ପ୍ରମୁଖ ଖବର
  • ବାରିପଦାରେ ବୁଲୁଥିଲା ଶିମିଳିପାଳର ବାଘ; କାବୁ କରିନେଲା ବନ ବିଭାଗ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ଡ୍ରିମ୍‌ଗାର୍ଲ, ସାଲିଆ ସାହିରେ ଜନସଭା କରିବେ ହେମାମାଳିନୀ
  • ||
  • ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା ବୋଲେରୋ: ୨ ମୃତ, ୮ ଗୁରୁତର
  • ||
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

IPL ୨୦୨୪: ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗସ୍-ପଞ୍ଜାବ କିଙ୍ଗସ୍ ମୁକାବିଲା

ଚେନ୍ନାଇ, ୧।୫: ଚଳିତ ଆଇପିଏଲର ୪୯ତମ ଲିଗ୍‌ ମୁକାବିଲାରେ ଆସନ୍ତା କାଲି ଡିଫେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଗତ ଦୁଇ ବର୍ଷ ଭଳି ସୁପରକିଙ୍ଗ୍ସ ବିପକ୍ଷରେ ଆଧିପତ୍ୟ ଜାରି ରଖିବାକୁ ପଞ୍ଜାବ କିଙ୍ଗ୍ସ ଯୋଜନା କରୁଛି । ମାତ୍ର ସୁପରକିଙ୍ଗ୍ସ ପ୍ରତିଶୋଧ ଅପେକ୍ଷାରେ ରହିଛି । ଗତ ୧୬ ବର୍ଷ ମଧ୍ୟରେ ଥରେ ହେଲେ ଟାଇଟଲ ଜିତି ନଥିଲେ ହେଁ ପଞ୍ଜାବ କିଙ୍ଗ୍ସ ଜାଏଣ୍ଟ କିଲର ଭାବେ ପ୍ରମାଣିତ କରିଛି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ମ୍ୟାଚ୍‌ରୁ ପଞ୍ଜାବ କିଙ୍ଗ୍ସ ୪ଟି ମ୍ୟାଚ ଜିତିଛି । ୨୦୨୨ରେ ଦଳ ୨ଟି ଯାକ ମ୍ୟାଚ୍‌ ଜିତିଥିଲା । ଗତ ବର୍ଷ ଉଭୟ ଥରେ ମାତ୍ର ସାମ୍ନା ସାମ୍ନି ହୋଇଥିଲେ ଓ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଥିଲା । ଗତ ୨୬ ତାରିଖରେ ଅନୁଷ୍ଠିତ ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ୨୬୨ ରନ୍‌ର ବିଶାଳ ଲକ୍ଷ୍ୟକୁ ୮ଟି ବଲ୍‌ ବାକି ଥାଇ ହାସଲ କରିବା ପରେ ପଞ୍ଜାବ କିଙ୍ଗସ୍‌ର ମନୋବଳ ଏବେ ଶିଖର ଛୁଇଁଛି । 

ଆଜି ମଧ୍ୟ ବିପର୍ଯ୍ୟୟ ଘଟାଇବାକୁ ଦଳ ପ୍ରସ୍ତୁତ ରହିଛି । ପୂର୍ବ ରେକର୍ଡ ସୁପରକିଙ୍ଗ୍ସ ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୨୮ଥର ଭେଟିଛନ୍ତି । ଏଥିରୁ ସୁପରକିଙ୍ଗ୍ସ ୧୫ଟି ମ୍ୟାଚ୍‌ ଜିତିଥିବା ବେଳେ ପଞ୍ଜାବ କିଙ୍ଗ୍ସକୁ ୧୩ଟି ମ୍ୟାଚ୍‌ରେ ବିଜୟ ମିଳିଛି । ସନରାଇଜର୍ସ ବିପକ୍ଷରେ ବିଜୟ ପରେ ଦଳ ପୁନର୍ବାର ଲୟକୁ ଫେରିଛି । ପ୍ରତ୍ୟେକ ଖେଳାଳି ଫିଟ ଓ ଫର୍ମରେ ରହିଛନ୍ତି । ତେଣୁ ଏକାଦଶରେ ମଧ୍ୟ ପରିବର୍ତ୍ତନ ସମ୍ଭାବନା ନାହିଁ । ପଞ୍ଜାବ କିଙ୍ଗ୍ସ ପାଇଁ ବିଜୟ ଜରୁରି ହୋଇ ଯାଇଛି । ୯ଟି ମ୍ୟାଚ୍‌ ଖେଳି ଦଳ ୩ଟି ବିଜୟ ସହ ୬ ପଏଣ୍ଟ ହାସଲ କରିଛି । ପ୍ଲେ ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଶେଷ ୬ଟି ମ୍ୟାଚ୍‌ରୁ ଅତି କମ୍‌ରେ ୪ଟି ମ୍ୟାଚ୍‌ ଜିତିବାକୁ ହେବ । ତେଣୁ ସବୁ ତ୍ରୁଟିକୁ ପଛରେ ପକାଇ ଦଳ ଆସନ୍ତା କାଲି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ । ଶିଖର ଧାୱନ ଫିଟ୍‌ ଘୋଷିତ ହେଲେ ବୁଧବାର ଏକାଦଶକୁ ଫେରିବେ । ନଚେତ ଦଳ ଅପରିବର୍ତ୍ତିତ ରହିବ । 

ବୁଧବାର ଦୁଇ ଯୁବ ବ୍ୟାଟର ଶଶାଙ୍କ ସିଂହ ଓ ଆଶୁତୋଶ ଶର୍ମାଙ୍କ ଉପରେ ନଜର ରହିବ । ଉଭୟ ବିସ୍ଫୋରକ ବ୍ୟାଟିଂ କରି ଅଗଣିତ ପ୍ରଶଂସକ ସୃଷ୍ଟି କରିଛନ୍ତି । ସେହିପରି ସୁପରକିଙ୍ଗ୍ସର ପେସ୍‌ ବୋଲିଂ ବିଭାଗ ପ୍ରତି ପଞ୍ଜାବ କିଙ୍ଗ୍ସକୁ ସତର୍କ ରହିବାକୁ ପଡ଼ିବ । ମଥିଶା ପତିରଣା, ମୁସ୍ତାଫିଜୁର ରେହମାନ, ଦୀପକ ଚହର ଓ ତୁଷାର ଦେଶପାଣ୍ଡେଙ୍କୁ ନେଇ ଗଠିତ ପେସ୍‌ ବିଭାଗ ଶୃଙ୍ଖଳିତ ବୋଲିଂ କରୁଥିବାବେଳେ ଇମ୍ପାକ୍ଟ ପ୍ଲେୟାର ଭାବେ ସର୍ଦୁଲ ଠାକୁର ଯୋଗ ଦେଇ ଶକ୍ତି ଦ୍ୱିଗୁଣା କରୁଛନ୍ତି । ଚିପକ ଷ୍ଟାଡ଼ିୟମ୍‌ର ପିଚ୍‌ ସାମାନ୍ୟ ମନ୍ଥର ରହିବ । ତଥାପି କ୍ରିଜ୍‌ରେ ଜମିଲେ ବିଶାଳ ସ୍କୋର ସଂଗୃହୀତ ହୋଇପାରିବ । ରାତ୍ରିରେ ମ୍ୟାଚ୍‌ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.