ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ୟୁନିଟ-୩ରେ ଏକ ସପିଙ୍ଗ ମଲରେ ଅଗ୍ନିକାଣ୍ଡକୁ ଆୟତ୍ତ କଲେ ଫାୟାର ଫାଇଟର୍, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

Published By : Prameya | March 22, 2025 8:03 AM

ଭୁବନେଶ୍ୱର,୨୨/୦୩: ଶୁକ୍ରବାର ବିଳମ୍ବିତ ରାତିରେ ୟୁନିଟ-୩ ସ୍ଥିତ ଏକ ସପିଙ୍ଗ ମଲରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ କେହି ମୃତାହତ ହୋଇ ନାହାନ୍ତି । ଲକ୍ଷାଧିକ ଟଙ୍କାର ପୋଷାକପତ୍ର  ଜଳିପୋଡ଼ି ପାଉଁଶ ହୋଇ ଯାଇଛି । ଅଗ୍ନିଶମ ବାହିନୀର ୨ଟି ଦମକଳ ପ୍ରାୟ ଘଣ୍ଟାଏ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିପାରିଛନ୍ତି।

ସୂଚନା ମୁତାବକ, ଶୁକ୍ରବାର ରାତି  ପ୍ରାୟ ସାଢେ ୧୦ଟା ରେ ଶ୍ରୀୟା ଛକ ନିକଟରେ ଥିବା ଅରେଲିଆ ସପିଙ୍ଗ ମଲ୍‌ର ଦ୍ୱିତୀୟ ମହଲାରୁ ଧୂଆଁ ବାହାରିଥିଲା । ମଲ୍‌ ବାହାରେ ଜଗିଥିବା ସୁରକ୍ଷାକର୍ମୀ  ଏହା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ । କଳ୍ପନା ଓ ଲୋକସେବା ଭବନରୁ ୨ଟି ଦମକଳ ଗାଡି କିଛି ସମୟ ଭିତରେ  ଘଟଣାସ୍ଥଳରେ ପହଞ୍ଚିଲା । କିନ୍ତୁ ସପିଙ୍ଗ ମଲରେ  ତାଲା ପଡ଼ିଥିବାରୁ ଆଗ୍ନିକମାନେ ଭିତରକୁ ପଶି ପାରିନଥିଲେ । ପରେ ୨ଟି ସିଡ଼ି ଯୋଗେ ଅଗ୍ନିଶମ କର୍ମଚାରୀମାନେ ଦ୍ୱିତୀୟ ମହଲାକୁ ଚଢ଼ିଥିଲେ । ବାହାରପଟୁ କାଚ ଓ ଫାଇଭରକୁ ଭାଙ୍ଗି ଭିତରକୁ ପଶିଥିଲେ । ସେତବେଳକୁ ଦ୍ୱିତୀୟ ମହଲାର କିଛି  ଅଂଶ ଜଳୁଥିଲା । ଅଗ୍ନିଶମ କର୍ମଚାରୀମାନେ ପାଣି ସ୍ପ୍ରେ କରି ନିଆଁ ଲିଭାଇଥିଲେ । ସର୍ଟ ସର୍କିଟରୁ ନିଆଁ  ଲାଗିଥିବା ସନ୍ଦେହ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.