ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ହଠାତ ନାରଙ୍ଗୀ ରଙ୍ଗ ହୋଇଗଲା ୟୁକ୍ରେନ୍‌ର ଆକାଶ, ଋଷର ଗୁପ୍ତ ଅସ୍ତ୍ରକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୧୦: ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଖୁବ୍ ଭୟଙ୍କର ରୂପ ନେଇଛି। ଏହି ମହାଯୁଦ୍ଧ ଆସନ୍ତା ବର୍ଷ ଫେବୃଆରୀରେ ଏକ ତିନି ବର୍ଷ ପୂରଣ ହୋଇଯିବ। ଏହା ଭିତରେ ୟୁକ୍ରେନ୍‌ର ଏକ ସହର କୋସ୍ତିୟାତିନଭିକାରେ ଋଷର ଏଭଳି ଗୁପ୍ତ ଓ ରହସ୍ୟମୟ ଅସ୍ତ୍ର ପକାଇଛିଳ ଯାହାକି ସାରା ଦୁନିଆକୁ ଚକିତ କରିଛି। ଏହି ଗୁପ୍ତ ଅସ୍ତ୍ର ଦୁନିଆରେ ଏକମାତ୍ର ଏବଂ ଉନ୍ନତ କିସମର, ଯାହାକି ଋଷ ବ୍ୟତୀତ କାହା ପାଖରେ ନାହିଁ। ଯେତେବେଳେ ଏହା ୟୁକ୍ରେନ୍‌ରେ ଫାଟିଥିଲା କିଛି ସମୟ ପାଇଁ ପୁରା ଆକାଶ ହୋଇଯାଇଥିଲା ନାରଙ୍ଗୀ ରଙ୍ଗ।

ୟୁକ୍ରେନବାସୀ ପ୍ରଥମ ଥର ପାଇଁ ଏଭଳି ଦୃଶ୍ୟ ଦେଖି ଭୟଭୀତ ହୋଇ ପଡିଥିଲେ। ଭୟରେ ଲୋକମାନେ ବଙ୍କର ଭିତରେ ଲୁଚି ଯାଇଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଯୁଦ୍ଧରେ କେବେ ବି ଏଭଳି ଅସ୍ତ୍ରର ବ୍ୟବହାର ହୋଇନଥିଲା। ୟୁକ୍ରେନ୍‌ବାସୀ ଆତଙ୍କିତ ହୋଇପଡିଛନ୍ତି ଯେ, ଋଷ ଏହି ନୂଆ ଅସ୍ତ୍ରରେ କୌଣସି ବଡ଼ ଧରଣର ଆକ୍ରମଣ ଯୋଜନା କରୁଛି।

ଏହି ଗୁପ୍ତ ଅସ୍ତ୍ରରେ କାହାର କୌଣସି କ୍ଷତି ହୋଇନାହିଁ। ଏଭଳି ଚର୍ଚ୍ଚା ହେଉଛି ଯେ, ୟୁକ୍ରେନ୍‌ ସେନା ଏହାକୁ ଆକାଶ ମାର୍ଗରେ ନଷ୍ଟ କରିଦେଇଛି ନା ଋଷ ପକ୍ଷରୁ ଭୁଲରେ ଛଡାଯିବା ପରେ ତାକୁ ନଷ୍ଟ କରି ଦିଆଯାଇଥିଲା। କାରଣ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏହି ଗୁପ୍ତ ଅସ୍ତ୍ର ସହ ଋଷର ଫାଇଟର ପ୍ଲେନ୍ ମଧ୍ୟ ଆକାଶ ମାର୍ଗରେ ଦେଖିବାକୁ ମିଳିଥିଲା। ଋଷ ଚାହୁଁନଥିଲା ଏହା ଶତ୍ରୁ ପକ୍ଷର ହାତରେ ଲାଗୁ କିମ୍ବା ଏହି ଅସ୍ତ୍ର ବିଷୟରେ ସାରା ଦୁନିଆ ଜାଣୁ। ଏହି ଅସ୍ତ୍ର ଋଷର ପପୁଲାର ଏସ୍‌-୭୦ ଔଖନ୍ତିକ ଡ୍ରୋନ୍ ବୋଲି କୁହାଯାଉଛି। ବିଶେଷଜ୍ଞଙ୍କ ମତରେ ଏହା ଏକ ଉନ୍ନତ ଅସ୍ତ୍ର, ଯାହାକି ଦୁନିଆରେ କାହାକ ପାଖରେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.