ପ୍ରମୂଖ ଖବର
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଶାହଙ୍କ ଅଭିଯୋଗ ଉପରେ ପାଓ୍ବାରଙ୍କ ପାଲଟା ଜବାବ୍, କହିଲେ-‘ ଆପଣଙ୍କୁ ତ ଗୁଜରାଟରୁ ବାହାର କରି ଦିଆଯାଇଛି’

ନୂଆଦିଲ୍ଲୀ,୨୭।୭:ଗୃହମନ୍ତ୍ରୀ  ଅମିତ ଶାହ ଓ ମହାରାଷ୍ଟ୍ରର ବରିଷ୍ଠ ନେତା ଓ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ମଧ୍ୟରେ ଜାରି ରହିଛି ଟାର୍ଗେଟ। ପାଓ୍ବାର କହିଛନ୍ତି, ଅମିତ ଶାହଙ୍କୁ ତାଙ୍କ ନିଜ ରାଜ୍ୟ ଗୁଜରାଟର ଲୋକମାନେ ସେଠାରୁ ବାହାର କରିଦେଇଛନ୍ତି। ମାନନୀୟ ସୁପ୍ରିମକୋର୍ଟ ଆଇନ ସହ ଖେଳିବା ଅଭିଯୋଗରେ ଶାହଙ୍କୁ  ଗୁଜରାଟରୁ ଦୂରେଇ ରହିବାକୁ କହିଥିଲେ। ଯେଉଁ ବ୍ୟକ୍ତିଙ୍କୁ ନିଜ ରାଜ୍ୟରୁ ବାହାର କରି ଦିଆଯାଇଛି, ସେ ବ୍ୟକ୍ତି ଆମ ଦେଶର ଗୃହମନ୍ତ୍ରୀ ହୋଇଛନ୍ତି। ଏହାଠାରୁ ର୍ଦୁଭାଗ୍ୟର କଥା ଆଉ କ’ଣ ବା ହୋଇପାରେ ?

ପାଓ୍ବାର କହିଛନ୍ତି, ଏଭଳି ଗୃହମନ୍ତ୍ରୀଙ୍କ ନେତୃତ୍ବରେ ଆମେ କୁଆଡେ ଯିବୁ ? ଯେଉଁ ଲୋକଙ୍କ ହାତରେ ଆଜି ଦେଶର ଦାୟିତ୍ବ ରହିଛି, ସେମାନେ ଦେଶକୁ ଭୁଲ ବାଟରେ ନେଉଛନ୍ତି। ଆମର ସବୁ ଦେଶବାସୀଙ୍କୁ ଏକାଠି ମିଶି ଭାବିବାକୁ ହେବ। ଆମେ ଏ ବିଷୟରେ ଯଦି କିଛି ନକରୁ ତେବେ ଆମର ସମାଜ ଆମର ଦେଶ ଖୁବ ବିପଦରେ ପଡିପାରେ। ଗୃହମନ୍ତ୍ରୀ ଅମିତ ଶାହଙ୍କୁ ୨୦୧୦ ରେ ଶୋହରାବୁଦ୍ଧିନ୍‌ ଏନକାଉଣ୍ଟର ମାମଲାରେ ଦୁଇ ବର୍ଷ ପାଇଁ ଗୁଜରାଟରୁ ବାହାରେ ରହିବାକୁ କୁହାଯାଇଛି।

ନିକଟରେ ପାଓ୍ବାରଙ୍କୁ ଟାର୍ଗେଟ କରି ଶାହ କହିଥିଲେ ମହାରାଷ୍ଟ୍ରରେ ଶରଦ ପାଓ୍ବାର ହେଉଛନ୍ତି ଭ୍ରଷ୍ଟାଚାରର କିଙ୍ଗପିନ୍।। ଆଜି ଭ୍ରଷ୍ଟାଚାର ବିଷୟରେ ବିରୋଧି କହୁଛନ୍ତି, କିନ୍ତୁ ସେମାନେ ଏହା ଭୁଲି ଯାଉଛନ୍ତି ଯେ, ଦେଶର ସବୁଠାରୁ ବଡ଼ ଭ୍ରଷ୍ଟାଚାରୀ ଶରଦ ପାଓ୍ବାର ତାଙ୍କ ସହ ଅଛନ୍ତି। ମୋତେ ଏହା କହିବାରେ କୌଣସି ସନ୍ଦେହ ନାହିଁ ଯେ, ପାଓ୍ବାର ସବୁଠାରୁ ବଡ଼ ଭ୍ରଷ୍ଟାଚାରୀ। ଏହାପରେ ଶାହଙ୍କୁ ମଧ୍ୟ ସିଧାସଳଖ ଭାବରେ ପାଓ୍ବାର ଟାର୍ଗେଟ କରିଛନ୍ତି। ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମହାମେଣ୍ଟରେ ବିଜେପି ଏକନାଥ ସିନ୍ଦେଙ୍କ ଶିବସେନା ଓ ଏନ୍‌ସିପିର ଅଜିତ ପାଓ୍ବାର ଅଛନ୍ତି। ସେଭଳି ଅନ୍ୟପଧେ ମହା ବିକାଶ ଅଘାଡିରେ ଶରଦ ପାଓ୍ବାରଙ୍କ ଏନ୍‌ସିପି ଓ ଠାକରେଙ୍କ ଶିବସେନା ଓ କଂଗ୍ରେସ ରହିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.