ପ୍ରମୂଖ ଖବର
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ICC ପୁରସ୍କାର ଦୌଡ଼ରେ ଶ୍ରେୟାସ ଆୟର

Published By : Ankita S | April 9, 2025 1:46 PM

ନୂଆଦିଲ୍ଲୀ,୦୯ /୦୪: ଆଇସିସି ପକ୍ଷରୁ ଗତ ମାର୍ଚ୍ଚ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ୩ଜଣିଆ ତାଲିକା ଘୋଷଣା ହୋଇଛି । ଏଥିରେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବ୍ୟାଟର ଶ୍ରେୟାସ ଆୟର, ନ୍ୟୁଜିଲାଣ୍ଡ ପେସ୍‌ ବୋଲର ଜାକବ ଡଫି ଓ ବ୍ୟାଟର ରଚିନ ରବିନ୍ଦ୍ର ସ୍ଥାନ ପାଇଛନ୍ତି । ଆୟର ଭାରତକୁ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଚାମ୍ପିଅନ୍‌ କରାଇବାରେ ଅନ୍ୟତମ ଭୂମିକା ଗ୍ରହଣ କରିଥିଲେ । 

ମାର୍ଚ୍ଚ ମାସରେ ସେ ୩ଟି ଦିନିକିଆ ଖେଳି ୫୭.୩୩ ଆଭରେଜରେ ମୋଟ ୧୭୨ରନ୍‌ ସଂଗ୍ରହ କରିଥିଲେ । ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୭୯, ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲ୍‌ରେ ୪୫ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ୍‌ରେ ୪୮ରନ୍‌ର ମ୍ୟାଚ୍‌ ବିଜୟୀ ଇନିଂସ୍‌ ଖେଳିଥିଲେ । ସେହିପରି ରବିନ୍ଦ୍ର ମଧ୍ୟ ୩ଟି ଦିନିକିଆ ଖେଳି ୫୦.୩୩ ଆଭରେଜରେ ୧୫୧ ରନ୍‌ କରିବା ସହ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ । 

ସେହିପରି ଡଫି ପାକିସ୍ତାନ ବିପକ୍ଷ ୫ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ମୋଟ ୧୩ଟି ୱିକେଟ୍‌ ନେଇଥିଲେ । ତାଙ୍କ ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ ୪-୧ରେ ସିରିଜ ବିଜୟୀ ହୋଇଥିଲା । ଏହାପରେ ପାକିସ୍ତାନ ବିପକ୍ଷ ପ୍ରଥମ ଦିନିକିଆରେ ମଧ୍ୟ ସେ ୨ଟି ୱିକେଟ୍‌ ହାସଲ କରିଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.