ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବୌଦ୍ଧରେ ବାଲି ଚୋରା ଚାଲାଣ, ୪ ବାଲି ବୋଝେଇ ହାଇୱା ଜବତ କଲା ପୋଲିସ

ବୌଦ୍ଧ, ୧୪।୭: ବୌଦ୍ଧ ଜିଲ୍ଲାରୁ ବାହାର ଜିଲ୍ଲାକୁ ବେଆଇନ ଭାବେ ହେଉଥିବା ବାଲି ଚାଲାଣ ଉପରେ ପୋଲିସର ଚଢ଼ାଉ । ୪ଟି ବାଲି ବୋଝେଇ ହାଇୱା ଜବତ । ହାଇୱାଗୁଡ଼ିକୁ ଜବତ କଲା ଆଦର୍ଶ ଥାନା ପୋଲିସ । ବୌଦ୍ଧରୁ ରେଢ଼ାଖୋଲ ଚାଲାଣ ବେଳେ ବ୍ରିଜ୍ ଛକରେ ଚଢ଼ାଉ । ସମସ୍ତ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି । 

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ସହର ମଧ୍ୟରେ ଆଦର୍ଶ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ୪ଟି ବାଲି ବୋଝେଇ ହାଇୱା ଯାଉଥିବା ଦେଖିଥିଲେ । ହାଇୱାକୁ ଅଟକାଇ କାଗଜପତ୍ର ଯାଞ୍ଚ କରିବାକୁ ବାଲି ଚାଲାଣର କୌଣସି କାଗଜପତ୍ର ନଥିବାରୁ ଗାଡ଼ିକୁ ଜବତ କରାଯାଇଥିଲା । ତେବେ କାଲେଶ୍ୱର ବାଲି ଘାଟରୁ ଏହି ଗାଡ଼ିଗୁଡ଼ିକ ବେଆଇନ ଭାବେ ବାଲି ବୋଝେଇ କରି ଚାଲାଣ କରୁଥିବା ନେଇ ଖବର ପାଇ ପୋଲିସ ଉକ୍ତ ବାଲି ଘାଟରେ ଚଢ଼ାଉ କରି ସେଠାରୁ ମଧ୍ୟ ୪ଟି ହାଇୱା ଜବତ କରିଛି । ତେବେ ସମସ୍ତଗାଡ଼ିକୁ ଜବତ କରି ପୋଲିସ ଡ୍ରାଇଭରମାନଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.