ପ୍ରମୁଖ ଖବର
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ମୁମ୍ବାଇକୁ ମାତ୍‌ ଦେଲା ଲକ୍ଷ୍ନୌ, ଏମଆଇର ଲଗାତାର ତୃତୀୟ ପରାଜୟ

Image Courtesy: espncricinfo

ଲକ୍ଷ୍ନୌ: ଆଇପିଏଲ ୨୪ର ୪୮ ତମ ମ୍ୟାଚ୍‌ରେ ମୁମ୍ବାଇକୁ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ । ନିଜ ମୈଦାନରେ ମୁମ୍ବାଇ ଟିମ୍‌କୁ ୪ ଓ୍ବିକେଟରେ ହରାଇଛି ଲକ୍ଷ୍ନୌ । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୪୪ ରନ୍‌ କରିଥିଲା। ୧୪୫ ରନ୍‌ର ପିଛା କରି ୧୯.୨ ଓଭରରେ ଲକ୍ଷ୍ନୌ ୬ ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିଛି ।  

୧୪୫ ରନ ବିଜୟ ଲକ୍ଷ୍ୟ ପିଛା କରିଥିବା ଲକ୍ଷ୍ନୌକୁ ୧ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା । ଏହା ପରେ କେଏଲ ରାହୁଲ ଓ ମାର୍କସ ଷ୍ଟୋଇନିସ କ୍ରିଜରେ ଜମି  ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୮ ରନ ଯୋଡ଼ି ବିଜୟ ପାଇଁ  ମୂଳଦୁଆ ପକାଇଥିଲେ। କେଏଲ ରାହୁଲ ୨୨ ରନ କରି ପାଭିଲିୟନ ଫେରିଥିଲେ। ଦୀପକ ହୁଡ୍ଡା(୧୮) ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ତେବେ ଷ୍ଟୋଇନିସ୍ ଲଢୁଆ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୪୫ ବଲରୁ ୭ ଚୌକା ଓ ୨ ଛକା ସହ ୬୨ ରନ କରି ଆଉଟ୍ ହୋଇଥିଲେ । 

ଲକ୍ଷ୍ନୌ ଶେଷ ଆଡ଼କୁ ୪ ଓ୍ଵିକେଟ୍ ହରାଇବାରୁ ମ୍ୟାଚ୍ ରୋମାଞ୍ଚକ ମୋଡ଼ ନେଇଥିଲା। ଆଷ୍ଟନ ଟର୍ଣ୍ଣର(୫) ଓ ଆୟୁଷ ବାଦୋନୀ(୬) ଆଉଟ୍ ହୋଇଥିଲେ। ତେବେ ନିକୋଲାସ ପୂରନ(୧୪) ଅପରାଜିତ ରହି ଦଳକୁ ୧୯.୨ ଓଭରରେ ଜିତାଇଥିଲେ। ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରେ ୨୬ ରନ ଦେଇ ୨ଟି ସଫଳତା ହାସଲ କରିଛନ୍ତି। ସେହିଭଳି ନୂଆନ ତୁଷାରା, ଗେରାଲ୍ଡ କୁଏତଜୀ ଏବଂ ମହମ୍ମଦ ନବୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.