ଭୁବନେଶ୍ୱର୦୨/୦୬: ଭୁବନେଶ୍ୱର ସତ୍ସଙ୍ଗ ବିହାର ସମ୍ମୁଖରେ ସିରିଜ ଦୁର୍ଘଟଣା। ଦୁଇଟି କାର୍କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣା କାର୍ ଦୁଇଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। କାର ଚାଳକ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲକୁ ପଠାଯାଇଛି । ଦୁର୍ଘଟଣା ଯୋଗୁଁ ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା। ଦୁର୍ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି କ୍ଷତିଗ୍ରସ୍ତ କାରକୁ ନେଇ ଯିବାରୁ ଏବେ ଯାତାୟାତ ସ୍ଵାଭାବିକ ରହିଛି । ବସ୍ ବୋଲେରୋ ଏବଂ ଆଲ୍ଟୋ କାରକୁ ଥାନାକୁ ନିଆଯାଇଛି। ବସ୍ ଡ୍ରାଇଭରଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି।
ସଦସ୍ୟତା ଅଭିଯାନରେ ମାତିଲେ ବିଜେଡି, ବିଜେପି: ମନ୍ଥର...