ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସୋମବାରଠୁ ଖୋଲିବ ରାଜଭବନ ଉଦ୍ୟାନ, କେବଳ ମୋବାଇଲ୍‌ ଆପ୍‌ ପଞ୍ଜିକରଣ ପରେ ମିଳିବ ଏଣ୍ଟ୍ରି

Published By : Prameya | January 12, 2025 1:17 PM

ଭୁବନେଶ୍ୱର ୧୨/୦୧: ରାଜଭବନ ଉଦ୍ୟାନ  ସୋମବାର ଅର୍ଥାତ୍ ଆସନ୍ତା ୧୩ ତାରିଖରୁ ଖୋଲା ରହିବ । ସର୍ବସାଧାରଣ  ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ବୁଲି ଦେଖିପାରିବେ । କିନ୍ତୁ ଏଥର ନିୟମ ଟିକେ ଅଲଗା ହୋଇଛି । କାରଣ କେବଳ ମୋବାଇଲ୍‌ ଆପ୍‌ ପଞ୍ଜିକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ  ଅନୁମତି ଦିଆଯିବ । ରାଜଭବନ ଉଦ୍ୟାନ ପରିଦର୍ଶନ  ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ ।  ଏଥିନିମନ୍ତେ ପ୍ଲେ ଷ୍ଟୋର କିମ୍ବା ଆପ୍ସ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ରାଜଭବନ, ଓଡ଼ିଶାର ମୋବାଇଲ୍‌ ଆପ୍‌ ଡାଉନ୍‌ଲୋଡ଼ କରିବାକୁ ପଡ଼ିବ । ଓଡ଼ିଶାର ରାଜଭବନ  ୱେବ୍‌ସାଇଟରେ ଉପଲବ୍ଧ ଥିବା କ୍ୟୁ-ଆର୍‌ କୋଡ଼ ମାଧ୍ୟମରେ ମୋବାଇଲ୍‌ ଆପ୍‌ ମଧ୍ୟ ଡାଉନ୍‌ଲୋଡ  କରାଯାଇପାରିବ ।  

ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ବୁଲିବାର ସମୟ ଅପରାହ୍ନ ୨ଟା ୩୦ମି ରୁ ୫ଟା ପର୍ଯ୍ୟନ୍ତ ରହିଛି ।  ସେହିପରି ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ  ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଏ.ଡ଼ି.ସିଚିଫ୍‌ ସିକ୍ୟୁରିଟି ଅଫିସରଙ୍କୁ ବିଦ୍ୟାଳୟ କତ୍ତୃର୍ପକ୍ଷ ‘ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ନିମନ୍ତେ ଅନୁରୋଧ  ପତ୍ର’ ପଠାଇବା ଆବଶ୍ୟକ ବୋଲି ସୂଚନା ଦିଆଯାଇଛି । ସ୍କୁଲ ପିଲାମାନଙ୍କ ପାଇଁ ଉଦ୍ୟାନ ପରିଦର୍ଶନ ସମୟ  ସକାଳ ଘ ୮.୩୦ମି. ରୁ ୧୦ ଘଟିକା ପର୍ଯ୍ୟନ୍ତ ଧାର୍ଯ୍ୟ  କରାଯାଇଛି । ଏ ସଂପର୍କରେ ଅଧିକ ବିବରଣୀ  ପାଇଁ ବିଦ୍ୟାଳୟ କତ୍ତୃର୍ପକ୍ଷ ରାଜଭବନ ୱେବ୍‌ସାଇଟ୍‌  ପରିଦର୍ଶନ କରିପାରିବେ । ସ୍କୁଲ ଛାତ୍ରଛାତ୍ରୀମାନେ  ସ୍କୁଲ ୟୁନିଫର୍ମ ଓ ପରିଚୟ କାର୍ଡ଼ ପରିଧାନ ପୂର୍ବକ  ଶିକ୍ଷକ, ଶିକ୍ଷୟିତ୍ରୀ, ସ୍କୁଲ କର୍ମଚାରୀଙ୍କ ତତ୍ତ୍ୱାବଧାନରେ  ଆସିବେ । ଉଦ୍ୟାନ ପରିଦର୍ଶନରେ ଆସିବାକୁ ଥିବା  ପର୍ଯ୍ୟଟକ ପାଇଁ ନ୍ୟୁ ଅଭିଷେକ ହଲ୍‌ ନିକଟସ୍ଥ ୩ ନମ୍ବର  ଗେଟ୍‌ରେ ପ୍ରବେଶ ଏବଂ ସିକ୍ୟୁରିଟି ବାରାକ ନିକଟସ୍ଥ  ଗେଟ୍‌ରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.