼ିବାରେ ସହାୟକ ହୁଏ ଶିକ୍ଷା । କିନ୍ତୁ, ଏଭଳି କିଛି ଦେଶ ରହିଛି ଆର୍ଥିକ ଅଭାବ ପାଇଁ ଅନ୍ଧାରକୁ ଠେଲି ହୋଇଯାଉଛି ଭବିଷ୍ୟତ । ସରକାରୀ ସୁବିଧା ନଥିବାରୁ ପିଲାଙ୍କ ପାଠପଢ଼ାରେ ଲାଗୁଛି ଡୋରି । ସେଥିମଧ୍ୟରୁ ଗୋଟିଏ ହେଉଛି ଆଫ୍ରିକାର ଗ୍ରାମାଞ୍ଚଳ । ଆଫ୍ରିକାର ଗ୍ରାମାଞ୍ଚଳରେ ସ୍କୁଲରେ ପଢ଼ିଥିବା ପିଲାମାନଙ୍କ ସମସ୍ୟା କାହିଁରେ କେତେ । ଆଫ୍ରିକାର ତାଞ୍ଜାନିଆରେ କିଛି ଏଭଳି ଅଞ୍ଚଳ ରହିଛି, ଯେଉଁଠାରେ ବିଜୁଳିର ଘୋର ଅଭାବ ରହିଛି । ରାତିରେ ପଢ଼ିବାକୁ ହେଲେ ପିଲାମାନେ ଦୀପରେ ମହଙ୍ଗା ଏବଂ ପ୍ରଦୂଷିତ ତେଲ ଜାଳି ପାଠ ପଢ଼ଥାନ୍ତି । ପିଲାମାନେ ସନ୍ଧ୍ୟା ପରେ କିପରି ପଢ଼ିପାରିବେ ଏଥିପାଇଁ ସାହାଯ୍ୟ କରିବାକୁ ଆଗେଇ ଆସିଛି ତାଞ୍ଜାନିଆର ଏକ ସଂଗଠନ । ସୌର ଶକ୍ତିକୁ ବ୍ୟବହାର କରି ପିଲାଙ୍କ ପାଇଁ ଆଣିଛି ‘ସୋଲାର ପାୱାର ବ୍ୟାଗ୍‌ପ୍ୟାକ୍’ ।

କିପରି କାମ କରେ ସୌରଚାଳିତ ବ୍ୟାକପ୍ୟାକ୍ ?

ଇନୋସେଣ୍ଟ ଜେମ୍ସ ସୌରଚାଳିତ ବ୍ୟାକପ୍ୟାକ୍ ଉଦ୍ଭାବକ । ତାଞ୍ଜାନିଆର ଏକ ଗ୍ରାମୀଣ ସମ୍ପ୍ରଦାୟରେ ତାଙ୍କର ଜନ୍ମ । ତାଞ୍ଜାନିଆରେ ବିଜୁଳି ସଂଯୋଗ ନଥିବାରୁ ଏହା ପିଲାମାନଙ୍କ ପାଠପଢ଼ାରେ ବାଧା ସାଜୁଥିବା । ଯାହା ପରେ ସେ ଏହାର ସମାଧାନ କରିବାକୁ ଚିନ୍ତା କଲେ । ତାଞ୍ଜାନିଆର ଏକାଧିକ ଘର ଏଭଳି ରହିଛି, ଯେଉଁଠାରେ ବିଦ୍ୟୁତ୍ ସଂଯୋଗ ହୋଇନାହିଁ । ଯାହା ପିଲାମାନଙ୍କ ଶିକ୍ଷାରେ ଏକ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି । ଜେମ୍ସଙ୍କ କହିବାନସାରେ, ସନ୍ଧ୍ୟାବେଳେ ପଢ଼ିବା ପାଇଁ ଆଲୋକ ନଥିବାରୁ ପିଲାମାନେ ପଢ଼ିବା ପାଇଁ ଗୋଷ୍ଠୀବଦ୍ଧ ଭାବେ ବହି ପଢ଼ିବା ସମୟରେ ବ୍ୟାକପ୍ୟାକ୍ ଧାରଣା ଆସିଥିଲା । ସେ ସିମେଣ୍ଟ ବ୍ୟାଗ୍ ଏବଂ ପାରମ୍ପରିକ ଆଫ୍ରିକୀୟ କପଡ଼ା ସମେତ ପୁନଃଚକ୍ରିତ ସାମଗ୍ରୀରୁ ସୌରଚାଳିତ ବ୍ୟାକପ୍ୟାକ୍ ତିଆରି କରିବା ଆରମ୍ଭ କଲେ । ଏହି ସୌରଚାଳିତ ବ୍ୟାଗଗୁଡ଼ିକ ମଧ୍ୟରେ ଏକ ସୌର ପ୍ୟାନେଲ୍ ସିଲେଇ କରାଯାଇଛି । ଯାହା ସମ୍ପୂର୍ଣ୍ଣ ଚାର୍ଜ ହୋଇ ୮ ଘଣ୍ଟା ପର୍ଯ୍ୟନ୍ତ ଆଲୋକ ଯୋଗାଇପାରିବ । ସ୍କୁଲକୁ ଚାଲିବା ସମୟରେ ମଧ୍ୟ ପୁନଃଚାର୍ଜ ହୋଇପାରିବ । ଗୋଟିଏ ଦିନର ଆଲୋକ ଅନେକ ରାତି ପାଠପଢ଼ା ପାଇଁ ସୁଯୋଗ ଦେଇପାରିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.