ଭୁବନେଶ୍ୱର,୧୨/୦୧: ଏଚଏମପିଭି ଭାଇରସ୍କୁ ନେଇ ଆସନ୍ତା ବୁଧବାର ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ବୁଧବାର ହେବାକୁ ଥିବା ଏହି ବୈଠକରେ ସମସ୍ତ ଜିଲ୍ଲାର ସ୍ଥିତି ଓ ପ୍ରସ୍ତୁତିକୁ ନେଇ ଆଲୋଚନା କରିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
ଏଚଏମପିଭି ଭୂତାଣୁ ନେଇ କେନ୍ଦ୍ର ଗାଇଡଲାଇନକୁ ଅପେକ୍ଷା କରାଯାଇଛି । ଗାଇଡ ଲାଇନ ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ରାଜ୍ୟ ସରକାର । ଏଯାଏଁ କେନ୍ଦ୍ର ନିକଟରୁ କୌଣସି ଗାଇଡଲାଇନ ଆସିନି । କେନ୍ଦ୍ର ଓ ଏନସିଡିସିର ବୈଷୟିକ ପରାମର୍ଶଦାତା କମିଟିର ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ।
ଏଚଏମପିଭି ଭୂତାଣୁ ସଂକ୍ରମଣରେ ଥଣ୍ଡା, ଜ୍ୱର, କାଶ ସହ ନିମୋନିଆ ହେଉଛି । କୋଭିଡ ସମୟରୁ ଆମ ରାଜ୍ୟରେ ଏଭଳି ସଂକ୍ରମଣର ପରୀକ୍ଷା ଏବଂ ଚିକିତ୍ସା ପାଇଁ ସମସ୍ତ ପ୍ରାକରର ବ୍ୟବସ୍ଥା କରଯାଇଛି । ଆମେ ପ୍ରସ୍ତୁତ ଅଛୁ । ସର୍ଭିଲାନ୍ସ ଚାଲିଛି, ଜିଲ୍ଲା ଗୁଡିକୁ ସର୍ଭିଲାନ୍ସ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ଔଷଧ ଓ ଆକ୍ସିଜେନ ମହଜୁଦ ଅଛି ବୋଲି ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।