ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଟି-୨୦ ବିଶ୍ଵକପ୍: ଟିମ୍‌ ଘୋଷଣା କଲା ଇଂଲଣ୍ଡ, ଦଳକୁ ଫେରିଲେ ଏହି ଷ୍ଟାର ବୋଲର

Image Courtesy: ndtv

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ଵକପ୍ ପାଇଁ ଇଂଲଣ୍ଡ ୧୫ ଜଣିଆ ଦଳ ଘୋଷଣା କରିଛି। ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଟିମର ନେତୃତ୍ଵ ନେବେ  ଜୋସ ବଟଲର । ଦଳରେ ତାରକା ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ସହ କ୍ରିସ୍ ଜୋର୍ଡାନଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଆଇପିଏଲ୍ ୨୦୨୪ରେ ନିଜର ଜଲଓ୍ଵା ଦେଖାଉଥିବା ଫିଲିପ ସଲ୍ଟଙ୍କୁ ଦଳରେ ସୁଯୋଗ ମିଳିଛି। ଆଶା ଅନୁଯାୟୀ ଓ୍ଵିଲ ଜ୍ୟାକ୍ସ ଓ ଜନି ବେୟାରଷ୍ଟୋ ନିଜର ସ୍ଥାନ ବଜାୟ ରଖିଛନ୍ତି। ତେବେ ଆହତ କାରଣରୁ ଜୋଫ୍ରା ଆର୍ଚର ଟିମରେ ସାମିଲ ହୋଇପାରିନଥିଲେ । ସେ ଶେଷ ଥର ପାଇଁ ମେ ୨୦୨୩ରେ ଖେଳିଥିଲେ । ଗୋଟିଏ ବର୍ଷ ପରେ ଜୋଫ୍ରା ଆର୍ଚର ଟିମ୍‌କୁ ଫେରିଛନ୍ତି ।

ଇଂଲଣ୍ଡ କ୍ରିକେଟ୍ ଦଳର ନିୟମିତ ଅଧିନାୟକ ବେନ ଷ୍ଟୋକ୍ସ ଆହତ କାରଣରୁ ଟି-୨୦ ବିଶ୍ଵକପ୍ ୨୦୨୪ ଖେଳିବାରୁ ବଞ୍ଚିତ ହୋଇଛନ୍ତି । ଅଲରାଉଣ୍ଡର ଭାବେ ମୋଇନ ଅଲ୍ଲୀ, ବେନ ଡକେଟ୍ ଓ ଲିୟାମ ଲିଭିଙ୍ଗଷ୍ଟୋନଙ୍କୁ ଦଳରେ ସାମିଲ୍ କରାଯାଇଛି। ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନ ଥିବା ବାମହାତୀ ସ୍ପିନର ଟମ ହାର୍ଟଲୀଙ୍କୁ ୧୫ ଜଣିଆ ଦଳରେ ସୁଯୋଗ ମିଳିଛି। କ୍ରିସ୍ ଓ୍ଵକ୍ସଙ୍କ ସ୍ଥାନରେ କ୍ରିସ୍ ଜୋର୍ଡାନଙ୍କୁ ଦଳରେ ସାମିଲ କରାଯିବା ନେଇ ଚୟନକର୍ତ୍ତାଙ୍କ ନିଷ୍ପତ୍ତି ଖେଳ ସମୀକ୍ଷକଙ୍କୁ ବିସ୍ମିତ କରିଛି।

ଇଂଲଣ୍ଡର ୧୫ ଜଣିଆ ଦଳରେ ସ୍ପିନର ଭାବେ ଆଦିଲ ରଶିଦ ଓ ଟମ  ହାର୍ଟଲେଙ୍କ ଚୟନ କରାଯାଇଛି । ଏହା ବ୍ୟତୀତ ଦ୍ରୁତ ବୋଲର  ଭାବେ ରିସ ଟପଲେ, ମାର୍କ ଉଡ, ଜୋଫ୍ରା ଆର୍ଚର ଓ କ୍ରିସ୍ ଜୋର୍ଡାନଙ୍କୁ ସାମିଲ କରାଯାଇଛି। ଉଲ୍ଲେଖନୀୟ ବର୍ତ୍ତମାନ ଜୋସ୍ ବଟଲରଙ୍କ ସମେତ ଇଂଲଣ୍ଡର ଅଧିକାଂଶ ଖେଳାଳି ଆଇପିଏଲ୍ ଖେଳୁଛନ୍ତି।

ଟି-୨୦ ବିଶ୍ଵକପ୍ ପାଇଁ ଇଂଲଣ୍ଡ ଟିମ୍‌-

ଜୋସ୍ ବଟଲର(ଅଧିନାୟକ), ମୋଇନ ଅଲ୍ଲୀ, ଜୋଫ୍ରା ଆର୍ଚର, ଜନି ବେୟାରଷ୍ଟୋ, ହ୍ୟାରି ବ୍ରୁକ, ସାମ କରନ, ବେନ ଡକେଟ୍, ଟମ୍ ହାର୍ଟଲେ, ଓ୍ଵିଲ ଜ୍ୟାକ୍, କ୍ରିସ ଜୋର୍ଡାନ, ଲିୟାମ ଲିଭିଙ୍ଗଷ୍ଟୋନ, ଆଦିଲ ରଶିଦ, ଫିଲ ସଲ୍ଟ, ରିସ୍ ଟପଲେ ଓ ମାର୍କ ଉଡ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.