ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଋଷିଆ ଓ ପଦ୍ମତୋଳା ହ୍ରଦରେ ପୁନଃଉଦ୍ଧାର ଲୋଡ଼ା, ନୀଳଗିରିର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ବିଧାୟକ ସନ୍ତୋଷ ଖଟୁଆ

ନୀଳଗିରି, ୨୪/୭: ନୀଳଗିରିର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନବ ନିର୍ବାଚିତ ବିଧାୟକ ସନ୍ତୋଷ ଖଟୁଆ । ପୂର୍ବରୁ ୫ କିମିର ପୋଲ ଭିତରେ ଗୋଟାଏ ପୋଲ ନିର୍ମାଣ କରିବା ନେଇ ନିୟମ ରହିଥିଲା । କିନ୍ତୁ, ନୂତନ ସରକାର ଆସିବା ପରେ ଏହା ୪ କିମିକୁ କମାଇ ଦିଆଯାଇଛି । ଏନେଇ ନୀଳଗିରିରେ ଏକ ନୂତନ ପୋଲ ନିର୍ମାଣ ହେବାର ଆବଶ୍ୟକତା ରହିଛି । ତେବେ ଏହି ପୋଲ ସୋନନଦୀରେ ହେଉ ଅବା ଅନ୍ୟ ନଦୀରେ । ଯେଉଁଠାରେ ପୋଲର ଆବଶ୍ୟକତା ରହିଛି ଏନେଇ ବିଧାୟକ ସନ୍ତୋଷ ଖଟୁଆ ଅଞ୍ଚଳବାସୀଙ୍କୁ ନିଜ ନିଜର ପ୍ରୋଜେକ୍ଟ ଦେବାକୁ କହିଛନ୍ତି । 

ସେହିପରି ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ପାଇଁ ଡ୍ରେନେଜ୍ ପାଣି କିଭଳି ଗଚ୍ଛିତ ହେବ ଏନେଇ ସନ୍ତୋଷ ବିଭାଗୀୟ ମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଅଲୋଚନା କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ବିଧାନସଭାରେ ଏନେଇ ପ୍ରଶ୍ନ କରି ଲିଖିତ ଭାବେ ଜଣାଇଥିବା ସୂଚନା ମିଳିଛି । ଋଷିଆ ଡ୍ୟାମ୍ ପୋତି ଯାଇଥିବା ବେଳେ ଏହାର ପୁନଃଉଦ୍ଧାର ସହ ପଦ୍ମତୋଳା ହ୍ରଦର ପୁନଃଉଦ୍ଧାର ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଏନେଇ ପ୍ରଶ୍ନ ରଖିଥିବା ଜଣାପଡ଼ିଛି । ସେହିଭଳି ୩ କିମିର ଭିତରେ ଥିବା ବିଭିନ୍ନ ପଞ୍ଚାୟତର ରାସ୍ତା ପ୍ରଶସ୍ଥିକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ପ୍ରକ୍ରିୟା ଦେବା ସହ ବିଧାୟକ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମାତ୍ର ମାସେ ଭିତରେ ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥିବାରୁ ବିଧାୟକଙ୍କ ଏଭଳି ପଦକ୍ଷେପକୁ ବେଶ୍ ପ୍ରଶଂସା କରାଯାଇଛି । 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.