ପୁରୀ,୧୨/୧୨: ମଙ୍ଗଳବାର ବଡ଼ଦେଉଳରେ ମକର ସଂକ୍ରାନ୍ତି । ଏଣୁ ରବିବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ‘ଦୁଧ ମେଲାଣ’ ଓ ‘ଜଳ ଅଧିବାସ’ ନୀତି ।
ବଡ଼ଦେଉଳ ରୀତିରୀତି ଅନୁସାରେ ମକର ସଂକ୍ରାନ୍ତି ପୂର୍ବଦିନ ମହାପ୍ରଭୁଙ୍କ ନବାଙ୍କ ବେଶ ଓ ମକର ଅଧିବାସ ନୀତି ଆଦି ଅନୁଷ୍ଠିତ ହୋଇଥାଏ । ନବାଙ୍କ ପୂର୍ବ ଦିନ ଦୁଧ ମେଲାଣ ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଶ୍ରୀରାମ କୃଷ୍ଣ ମହାପ୍ରଭୁ ଶ୍ରୀମନ୍ଦିରରୁ ପାଲିଙ୍କିରେ ଆସି ଜଗନ୍ନାଥ ବଲ୍ଳଭରେ ବିଜେ ହେବେ । ଘଣ୍ଟ ଛତା କାହାଳୀ ସହ ମହାଭୋଇ ସେବକ ଗଉଡ଼ ଦେଇଥିବା ଦୁଧ ଭାର ନେଇ ଆସିବେ । ଠାକୁରଙ୍କୁ ମଣୋହି କରାଯିବ । ବାହୁଡ଼ା ବିଜେ କରି ଶ୍ରୀମନ୍ଦିରସ୍ଥ ମହାଲକ୍ଷ୍ମୀଙ୍କ ମନ୍ଦିରରେ ପଡ଼ିଥିବା ଖଟ ଉପରେ ଠାକୁରେ ବିଜେ ହେବେ । ସେଠାରେ ପ୍ରସାଦ ଲାଗି କରାଯିବ । ସୋମବାର ଶ୍ରୀମନ୍ଦିରରେ ଦେବାଭିଷେକ ପୂର୍ଣ୍ଣିମା । ଏଥିସହ ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୋହିଣୀ ବୃଷ ନକ୍ଷେତ୍ର ନୀତି ଅନୁଷ୍ଠିତ ହୋଇଥିଲା ।