ନୂଆଦିଲ୍ଲୀ,୦୭/୦୩: କିଛି ଖେଳାଳି ଥାନ୍ତି ତାଙ୍କ କାମ କଥା କୁହେ । ସେମିତି ଜଣେ ପ୍ଲେୟାର ହେଉଛନ୍ତି ଶ୍ରେୟାସ ଆୟର । ୨୦୨୩ ଦିନିକିଆ ବିଶ୍ବକପଠୁ ନେଇ ଜାରି ଥିବା ଚାମ୍ପିଅନ୍ସ ଟ୍ରଫି ଯାଏ ତାଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଶ୍ରେୟସ ଆୟରଙ୍କ ପାଇଁ ଖୁବଶୀଘ୍ର ଭଲ ଦିନ ଆସିବାକୁ ଯାଉଛି । ଖରାପ ଫର୍ମ ପାଇଁ ଦିନେ ତାଙ୍କ ପାଖରୁ ଯାହା ଚାଲି ଯାଇଥିଲା ତାକୁ ଫେରି ପାଇବାକୁ ଯାଉଛନ୍ତି ଶ୍ରେୟସ ଆୟର । ଏ ନେଇ ବିସିସିଆଇ ଏକ ବଡ ପ୍ଲାନ କରିବାକୁ ଯାଉଛି । ଚାମ୍ପିଅନ୍ସ ଟ୍ରଫି ଶେଷ ହେବା ପରେ ଖେଳାଳିଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ରିଭ୍ୟୁ କରିବ । ଯେଉଁଥିରେ ଶ୍ରେୟସ ଆୟରଙ୍କ ଏଣ୍ଟ୍ରୀ ହୋଇପାରେ ।
କଣ୍ଟ୍ରାକ୍ଟ ଫେରି ପାଇବେ ଆୟର! ବିସିସିଆଇର ବାର୍ଷିକ କଣ୍ଟ୍ରାକ୍ଟରୁ ବାଦ୍ ପଡିଥିଲେ କି ଥିଲେ ଆୟର ? ସେ ଘରୋଇ କ୍ରିକେଟ ନ ଖେଳି ବିସିସିଆଇ ନିୟମ ଉଲ୍ଲଘଂନ କରିଥିଲେ । ତେଣୁ ତାଙ୍କୁ ବାର୍ଷିକ ଚୁକ୍ତିରୁ ବାଦ ଦିଆଯାଇଥିଲା । ଏବେ କାହାଣୀ ବଦଳି ଯାଇଛି । ବର୍ତ୍ତମାନ ଶ୍ରେୟସ ଯେଉଁ ଫର୍ମରେ ରହିଛନ୍ତି ତାକୁ ଏବେ ଚର୍ଚ୍ଚା । ସେ ପୁଣି ବିସିସିଆଇ ବାର୍ଷିକ ଚୁକ୍ତି ଫେରି ପାଇବା ନେଇ ଜଣାପଡିଛି । ଏ ନେଇ ବିସିସିଆଇ ବଡ ପ୍ଲାନ କରୁଥିବା ରିପୋର୍ଟ ସୁତ୍ରରୁ ସୂଚନା ମିଳିଛି ।
ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ନିଷ୍ପତ୍ତି ନେବ BCCI - ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ବିସିସିଆଇ ଚାମ୍ପିଅନ୍ସ ଟ୍ରଫି ପରେ ଖେଳାଳିଙ୍କ ବାର୍ଷିକ ଚୁକ୍ତିରେ ରିଭ୍ୟୁ କରିବାକୁ ନିଷ୍ପତ୍ତି ନେଇଛି । କାରଣ ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ପ୍ରଦର୍ଶନକୁ ସମୀକ୍ଷା କରିବ । ଖେଳାଳିଙ୍କ ଗ୍ରେଡକୁ ନେଇ ତିନି ଫର୍ମାଟରେ ପ୍ରଦର୍ଶନ ଆଧାରରେ ନୂଆ କଣ୍ଟ୍ରାକ୍ଟରେ ନିଷ୍ପତ୍ତି ହେବ । ଗ୍ରେଡ୍ ଏ ପ୍ଲାନର ମଧ୍ୟ ସମୀକ୍ଷା କରିବ । ଯେଉଁଥିରେ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜା ଅଛନ୍ତି ।
ଅଧିକ ପଢନ୍ତୁ...ସାଇଲେଣ୍ଟ କିଲର ଶ୍ରେୟସ ଆୟର; ଚାମ୍ପିଅନ୍ସ ଟ୍ରଫିରେ ବିପକ୍ଷ ପାଇଁ ସାଜିଛନ୍ତି କଣ୍ଟା
ରୋ-କୋଙ୍କ ଜାଗା ନେବେ ଆୟର- ରିପୋର୍ଟ ଅନୁସାରେ, ଆସିବାକୁ ଥିବା ନୂଆ ବାର୍ଷିକ ଚୁକ୍ତିରେ ରୋହିତ-ବିରାଟ କୋହଲି ଏବଂ ଜାଡେଜାଙ୍କ ସ୍ଥାନରେ ପରିବର୍ତ୍ତନ ହୋଇପାରେ । ଏହି ୩ ଖେଳାଳି ଟପ୍ ଗ୍ରେଡ୍ ଅର୍ଥାତ ଗ୍ରେଡ ଏ ପ୍ଲସରୁ ବାଦ ପଡି ପାରନ୍ତି । କାରଣ ବିସିସିଆଇ କେବଳ ସେହି ଖେଳାଳିଙ୍କୁ ସାମିଲ କରିବାକୁ ଯାଉଛି ଯିଏ ଫର୍ମରେ ଅଛନ୍ତି । ରୋହିତ-କୋହଲି ଓ ଜାଡେଜା ଟି-ଟ୍ବେଣ୍ଟିରୁ ସନ୍ୟାସ ନେଇ ସାରିଛନ୍ତି । ଟେଷ୍ଟରେ ସେମାନଙ୍କର ପ୍ରଦର୍ଶନ ସେତେ ଭଲ ନାହିଁ । ତେଣୁ ତାଙ୍କ ସ୍ଥାନ ନେଇ ପାରନ୍ତି ଶ୍ରେୟସ ଆୟର ।