ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଆଇପିଏଲ୍‌ ୨୦୨୪ : ଲକ୍ଷ୍ନୌକୁ ୧୪୫ ରନ୍‌ର ଟାର୍ଗେଟ୍‌ ଦେଲା ମୁମ୍ୱାଇ

ଲକ୍ଷ୍ନୌ – ଆଜିର ଆଇପିଏଲ ମ୍ୟାଚ୍‌ ଲକ୍ଷ୍ନୌ ସୁପର ଜଏଣ୍ଟସ୍‌(ଏଲଏସଜି) ଓ ମୁମ୍ୱାଇ ଇଣ୍ଡିଆନ୍ସ (ଏମଆଇ )ମଧ୍ୟରେ ଖେଳା ଯାଉଛି। ଉଭୟ ଟିମ୍‌ ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି। ଏମଆଇ,ଏଲଏସଜି ସାମନାରେ ୧୪୫ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ପ୍ରଥମେ ବ୍ୟାଟିଂ କରି ଏମଆଇ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୪୪ ରନ୍‌ କରିଥିଲା। 

ମୁମ୍ୱାଇ ପାଇଁ ସବୁଠୁ ଅଧିକ ରନ୍ ନେହାଲ ୱାଧେରା କରିଛନ୍ତି। ସେ ୪୧ଟି ବଲରେ ୪ଟି ଚୌକା ଓ ୨ଟି ଛକା ସାହାଯ୍ୟରେ ୪୬ ରନ୍‌ର ପାଳି ଖେଳିଛନ୍ତି। ଟିମ୍‌ ଡେଭିଡ୍‌ ୩୫ ରନ୍‌ କରି ଅପରାଜେୟ ରହିଥିଲେ। ମୁମ୍ୱାଇ ୭ମ ୱିକେଟ୍‌ ୧୨୨ର ସ୍କୋରରେ ହରାଇ ଥିଲା। ନେହାଲ ୱାଧେରା ୪୬ ଓ ଇଶାନ କିଶନ ୩୨ର ପାଳି ଖେଳିଛନ୍ତି। ତିଳକ ବର୍ମା ୭, ସୂର୍ଯ୍ୟକୁମାର ଯାଦବ ୧୦ ଓ ବାର୍ଥଡେ ବୟ ରୋହିତ୍‌ ଶର୍ମା ୪ରନ୍‌ କରି ଥିଲେ। ମହମ୍ମଦ ନବିଙ୍କ ବ୍ୟାଟ୍‌ରୁ ଗୋଟିଏ ରନ୍‌ ବାହାରି ଥିଲା। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖାତା ଖୋଲିନ ଥିଲା। 

ସେପଟେ ଏଲଏସଜି ଏବେସୁଦ୍ଧା ୯ଟି ମ୍ୟାଚ୍‌ ରୁ ୫ଟିରେ ବିଜୟୀ ହୋଇଛି। ପଏଣ୍ଟସ ତାଲିକାରେ ୫ମ ସ୍ଥାନରେ ରହିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱର ମୁମ୍ୱାଇ ଟିମ୍‌ ୯ଟି ମୁକାବିଲାରୁ ୬ଟି ହରାଇଛି। ଏବଂ ତାଲିକାରେ ୯ମ ସ୍ଥାନରେ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.