ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

Romania: ବିପକ୍ଷଙ୍କ ଚାପରେ ନଇଁଲେ ରୋମାନିୟ ରାଷ୍ଟ୍ରପତି, ଫେବୃଆରୀ ୧୨ରେ ଛାଡିବେ ପଦ

Published By : Bijay Swain | February 10, 2025 8:34 PM

Image courtesy: amarujala

ନୂଆଦିଲ୍ଲୀ: ରୋମାନିଆ ଦେଶର ରାଷ୍ଟ୍ରପତି କ୍ଲାଉସ୍ ଆଇଓହାନିସ୍ ସୋମବାର ଇସ୍ତଫା ପ୍ରଦାନ କରିଛନ୍ତି। ବିପକ୍ଷ ଦଳ ପକ୍ଷରୁ ପଡୁଥିବା ଚାପ ଆଗରେ ଶେଷରେ ହାର ମାନିଛନ୍ତି ଏହି ରୋମାନିୟ ରାଷ୍ଟ୍ରପତି। ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ରଦ୍ଧ କରିବାକୁ ସର୍ବୋଚ୍ଚ ଅଦାଲତ ଆଦେଶ ଦେବାର ଦୁଇମାସ ପରେ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଦେଶକୁ ସଂକଟରୁ ମୁକ୍ତ କରିବାକୁ ମୁଁ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛି। ଆସନ୍ତା ୧୨ ଫେବୃଆରୀ ମାସରେ ମୁଁ ଏହି ପଦ ଛାଡିଦେବି ବୋଲି କ୍ଲାଉସ୍ ଘୋଷଣା କରିଛନ୍ତି। 

କ୍ଲାଉସ୍ ଆଇଓହାନିସ୍ ୨୦୧୪ ମସିହାରୁ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଆସୁଛନ୍ତି।  ସେ ଦୁଇଥର ପାଞ୍ଚ ବର୍ଷ କାର୍ଯ୍ୟ କରିଥିଲେ।  କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଦେବାର ଦୁଇ ଦିନ ପୂର୍ବରୁ ସାମ୍ବିଧାନିକ ଖଣ୍ଡପୀଠ ରାଷ୍ଟ୍ରପତି ନିର୍ବାଚନକୁ ରଦ୍ଦ କରିବା ପରେ ଡିସେମ୍ବର ମାସରେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଏହାପୂର୍ବରୁ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରାଜନେତା କାଲିନ ଜର୍ଜେସ୍କୁ ଆଗାମି ରାଷ୍ଟ୍ରପତି ପାର୍ଥି ଭାବେ ଆଗକୁ ଆସିଥିଲେ। ଏହା ପରେ ଋଷର ହସ୍ତକ୍ଷେପ ଏବଂ ନିର୍ବାଚନରେ ଉଲ୍ଲଂଘନ ଅଭିଯୋଗ ଆସିଥିଲା। ଆଇଓହାନିସ୍ ଅଭିଯୋଗ କରିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନ ସମୟରେ ରୋମାନିଆ ଉପରେ ଋଷର ଆକ୍ରମଣର ଲକ୍ଷ୍ୟ ପାଲଟିଛି।

ଏହା ପରେ ଦକ୍ଷିଣପନ୍ଥି ବିରୋଧୀ ଦଳ ଆଲାଇନ୍ସ ଫର୍ ୟୁନିଟି ଅଫ୍ ରୋମାନିଆନ୍ (AUR), ଜାତୀୟତାବାଦୀ ଏସ୍ଓଏସ୍ ଦଳ ଓ ୟଙ୍ଗ୍ ପିପୁଲ୍ସ ଦଳ, ସେଭ୍ ରୋମାନିଆ ୟୁନିଅନ୍ ଦଳର କିଛି ସଦସ୍ୟ ସଂସଦରେ ଦାଖଲ ହୋଇଥିବା ଏକ ପ୍ରସ୍ତାବ ମାଧ୍ୟମରେ ଆଇଓହାନିସ୍ ଙ୍କୁ ହଟାଇବାକୁ ଦାବି କରିଥିଲେ। ଏହାସହ ଶାସକ ଦଳରର କିଛି ସାଂସଦ ମଧ୍ୟ ଆଇଓହାନିସ୍ ଙ୍କ ବିରୋଧରେ ଭୋଟ୍ ଦେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏହା ପୂର୍ବରୁ ଫଛକୁ ହଟିଯାଇଛନ୍ତି ଆଇଓହାନିସ୍। 

ଆଇଓହାନିସ୍ କହିଛନ୍ତି ଏହା ଏକ ଅଦରକାରୀ ପ୍ରୟାସ। କାରଣ ଯେ କୈଣସି ପରିସ୍ଥିତିରେ ମୁଁ ନୂତନ ରାଷ୍ଟ୍ରପତି ନିର୍ବାଚନ ହେବାର କିଛି ମାସ ମଧ୍ୟରେ ଇସ୍ତଫା ପ୍ରଦାନ କରିଥାନ୍ତି। ଏହା ଏକ ଭିତ୍ତିହୀନ ପଦକ୍ଷେପ। କାରଣ ମୁଁ ଆଜିଯାଏ କେବେବି ସମ୍ବିଧାନର ଉଲ୍ଲଂଘନ କରି ନାହିଁ ବୋଲି ସେ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.