ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସାଇଲେଣ୍ଟ କିଲର ଶ୍ରେୟସ ଆୟର; ଚାମ୍ପିଅନ୍ସ ଟ୍ରଫିରେ ବିପକ୍ଷ ପାଇଁ ସାଜିଛନ୍ତି କଣ୍ଟା

Published By : Ankita S | March 5, 2025 1:57 PM

ନୂଆଦିଲ୍ଲୀ,୦୫/୦୩: ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ଅପରାଜେୟ ରହି ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲରେ ପ୍ରବେଶ କରିଛି । ବାଂଲାଦେଶ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା ଭାରତ । ସେମି ମୁକାବିଲାରେ ଦୁବାଇ ମୈଦାନରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲ ଟିକେଟ୍ ହାତେଇଛି । ଭାରତର ଏହି ଯାତ୍ରାରେ ଜଣେ ସ୍ପେଶାଲ ପ୍ଲେୟାରଙ୍କ ଭାଗୀଦାରି ରହିଛି । ବିପକ୍ଷ ଦଳ ପାଇଁ ସାଇଲେଣ୍ଟ କିଲର ସାବ୍ୟସ୍ତ ହୋଇଛନ୍ତି ପ୍ଲେୟାର ଜଣକ । ଭାରତର ସଅଳ ୨ଟି ୱିକେଟ ପତନ ଯେବେ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳେ । ସେହି ଖେଳାଳି ନିରାଶକୁ ଉତ୍ସାହରେ ପରିଣତ କରିଛନ୍ତି । ମିଡଲ ଅର୍ଡରରେ ବ୍ୟାଟିଂ କରିବାକୁ ଆସୁଥିବା ବ୍ୟାଟର କୁହନ୍ତି ଚିନ୍ତା ନାହିଁ ମୁଁ ଅଛି ନା… । ସେ ପ୍ଲେୟାର ଜଣକ ହେଉଛନ୍ତି ଶ୍ରେୟାସ ଆୟର ।

ଫୁଲ ଫର୍ମରେ ଅଛନ୍ତି ଷ୍ଟାର ଖେଳାଳି ଶ୍ରେୟାସ ଆୟର । ଦିନିକିଆ କ୍ରିକେଟରେ ଭାରତ ପାଇଁ ଶୁଭଙ୍କର ସାବ୍ୟସ୍ତ ହେଛନ୍ତି ଶ୍ରେୟାସ । ସେ ଗତ ୭ ଇନିଂସରେ ୫୩.୭୧ ଆଭରେଜରେ ୩୭୬ ରନ୍ କରିଛନ୍ତି । ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ୪ଟି ମ୍ୟାଚ ଖେଳି ୪୮.୭୧ ଆଭରେଜରେ ୧୯୫ରନ କରିବାରେ ସଫଳ ହୋଇଛନ୍ତି । ଏଥିରେ ଦୁଇଠି ଅର୍ଦ୍ଧଶତକ ସାମିଲ ଅଛି । ୭୯ ରନ୍ ତାଙ୍କର ବେଷ୍ଟ ସ୍କୋର ଥିଲା । ଭାରତୀୟ ପ୍ଲେଇଙ୍ଗ୍ ୧ ରେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରୁଛନ୍ତି । ଦିନିକିଆ ବିଶ୍ବକପ ୨୦୨୩ରେ ବିପକ୍ଷ ଟିମ୍ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ ।


ଅଧିକ ପଢନ୍ତୁ...ହିଟମ୍ୟାନଙ୍କ ନାମରେ ଐତିହାସିକ ୱାର୍ଲ୍ଡ ରେକର୍ଡ ; ପଛରେ ପଡିଲେ ଧୋନୀ

ଆଇସିସି ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଅଷ୍ଚ୍ରେଲିଆକୁ ଭାରତ ସେମିରେ ପ୍ରବେଶ କରିଛି । ଏହି ମ୍ୟାଚରେ ୧୫ରନରେ ଦଳ ପ୍ରଥମ ୱିକେଟ ହରାଇଥିଲା । ପରେ ପରେ ରୋହିତ ଶର୍ମା ପାଭିଲିନୟ ଫେରିଥିଲେ । ଏହି ସମୟରେ କୋହଲିଙ୍କ ସାଥ ଦେଇଥିଲେ ଶ୍ରେୟାସ ଆୟର । ୪୫ ରନ କରି ଆଉଟ ହୋଇଥିଲେ ମାତ୍ର ଦଳକୁ ଯେଉଁ ଆବଶ୍ୟକତା ଥିଲା ତାହା ପୂରଣ କରିଥିଲେ ଆୟର । ଏହାପୂର୍ବରୁ ଶେଷ ଲିଗ୍ ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ମ୍ୟାଚ ଛଡାଇ ଆଣିଥିଲେ । ଭାରତର ୩୦ରନରେ ୩ଟି ୱିକେଟ ପତନ ହୋଇଥିଲା । ଏପରି ସଙ୍କଟ ସମୟରେ ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥିଲେ । ଏହା ପୂର୍ବରୁ ପାକିସ୍ତାନ ବିପକ୍ଷ ଲିଗ୍ ମ୍ୟାଚରେ ମଧ୍ୟ ମୋର୍ଚ୍ଚା ସମ୍ଭାଳିଥିଲେ ଆୟର ।

ଯଦି ରେକର୍ଡ କଥା କହିବା ତେବେ ଗତ ୭ ଇନିଂସରେ ଶ୍ରେୟାସ ୩୭୬ ରନ କରିଛନ୍ତି । ଚାମ୍ପିଅନ୍ସ ଟ୍ରଫିର ୪ଟି ମ୍ୟାଚ ଖେଳି ୧୯୫ରନ କରିଛନ୍ତି । ବିଶେଷ କରି ଦିନିକିଆ ବିଶ୍ବକପ ୨୦୨୩ରେ ଧମାଲ ମଚାଇଥିଲେ । ୧୧ ପାଳିରେ ୫୩୦ରନ କରିଥିଲେ । ଏଥିରେ ୨ଟି ଶତକ ଓ ୩ଟି ଅର୍ଦ୍ଧଶତକ ସାମିଲ ଥିଲା । ଅପରାଜିତ ୧୨୮ରନ୍ ବେଷ୍ଟ ସ୍କୋର ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.