ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଚେନ୍ନାଇ ସୁପର କିଙ୍ଗ୍ସରୁ ବାଦ୍ ପଡ଼ିଲେ ଗାୟକଓ୍ବାଡ଼, ଧୋନି ହେବେ ଅଧିନାୟକ

Published By : Prameya | April 10, 2025 8:23 PM

ମୁମ୍ବାଇ,୧୦/୪ : ଆଇପିଏଲ ୨୦୨୫ମଝିରେ ଚେନ୍ନାଇ ସୁପରକିଙ୍ଗ୍ସକୁ  ଲାଗିଛି ବଡ଼ ଝଟକା । ଟିମର ଅଧିନାୟକ ଋତୁରାଜ ଗାୟକଓ୍ବାଡ଼ ଆହତ ହୋଇଛନ୍ତି । ଗାୟକଓ୍ବାଡ଼ଙ୍କ ଆଘାତ ଏତେ ଗମ୍ଭୀର ଯେ ସେ ଏହି ସିଜନରେ ଖେଳିପାରିବେ ନାହିଁ । ଏହାକୁ ନେଇ ଚେନ୍ନାଇ ସୁପରକିଙ୍ଗ୍ସ ଏକ୍ସ ମାଧ୍ୟମରେ ଅପଡେଟ୍ ସେୟାର କରିଛି । ସିଏସକେ ଏହା ମଧ୍ୟ କହିଛି ଯେ, ଏବେ ଦଳର ଅଧିନାୟକ କିଏ ହେବେ ।

ସିଏସକେ ପୁଣି ଥରେ ଭେଟରାନ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନିଙ୍କୁ ଅଧିନାୟକ ଦାୟିତ୍ବ ହସ୍ତାନ୍ତର କରିଛି । ଧୋନିଙ୍କ ଅଧିନାୟକତ୍ବରେ ସିଏସକେ ମୋଟ୍ ୫ଥର ଆଇପିଏଲ ଟାଇଟଲ ଜିତିଛି । ଚେନ୍ନାଇ ୨୦୧୦, ୨୦୧୧, ୨୦୧୮, ୨୦୨୧ ଏବଂ ୨୦୨୩ରେ ଆଇପିଏଲ୍ ଟ୍ରଫି ଜିତିଥିଲା । ଧୋନି ୨୦୨୨ସିଜନରେ ରିବନ୍ଦ୍ର ଜାଡେଜାଙ୍କୁ ଅଧିନାୟକ ଦାୟିତ୍ବ ହସ୍ତାନ୍ତର କରିଥିଲେ । କିନ୍ତୁ ସିଜନ ମଝିରେ ଜାଡେଜା ଅଧିନାୟକ ପଦ ଛାଡ଼ି ଦେଲେ ଏବଂ ଧୋନିଙ୍କୁ କମାଣ୍ଡ ଗ୍ରହଣ କରିବାକୁ ପଡ଼ିଥିଲା । ଏହାପରେ ୨୦୨୪ରେ ଋତୁରାଜ ଗାୟକଓ୍ବାଡ଼ଙ୍କୁ ଅଧିନାୟକ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.