ପ୍ରମୂଖ ଖବର
  • ସୁଦୃଢ଼ ହେବ ରାଜ୍ୟ ଟ୍ରାଫିକ୍ ଓ ସଡକ ସୁରକ୍ଷା ଶାଖା, ୨୦୦୦ ନୂତନ ପଦବୀ ସୃଷ୍ଟି
  • ||
  • ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ନୀତି ସବ୍‌କମିଟିରେ ଅନୁମୋଦନ, ୧୮ରେ ବସିବ ଛତିଶା ନିଯୋଗ ବୈଠକ
  • ||
  • OSSF କର୍ମଚାରୀଙ୍କ ପାଇଁ ଖୁସି ଖବର, ସର୍ବନିମ୍ନ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର
  • ||
  • ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ, ୧୯ ରେ ହେବ ନିର୍ବାଚନ
  • ||
  • ଖୋର୍ଦ୍ଧା : ଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ବିଜାପୁରରେ ପୋଲିସକୁ ବଡ଼ ସଫଳତା, ବିସ୍ଫୋରକ ସାମଗ୍ରୀ ସହ ୨୨ ଜଣ ହାର୍ଡକୋର୍ ମାଓବାଦୀ ଗିରଫ
  • ||
  • ସମ୍ବଲପୁରରେ ବସିବ ଜନତା ଦରବାର, ୨୧ରେ ଅଭିଯୋଗ ଶୁଣାଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବୌଦ୍ଧ : ପରିତ୍ୟକ୍ତ କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବାଲେଶ୍ୱର : ପଶ୍ଚିମବଙ୍ଗକୁ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୧ ବସ୍ତା ଗଞ୍ଜେଇ ଜବତ, ୨ ଅଟକ
  • ||
  • IPL 2025: ଆଜି ମୁମ୍ବାଇକୁ ଭେଟିବ ହାଇଦ୍ରାବାଦ, ୱାଙ୍ଖଡ଼େରେ ହେଡ୍‌-ବୁମରା ଏବଂ ରୋହିତ-କମିନ୍ସ ଲଢ଼େଇ
  • ||
  • ଭଦ୍ରକ : ଗୋଷ୍ଠୀ ସଙ୍ଘର୍ଷରୁ ବୋମା ମାଡ଼, ୭ ଗୁରୁତର
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ, ଲୋକାର୍ପଣ କରିବେ ୪ ହଜାର କୋଟିର ପ୍ରକଳ୍ପ
  • ||
  • ସିଲଭର୍ ସିଟିରେ ଡବଲ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ କଟାସ, ଜୁବୁଲା ଆହତ, ବରିଷ୍ଠ ପୁଲିସ ଅଧିକାରୀଙ୍କ ପଚରାଉଚରା
  • ||
  • ଗୁରୁବାର ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା,୯ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ନେଇ ଆଲର୍ଟ
  • ||

ଦ୍ବିତୀୟ ଥର ସମନ୍ ପରେ ଇଡି ନିକଟରେ ହାଜର ହେଲେ ରବର୍ଟ ଭଦ୍ରା, କହିଲେ ଏହା କେବଳ ରାଜନୈତିକ ପ୍ରତିଶୋଧ

Published By : Prameya | April 15, 2025 3:51 PM

ନୂଆଦିଲ୍ଲୀ,୧୫।୪: ହରିୟାଣା ଶିକୋହପୁର ଜମି ଦୁର୍ନୀତି ମାମଲାରେ ରବର୍ଟ ଭଦ୍ରାଙ୍କୁ ଇଡିର ସମନ । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଇଡିର ଦ୍ବିତୀୟ ଥର ପାଇଁ ସମନ । ପୂର୍ବରୁ ଏପ୍ରିଲ ୮ ତାରିଖରେ ଇଡି ସମନ କରିଥିବା ବେଳେ ହାଜର ହୋଇନଥିଲେ ରବର୍ଟ । ତେବେ ଆଜି ଇଡି କାର୍ଯ୍ୟାଳୟରେ ହୋଇଛନ୍ତି ହାଜର।  ନିଜ ବାସଭବନରୁ ଚାଲିଚାଲି ଆସି ଇଡି କାର୍ୟ୍ୟାଳୟରେ ପହଞ୍ଚିଥିଲେ ଶିଳ୍ପପତି ରବର୍ଟ ଭଦ୍ରା ।

ହରିୟାଣା ଶିକୋହପୁର ଜମି ଦୁର୍ନୀତି ମାମଲାରେ ଇଡି ପୂର୍ବରୁ ଏପ୍ରିଲ ୮ ତାରିଖରେ ସମନ କରିଥିଲା ମାତ୍ର ସେ ହାଜର ହୋଇନଥିଲେ । କିନ୍ତୁ ଆଜି ଦ୍ବିତୀୟ ଥର ପାଇଁ ସମନ କରିବା ପରେ ହାଜର ପାଇଁ ଆସିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା।ତେବେ ହାଜର ପୂର୍ବରୁ ବିଜେପି ସରକାର ଉପରେ ବର୍ଷିଛନ୍ତି ରବର୍ଟ । କହିଛନ୍ତି, ଯେବେଯେବେ ଆମେ ଲୋକଙ୍କ କଥା କହିବୁ ଆମ ସ୍ବରକୁ ଚାପିବାକୁ ଏମାନେ ଚେଷ୍ଟା କରିବେ । ସଂସଦରେ ରାହୁଲଙ୍କ ସ୍ବର ଆଉ ଏଠି ମୋ ସ୍ବର ଚାପିଦେବାକୁ ଚେଷ୍ଟା ଚାଲିଛି । ଯଦି ମୁଁ ଲୋକଙ୍କ ହକ୍‌ର କଥା କହିବି ଏମାନେ ଇଡି ଭଳି ଏଜେନ୍ସିର ଦୂରୁପଯୋଗ କରିବେ ।  ଏହା କେବଳ ରାଜନୈତିକ ପ୍ରତିଶୋଧ । 

ଉଲ୍ଲେଖନୀୟ ଯେ,ଗୁରୁଗ୍ରାମରେ ଏକ କଲୋନୀ ନିର୍ମାଣ ପାଇଁ ଭଦ୍ରାଙ୍କୁ ୩.୫୩ ଏକର ଜମିକୁ ୭.୫୦ କୋଟି ଟଙ୍କାରେ ଦିଆଯାଇଥିଲା । ଏହା ନିର୍ମାଣ କରିବାକୁ ହରିୟାଣା ସରକାର ଲାଇସେନ୍ସ ମଧ୍ୟ ଦେଇଥିଲେ। ଏଥିସହ ୨.୭୦ ଏକର ଜମିକୁ ବ୍ୟବସାୟିକ କଲୋନୀ ନିର୍ମାଣ ପାଇଁ ବି ଅନୁମତି ମଧ୍ୟ ପ୍ରଦାନ କରିଥିଲେ। ହେଲେ ରବର୍ଟ ଭଦ୍ରାଙ୍କ କମ୍ପାନୀ ସ୍କାଇଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡ କଲୋନୀ ତିଆରି କରିନଥିଲା। ଏହା ବଦଳରେ ୨୦୧୨ରେ ଡିଏଲଏଫ ୟୁନିଭର୍ସାଲ କମ୍ପାନୀକୁ ୫୮ କୋଟି ଟଙ୍କାରେ ଉକ୍ତ ଜମିକୁ ବିକି ଦେଇଥିଲେ । ଯେଉଁ କାରଣରୁ ଭଦ୍ରାଙ୍କୁ ଇଡି ସମନ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.