ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ସୀମା-ସଚିନ୍‌ଙ୍କ ନିଆରା ପ୍ରେମ କାହାଣୀ: ପ୍ରେମ ପାଇଁ ହିନ୍ଦୁ ହେଲେ ପାକ୍‌ ମହିଳା,ପାରମ୍ପରିକ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ

ନୋଏଡ଼ା,୧୦/୦୭: ଭାରତରେ ଏବେ ସୀମା ହାଇଦର୍‌ ଏବଂ ସଚିନ୍‌ ମୀନାଙ୍କ ନିଆରା ପ୍ରେମକାହାଣୀକୁ ନେଇ ଜୋରଦାର ଚର୍ଚ୍ଚା । ପାକିସ୍ତାନୀ ମହିଳା ସୀମା ପ୍ରେମ ପାଇଁ ନିଜ ୪ ସନ୍ତାନଙ୍କ ସହ ଭାରତ ଚାଲିଆସିଛନ୍ତି । ଶନିବାର ତାଙ୍କୁ ନୋଏଡ଼ାର ଏକ କୋର୍ଟ ଜାମିନ ଦେବା ପରେ ସେ ପ୍ରେମିକ ସଚିନ୍‌ଙ୍କ ସହ ତାଙ୍କ ଗ୍ରେଟର୍‌ ନୋଏଡ଼ାସ୍ଥିତ ଘରକୁ ଫେରିଆସିଛନ୍ତି । ସଚିନ୍‌ଙ୍କ ଘରେ ଏବେ ଖୁସିର ମାହୋଲ । ଉଭୟ ନୂଆ ଜୀବନ ଆରମ୍ଭ ପାଇଁ ଏବେ ଚଳାଇଛନ୍ତି ପ୍ରସ୍ତୁତି ।

କିଛି କାଗଜ କାମ ଶେଷ ହେବା ପରେ ସେମାନେ ସବୁଦିନ ପାଇଁ ପତିପତ୍ନୀ ହୋଇଯିବେ । ସଚିନ୍‌ଙ୍କୁ ପାଇବା ପାଇଁ ସୀମା ଇତିମଧ୍ୟରେ ହିନ୍ଦୁଧର୍ମ ଗ୍ରହଣ କରିନେଇଛନ୍ତି । ତାଙ୍କ ଉପନାମ ‘ହାଇଦର୍‌’କୁ ହଟାଇ ଦେଇଛନ୍ତି । ସଚିନ୍‌ଙ୍କ ଉପନାମ କିମ୍ବା ନାମକୁ ନିଜ ନାମ ସହ ଯୋଡ଼ିବାକୁ ବ୍ୟଗ୍ର ଅଛନ୍ତି । ‘ସୀମା’ ସାଧାରଣତଃ ଏକ ହିନ୍ଦୁ ନାମ ହୋଇଥିବାରୁ ଏହା ବଦଳୁ ବୋଲି ସଚିନ୍‌ ଚାହୁଁନାହାନ୍ତି । ତେଣୁ ତାଙ୍କର ନୂଆ ନାମ ‘ସୀମା ମୀନା’ କିମ୍ବା ‘ସୀମା ସଚିନ୍‌’ ହୋଇପାରେ । ଏହାଛଡ଼ା ସୀମା ତାଙ୍କ ୪ ସନ୍ତାନଙ୍କ ନାମ ବଦଳାଇ ରାଜ୍‌, ପ୍ରିୟଙ୍କା, ପରୀ ଓ ମୁନ୍ନି ରଖିଥିବା ଗଣମାଧ୍ୟମକୁ କହିଛନ୍ତି ।

ସୀମାଙ୍କ ପ୍ରକୃତ ଘର ପାକିସ୍ତାନର ସିନ୍ଧ ପ୍ରଦେଶସ୍ଥିତ ଖଇରପୁର ଜିଲ୍ଲାରେ । ବୈଧ କାଗଜପତ୍ର ବିନା ସେ ପ୍ରଥମେ ନେପାଳ ପହଞ୍ଚିଥିଲେ । ଏହାପରେ ସେଠାରୁ ଆସି ମେ ୧୩ରେ ଭାରତରେ ପ୍ରବେଶ କରିଥିଲେ । ସଚିନ୍‌ଙ୍କ ପାଖକୁ ସବୁଦିନ ପାଇଁ ଚାଲିଆସିବା ଲାଗି ସୀମା ତାଙ୍କର ଏକ ଜମିକୁ ୧୨ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ । ମେ ୧୩ରେ ଯମୁନା ଏକ୍ସପ୍ରେସ୍‌ୱେଠାରେ ଏକ ବସ୍‌ରୁ ଓହ୍ଲାଇଥିଲେ ସୀମା ।

ଏହାପରେ ଗ୍ରେଟର୍‌ ନୋଏଡ଼ା ଅନ୍ତର୍ଗତ ରବୁପୁରାସ୍ଥିତ ସଚିନ୍‌ଙ୍କ ଭଡ଼ାଘରେ ପହଞ୍ଚିଥିଲେ । ଏଠାରୁ ୨୦୦ ମିଟର ଦୂରରେ ସଚିନ୍‌ଙ୍କ ପୈତୃକ ଘର।
ସୀମାଙ୍କୁ ପ୍ରଥମେ ପଡ଼ୋଶୀ ମହିଳାମାନେ ବିଭିନ୍ନ କଥା ପଚାରିଥିଲେ । ସେ ଦିଲ୍ଲୀରୁ ଆସିଛନ୍ତି ଏବଂ ସଚିନ୍‌ଙ୍କୁ ବିବାହ କରିଥିବା କହିଥିଲେ ସୀମା । ଧରା ନ ପଡ଼ିବା ପାଇଁ ସେ ଉର୍ଦ୍ଦୁକୁ ପାରୁପର୍ଯ୍ୟନ୍ତ ଏଡ଼ାଇ ହିନ୍ଦୀ କହିଥିଲେ । ପରେ ଜଣାପଡ଼ିଥିଲା ଯେ ସୀମା ଜଣେ ପାକିସ୍ତାନୀ ମହିଳା । ଖବର ପାଇ ପୁଲିସ ପହଞ୍ଚି ଜେରା କରିଥିଲା । ଏହାପରେ ସଚିନ୍‌ ଓ ସୀମା ବଲ୍ଲଭଗଡ଼ ପଳାଇଥିଲେ । କିନ୍ତୁ ଜୁଲାଇ ୪ରେ ସେମାନଙ୍କୁ ଗିରଫ କରାଯାଇଥିଲା ।

ଜାମିନ ମିଳିବା ପରେ ଉଭୟ ନିଜ ଭଡ଼ାଘରକୁ ଫେରିଆସିଛନ୍ତି । ଏଠାରେ ସେମାନେ ଆରାମରେ ରହୁଛନ୍ତି । ସଚିନ୍‌ କୁହନ୍ତି, ‘ଘରେ ସୀମାଙ୍କ ସହ ଥାଇ ବେଶ୍‌ ଖୁସି ଲାଗୁଛି । ମୋ ପରିବାର ଲୋକ ସୀମା ଏବଂ ତାଙ୍କ ୪ ସନ୍ତାନଙ୍କୁ ଗ୍ରହଣ କରିନେଇଛନ୍ତି । ସୀମାଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାକୁ ମୁଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରୁଛି । ଆମେ ପାରମ୍ପରିକ ହିନ୍ଦୁ ରୀତିନୀତିରେ ବିବାହ କରିବାକୁ ଯୋଜନା କରୁଛୁ ।’ ସୀମା ଓ ସଚିନ୍‌ ଚଳିତବର୍ଷ ମାର୍ଚ୍ଚ ୧୩ରେ କାଠମାଣ୍ଡୁରେ ବିବାହ କରିଥିବା ଦାବି କରିଛନ୍ତି । କିନ୍ତୁ ସେମାନଙ୍କ ପାଖରେ ଏହାର ପ୍ରମାଣ ପାଇଁ କୌଣସି କାଗଜପତ୍ର ନାହିଁ ।

Powered by Froala Editor

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.