ପ୍ରମୁଖ ଖବର
  • ବାରିପଦାରେ ବୁଲୁଥିଲା ଶିମିଳିପାଳର ବାଘ; କାବୁ କରିନେଲା ବନ ବିଭାଗ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ଡ୍ରିମ୍‌ଗାର୍ଲ, ସାଲିଆ ସାହିରେ ଜନସଭା କରିବେ ହେମାମାଳିନୀ
  • ||
  • ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା ବୋଲେରୋ: ୨ ମୃତ, ୮ ଗୁରୁତର
  • ||
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଟି-୨୦ ବିଶ୍ବକପ୍‌ ଲାଗି ଦକ୍ଷିଣ ଆଫ୍ରିକା ଟିମ୍‌ ଘୋଷଣା, ଦଳରେ ସ୍ଥାନ ପାଇଲେ ଦୁଇ ଅନକ୍ୟାପଡ୍‌ ଖେଳାଳି

Image Courtesy: crictoday

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ ଲାଗି ବିଭିନ୍ନ ଦେଶ ନିଜ ନିଜର ଟିମ୍‌ ଘୋଷଣା କରୁଛନ୍ତି । ନ୍ୟୁଜିଲାଣ୍ଡ ଟିମ୍ ଘୋଷଣା କରିସାରିଥିବା ବେଳେ ଆଜି ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଭାରତୀୟ ଦଳ ଘୋଷଣା ହୋଇଛି ।  ଦକ୍ଷିଣ ଆଫ୍ରିକା ଦଳରେ ଦୁଇ ଜଣ ଅନକ୍ୟାପଡ୍‌ ଖେଳାଳିଙ୍କୁ ଚୟନ କରାଯାଇଛି । ଆଡନ୍ ମାର୍କରମଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ଆଇସିସି ଟି-୨୦ ବିଶ୍ବକପ୍‌ ଖେଳିବାକୁ ଯାଉଛି । ଦକ୍ଷିଣ ଆଫ୍ରିକା ଏଯାବତ ଟି-୨୦ ବିଶ୍ବକପ ଟାଇଟଲ ହାସଲ କରିପାରି ନାହିଁ । 

 ଏସଏ ୨୦ ଟୁର୍ଣ୍ଣାମେଣ୍ଟରେ ସବୁଠୁ ଭଲ ପ୍ରଦର୍ଶନ କରିବା ଫଳରେ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି ରିୟାନ ରିକେଲ୍ଟନ୍ ଏବଂ ଓଟନିଲ୍‌ ବାର୍ଟମ୍ୟାନ୍‌ ।ଏହି ଦୁଇ ଜଣ ଅନକ୍ୟାପଡ୍‌ ଖେଳାଳି  ଯିଏ ଟି-୨୦ ଟିମ‌ରେ ସ୍ଥାନ ପାଇଛନ୍ତି । ରିକେଲ୍ଟନ୍ ଏମଆଇ କ୍ୟାପଟାଉନ୍‌ ପକ୍ଷରୁ ଖେଳିବା ସହ ଟୁର୍ଣ୍ଣାମେଣ୍ଟରେ ୫୮.୮୮ ଆଭେରେଜ୍ ସହ ୫୩୦ ରନ୍ କରିଥିଲେ । ସେହିଭଳି ବାର୍ଟମ୍ୟାନ୍ ସନରାଇର୍ଜସ ଇଷ୍ଟର୍ଣ୍ଣ ଲାଗି ୮ ମ୍ୟାଚରୁ ୧୮ଟି ଓ୍ବିକେଟ ଅକ୍ତିଆର କରିଥିଲେ । 

ଟି-୨୦ ବିଶ୍ବକପ୍ ଲାଗି ଦକ୍ଷିଣ ଆଫ୍ରିକା ଦଳ

ଦକ୍ଷିଣ ଆଫ୍ରିକା ଦଳରେ ଆଡନ୍‌ ମାର୍କରମ (ଅଧିନାୟକ),  କ୍ବିଣ୍ଟନ ଡି’କକ, ରୀଜା ହ୍ୟାଣ୍ଡ୍ରିକ୍ସ, ହେନରିକ୍‌ କ୍ଲାସେନ, ଡେଭିଡ୍‌ ମିଲର ଏବଂ ଟ୍ରିଷ୍ଟାନ ଷ୍ଟବ୍ସଙ୍କ ଭଳି ଦମଦାର ବୋଲର ସାମିଲ ଅଛନ୍ତି । ସେହିଭଳି ଦ୍ରୁତ ବୋଲିଂ କ୍ଷେତ୍ରରେ କାଗି‌ସୋ ରାବାଡା ଏବଂ ଏନରିଚ୍‌ ନୋର୍ଟଜେଙ୍କୁ ସହାୟତା କରିବେ ମାର୍କୋ ଜେନସନ ଏବଂ ଗେରାଲ୍ଡ କୋଏତଜୀ ।

ସ୍ପିନ ବୋଲିଂ ପାଇଁ କେଶବ ମହାରାଜ, ଫୋର୍ଟୁଇନ୍‌ ଏବଂ ତବରେଜ୍‌ ଶମସୀ ଟିମ୍‌ରେ ସ୍ଥାନ ପାଇଛନ୍ତି । ଦକ୍ଷିଣ ଆଫ୍ରିକା ଟିମ୍‌- ଆଡନ୍‌ ମାର୍କରମ (ଅଧିନାୟକ), ଓଟନିଲ୍‌ ବାର୍ଟମ୍ୟାନ୍‌, ଲୁଙ୍ଗି ଏନଗିଡି, ନାନ୍‌ଦ୍ରେ ବର୍ଗର,  ଗେରାଲ୍ଡ କୋଏତଜୀ, କ୍ବିଣ୍ଟନ ଡିକକ୍‌, ଫୋର୍ଟୁଇନ୍‌, ରୀଜା ହ୍ୟାଣ୍ଡ୍ରିକ୍ସ, ହେନରିକ୍‌ କ୍ଲାସେନ, ଡେଭିଡ୍‌ ମିଲର, ଏନରିଚ୍‌ ନୋର୍ଟଜେ, କାଗି‌ସୋ ରାବାଡା, ରିୟାନ ରିକେଲ୍ଟନ୍, ତବରେଜ୍‌ ଶମସୀ, ଟ୍ରିଷ୍ଟାନ ଷ୍ଟବ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.