ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ରତ୍ନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ବାବା ବାଗେଶ୍ୱର, ହିନ୍ଦୁ ରାଷ୍ଟ୍ରକୁ ଶସକ୍ତ କରିବାକୁ କଲେ ପ୍ରାର୍ଥନା

Published By : Prameya | January 12, 2025 10:53 AM

ପୁରୀ ୧୨/୦୧: ଶ୍ରୀକ୍ଷେତ୍ରରେ ବାଗେଶ୍ୱର ଧାମ୍‌ ବାବା ଧୀରେନ୍ଦ୍ର କ୍ରୀଷ୍ଣ ଶାସ୍ତ୍ରୀ। ଶନିବାର ସନ୍ଧ୍ୟାରେ ବଡ଼ଦେଉଳରେ ମହାପ୍ରଭଙ୍କୁ ଦର୍ଶନ କରିଥିଲେ ବାବା ବାଗେଶ୍ୱର। ଜୟ ବିଜୟ ଦ୍ବାର ନିକଟରେ ରତ୍ନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆଶିଷ ଲାଭା କରିଥିଲେ। ପରେ ମା ବିମଳା, ମା ମହାଲକ୍ଷ୍ମୀ ଏବଂ ଅନ୍ୟ ପାର୍ଶ୍ବ ଦେବାବେଦୀଙ୍କୁ ଦର୍ଶନ କରିବା ସହ ବିଶେଷ ପୂଜାର୍ଚ୍ଚନା କରିଥିଲେ। ଫେରିବା ବେଳେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରସାଦ ସେବନ କରିଥିଲେ।

ଏହି ସମୟରେ ସେ କହିଛନ୍ତି ଯେ, ହିନ୍ଦୁ ରାଷ୍ଟ୍ରକୁ ଶସକ୍ତ କରିବା ସହ ବିଶ୍ୱର ମଙ୍ଗଳ କାମନା ଲାଗି ମହାବାହୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।  ଭାଗ୍ୟରେ ଥିଲେ ମିଳେ ମହାପ୍ରଭୁଙ୍କ ପ୍ରସାଦ ବୋଲି କହିଥିଲେ। ଏଥି ସହିତ ଗତ କିଛି ଦିନ ହେବ ଗୋମାତାଙ୍କ ହତ୍ୟା ବଢିବାରେ ଲାଗିଛି । ତେଣୁ ସେମାନଙ୍କ ସୁରକ୍ଷା ପାଇଁ ଆହ୍ୱାନ୍‌ ଦେଇଥିଲେ ବାବା ବାଗେଶ୍ୱର। ଏହି ସମୟରେ ଶ୍ରୀମନ୍ଦିରରେ ବାବାଙ୍କୁ ଦେଖିବାକୁ ପ୍ରବଳ ଭିଡ ଜମିଥିଲା । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.