ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବାବା ସିଦ୍ଧିକଙ୍କ ହତ୍ୟା ପରେ ସଲମାନଙ୍କୁ ମିଳିଲା Z ସିକ୍ୟୁରିଟି, ସରକାର ବାର୍ଷିକ ଖର୍ଚ୍ଚ କରିବେ ଏତେ କୋଟି ଟଙ୍କା...

Image Courtesy: mid-day.com

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଅଭିନେତା ସଲମାନ ଖାନଙ୍କୁ Y ପ୍ଲସ ସୁରକ୍ଷା ଦିଆଯାଇଥିଲା । ଗତକାଲି ତାଙ୍କ ସୁରକ୍ଷାକୁ ଗୋଟିଏ ସ୍ତର ବୃଦ୍ଧି କରାଯାଇଥିଲା । ଏହି କ୍ରମରେ ଏବେ ସଲମାନ ଖାନଙ୍କୁ ସରକାର ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରିଛନ୍ତି । ତେବେ ଏହି Z+ ସୁରକ୍ଷା ପାଇଁ ସରକାର ପ୍ରତି ମାସରେ ଏବଂ ବାର୍ଷିକ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ଆପଣ ଜାଣନ୍ତି କି ? 

ସଲମାନଙ୍କ ପାଇଁ ନିୟୋଜିତ ଏହି ସୁରକ୍ଷା କବଚରେ ପ୍ରାୟ ୩୦ ସୁରକ୍ଷା କର୍ମୀ ଉପସ୍ଥିତ ରହିବେ । ଏହି ବର୍ଗରେ ପ୍ରାୟ ୧୦ ଜଣ NSG କମାଣ୍ଡୋ ଏବଂ ପୋଲିସ୍ ସୁରକ୍ଷା କର୍ମୀ ରହିବେ, ଯେଉଁମାନେ ଦୁଇଟି ସିଫ୍ଟରେ କାମ କରିବେ । ଏହି ସୁରକ୍ଷା ଦଳରେ ପାଞ୍ଚଟି ଯାନ ରହିଛି, ଯେଉଁଥିରେ ବୁଲେଟ୍ ପ୍ରୁଫ୍ ଗାଡି ମଧ୍ୟ ଅନ୍ତର୍ଭୁକ୍ତ । 

ବିଶେଷଜ୍ଞଙ୍କ ଅନୁଯାୟୀ, Z+ ସିକ୍ୟୁରିଟିର ଖର୍ଚ୍ଚ ପ୍ରତ୍ୟେକ ମାସରେ ୩୦ ଲକ୍ଷରୁ ଅଧିକ ଅଟେ। ଏହାର ଅର୍ଥ ହେଉଛି ବାର୍ଷିକ ଖର୍ଚ୍ଚ ଆକଳନ ପ୍ରାୟ ସାଢେ ୩ କୋଟି ହେବ । ପୋଲିସ ଅଧିକାରୀଙ୍କ କହିବାନୁସାରେ, ସୁରକ୍ଷା ଦୃଷ୍ଟିରୁ କୌଣସି Z ସୁରକ୍ଷା ଦଳରେ ଉପସ୍ଥିତ ଥିବା ଲୋକଙ୍କ ସଂଖ୍ୟା ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ । 

ଆମେ ଆପଣଙ୍କୁ କହି ରଖୁଛୁ ଯେବେଠାରୁ ସଲମାନ ଖାନ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଧମକ ପାଇଥିଲେ ଏବଂ ତାଙ୍କ ଘରେ ଗୁଳି ବିନିମୟ ହୋଇଥିଲା, ମୁମ୍ବାଇ ପୋଲିସ ତାଙ୍କ ସୁରକ୍ଷା ବୃଦ୍ଧି କରିଛି । ସିଭିଲ୍ ପୋଷାକରେ ମୁମ୍ବାଇ ପୋଲିସ୍ କର୍ମଚାରୀ ମଧ୍ୟ ତାଙ୍କ ଘର ନିକଟରେ ଉପସ୍ଥିତ ଅଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.