ପ୍ରମୁଖ ଖବର
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ବଲାଙ୍ଗୀର ଯିବେ ମୁଖ୍ୟମନ୍ତ୍ରୀ, ହିଞ୍ଜିଳି ପରେ କଣ୍ଟାବାଞ୍ଜିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||
  • ଭୁବନେଶ୍ୱର ​‌ଲୋକସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଭରିବେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟ
  • ||

ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିବାକୁ ଚାହାଁନ୍ତି ରୋହିତ ଶର୍ମା, ଜାଣନ୍ତୁ କ’ଣ କହିଲେ ଟିମ୍‌ ଇଣ୍ଡିଆର ଅଧିନାୟକ ?

Image Courtesy: tv9hindi

ନୂଆଦିଲ୍ଳୀ: ୨୦୦୮ ମୁମ୍ବାଇ ଆକ୍ରମଣ ପରେ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ସହ ଦ୍ବିପାକ୍ଷିକ ସିରିଜ୍ ଖେଳିନାହିଁ ।  ଏହି ଦୁଇ ଟିମ୍‌ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ ଏବଂ ଏସିଆ କପରେ ଖେଳୁଛନ୍ତି । କିନ୍ତୁ ଏବେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏହି ପ୍ରସଙ୍ଗରେ ବଡ଼ ମନ୍ତବ୍ୟ ଦେଇଛନ୍ତି । ଯଦି ବିଦେଶରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜ୍‌ ହୁଏ ତେବେ ଏଥିରେ ସେ ଖେଳିବାର କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି ରୋହିତ ଶର୍ମା ।

 ଅଷ୍ଟ୍ରେଲିଆର ପୂର୍ବତନ ଓ୍ବିକେଟକିପର ବ୍ୟାଟର ଆଦାମ ଗିଲଖ୍ରୀଷ୍ଟ ଏବଂ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍‌ ଭନଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏଭଳି କହିଛନ୍ତି ରୋହିତ ଶର୍ମା ।ଯଦି ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌ ବିଦେଶରେ ଆୟୋଜିତ ହୁଏ ତାଙ୍କର ଖେଳିବାର ଅସୁବିଧା ନାହିଁ ଏବଂ ପାକିସ୍ତାନ ବହୁତ ଭଲ ଟିମ୍‌ ବୋଲି ସେ କହିଛନ୍ତି । ପାକିସ୍ତାନ ଟିମ୍‌ ପାଖରେ ଦମଦାର ବୋଲର ଥିବା ବେଳେ ଉଭୟ ଟିମ୍‌ ମଧ୍ୟରେ ଭଲ ମୁକାବିଲା ହେବ । ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ସିରିଜ୍‌ ଆୟୋଜନ କରିବା ବିସିସିଆଇ ହାତରେ ନାହଁ ।

 ବିସିସିଆଇ ସ୍ପଷ୍ଟ କରିସାରିଛି ଯେ, ଭାରତ ସରକାରଙ୍କ ମଞ୍ଜୁରି ବିନା ପାକିସ୍ତାନ ବିପକ୍ଷରେ କୌଣସି ଦ୍ବିପାକ୍ଷିକ ମ୍ୟାଚ୍‌ ଟିମ୍‌ ଖେଳିପାରିବ ନାହିଁ । ଅନ୍ୟପଟେ ଭାରତ ସହ ବାଇଲାଟେରାଲ୍‌ କ୍ରିକେଟ ଖେଳିବାକୁ ପାକିସ୍ତାନ ଜୋର ଦେଇଆସିଛି । ଏପରିକି ଆଇସିସିର ପ୍ରତି ବୈଠକରେ ଏହି ପ୍ରସଙ୍ଗ ଉଠାଇଛି ପାକିସ୍ତାନ । ଗତବର୍ଷ ଏସିଆ କପ୍‌ ଖେଳିବା ଲାଗି ପାକିସ୍ତାନ ଯାଇନଥିଲା ଭାରତୀୟ ଟିମ ।ଭାରତର ସବୁ ମ୍ୟାଚ୍‌ ଶ୍ରୀଲଙ୍କାରେ ଆୟୋଜିତ ହୋଇଥିଲା । ଆସନ୍ତାବର୍ଷ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ଭାରତୀୟ ଟିମ୍‌ ସାମିଲ ହେବା କଷ୍ଟକର ।ସୂଚନାଯୋଗ୍ୟ, ୨୦୦୮ ପରେ ୨୦୧୨ରେ ଶେଷ ଥର ଲାଗି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସିରିଜ୍‌ ଆୟୋଜିତ ହୋଇଥିଲା । 

  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.