ନୂଆଦିଲ୍ଲୀ: ଆଇପିଏଲର ୧୮ତମ ସିଜିନର ପ୍ରଥମ ସୁପର ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଅରୁଣ ଜେଟଲି ଷ୍ଟାଡିୟମରେ ହେଉଥିବା ମ୍ୟାଚ ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୧୧ ରନ ହାସଲ କରିଥିଲା। ଦିଲ୍ଲୀର କେଏଲ ରାହୁଲ ଏବଂ ଟ୍ରିଷ୍ଟାନ ଷ୍ଟବସ୍ ସନ୍ଦୀପ ଶର୍ମାଙ୍କ ବିପକ୍ଷରେ ୪ ବଲ୍ ମଧ୍ୟରେ ଲକ୍ଷ୍ୟ ହାସଲ କରିନେଇଥିଲେ।
ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ୩୨ ତମ ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ବାଛିଥିଲା। ଦିଲ୍ଲୀ ୫ ୱିକେଟ୍ ହରାଇ ୧୮୮ ରନ୍ ହାସଲ କରିଥିଲା। ରାଜସ୍ଥାନ ମଧ୍ୟ ୪ ୱିକେଟ୍ ହରାଇ ମାତ୍ର ୧୮୮ ରନ୍ କରିପାରିଥିଲା। ମିଚେଲ ଷ୍ଟାର୍କ ୨୦ତମ ଓଭରରେ ଶିମରୋନ ହେଟମାୟର ଏବଂ ଧ୍ରୁବ ଜୁରେଲଙ୍କ ବିପକ୍ଷରେ ୯ ରନ ରକ୍ଷା କରି ମ୍ୟାଚ୍ ଟାଇ କରିଦେଇଥିଲେ।
ନୀତୀଶ ରାଣା ଏବଂ ଯଶସ୍ୱୀ ଜୟସୱାଲ ଉଭୟ ରାଜସ୍ଥାନରୁ ଅର୍ଦ୍ଧ ଶତକ ହାସଲ କରିଥିଲେ। ଅଧିନାୟକ ସଞ୍ଜୁ ସାମସନ ୩୧ ରନ କରିବା ପରେ ରିଟାୟାରଡ୍ ହର୍ଟ ହୋଇଥିଲେ। ଜୋଫ୍ରା ଆର୍ଚର ୨ଟି ୱିକେଟ ନେଇଥିଲେ। ଦିଲ୍ଲୀ ପକ୍ଷରୁ ଅଭିଷେକ ପୋରେଲ ୪୯ ରନ କରିଥିଲେ। କୁଲଦୀପ ଯାଦବ, ଅକ୍ଷର ପଟେଲ ଏବଂ ମିଚେଲ ଷ୍ଟାର୍କ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।