କୋଣାର୍କ,୨୬/୦୨: ଆଉ ନାହାଁନ୍ତି କୋଣାର୍କର ବରିଷ୍ଠ ନିର୍ଭିକ ସାମ୍ବାଦିକ, ସମାଜସେବୀ ଓ ଦୃଢ଼ ସଂଗଠକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର। ସେ ୬୫ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିବାରୁ ଭୁବନେଶ୍ଵର ସମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ସକାଳୁ ତାଙ୍କ ମୃତ୍ୟୁ ଖବର ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି।
ଏହା ମଧ୍ୟ ପଢନ୍ତୁ- ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ,କୋଣାର୍କ ସାହିତ୍ୟ ସଂସଦର ସଭାପତି,କୋଣାର୍କ ପ୍ରେସ କ୍ଲବ ଉପଦେଷ୍ଟା ଭାବେ ଦାୟିତ୍ଵ ତୁଲାଇଥିଲେ। ସେ ଦୀର୍ଘ ଦିନ ଧରି ସାମ୍ବାଦିକତା କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ତାଙ୍କ ପରଲୋକରେ କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରା, କୋଣାର୍କ ପ୍ରେସ କ୍ଲବ, କୋଣାର୍କ ସାମ୍ବାଦିକ ସଂଘ, କୋଣାର୍କ ହୋଟେଲ ବ୍ୟବସାୟୀ ସଂଘ, କୋଣାର୍କ ସୁରକ୍ଷା ସମିତି ସମେତ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଓ ବ୍ୟକ୍ତି ବିଶେଷ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।