ପ୍ରମୂଖ ଖବର

ପଦ୍ମ ଧରିଲେ ‘ଅନୁପମା’ ଫେମ୍ ରୂପାଲି ଗାଙ୍ଗୁଲୀ, କହିଲେ- ବିକାଶର ମହାଯଜ୍ଞରେ ଭାଗ ନେଇ ମୋଦିଙ୍କ ଭଳି...

ନୂଆଦିଲ୍ଲୀ,୧।୫: ଅଭିନୟ ଦୁନିଆରୁ ରାଜନୀତିରେ ଏଣ୍ଟ୍ରି। ବିଜେପିରେ ଯୋଗ ଦେଲେ 'ଅନୁପମା' ଫେମ୍‌ ରୁପାଲି ଗାଙ୍ଗୁଲି। ଲୋକପ୍ରିୟ ଟିଭି ସିରିଏଲ୍‌ 'ଅନୁପମା' ଫେମ୍‌ ରୁପାଲି ଗାଙ୍ଗୁଲି ଅଭିନୟ ଜଗତରେ ନିଜର ଦମ୍‌ଦାର ପ୍ରଦର୍ଶନ ଦେଖାଇବା ପରେ ଏବେ ସେ ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ସେ ବୁଧବାର ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ତେବେ ଏହା ସ୍ପଷ୍ଟ ହୋଇନି ରୂପାଲି ୨୦୨୪ ଲୋକସଭା ନିର୍ବାଚନ ଲଢିବେ କି ନାହିଁ ?

ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିନୋଦ ତାଓ୍ୱଡେ ଓ ଅନୀଲ ବଲୁନିଙ୍କ ଉପସ୍ଥିତିରେ ରୂପାଲି  ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ତାଙ୍କ ସହ ଫିଲ୍ମ ନିର୍ଦ୍ଦେଶକ ଅମୟ ଯୋଶୀ ମଧ୍ୟ ବିଜେପିରେ ମିଶିଛନ୍ତି। ଅମୟ ହେଉଛନ୍ତି ମରାଠି ଫିଲ୍ମର ନିର୍ଦ୍ଦେଶକ।

ବିଜେପିରେ ସାମିଲ ହେବାପରେ ରୂପାଲି ଗଣମାଧ୍ୟମକୁ କହିଛନ୍ତି, ମହାକାଳ ଓ ମାତାରାନୀଙ୍କ ଆର୍ଶୀବାଦ ରହିଛି ମୁଁ ନିଜର କଳା ମାଧ୍ୟମରେ ବହୁ ଲୋକଙ୍କୁ ଭେଟୁଛି ଓ ଯେତେବେଳେ ମୁଁ ବିକାଶର ମହାଯଜ୍ଞ ଦେଖୁଛି ମୋତେ  ଲାଗୁଛି ମୁଁ ମଧ୍ୟ ଏଥିରେ ଭାଗ ନେବି... ସେଥିପାଇଁ ମୁଁ ଏଠାକୁ ଆସିଛି କିଭଳି ମୋଦିଙ୍କ ରାସ୍ତାରେ ଚାଲିପାରିବି ଓ କୌଣସି ଭାବରେ ଦେଶ ସେବାରେ ଭାଗ ନେଇପାରିବି। ମୋତେ ଆପଣ ସମସ୍ତଙ୍କର ଆର୍ଶିବାଦ ଓ ସାଥ୍ ଦରକାର। ଯାହା ମୁଁ କରୁଛି,  ଭଲ ଭାବରେ ଯେପରି କରିପାରିବି। ମୁଁ ଏଠାକୁ ଆସି ଖୁବ୍ ସମ୍ମାନିତ ମନେ କରୁଛି। ପ୍ରଧାନମନ୍ତ୍ରୀ ମୋଦି ମୋତେ ବହୁତ ପ୍ରଭାବିତ କରିଛନ୍ତି। ମୁଁ ତାଙ୍କର ବଡ଼ ପ୍ରଶଂସକ। ବିଜେପି ବହୁତ ଭଲ କାମ କରୁଛି ଓ ସେଥିପାଇଁ ମୁଁବିଜେପିରେ ସାମିଲ ହୋଇଛି।’

  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.