ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ରିଲାଏନ୍ସ-ଡିଜନୀ ମର୍ଜର, ଷ୍ଟାର ଇଣ୍ଡିଆକୁ ଲାଇସେନ୍ସ ଟ୍ରାନ୍ସଫର ମଞ୍ଜୁରି

ନୂଆଦିଲ୍ଲୀ,୩୦/୦୯: ସରକାର ଭାୟାକମ ୧୮ ମିଡିଆ  ଲିମିଟେଡର ଅଣ ନ୍ୟୁଜ ଏବଂ କରେଣ୍ଟ ଆଫେୟାର୍ସ ଟିଭି ଚ୍ୟାନେଲ  ଲାଇସେନ୍ସକୁ ଷ୍ଟାର ଇଣ୍ଡିଆ ପ୍ରାଇଭେଟ  ଲିମିଟେଡକୁ ସ୍ଥାନାନ୍ତର କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମିଶ୍ରଣ ସର୍ତ୍ତ ଆଧାରରେ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ (ସିସିଆଇ) ଏହି ଅନୁମୋଦନ  ପ୍ରଦାନ କରିଛି । ରିଲାଏନ୍ସ ଏବଂ ଡିଜନୀ  ଚଳିତ ବର୍ଷ ଫେବ୍ରୁଆରିରେ ଭାରତରେ  ନିଜର ଏଣ୍ଟରଟେନମେଣ୍ଟ ବ୍ରାଣ୍ଡ ଗୁଡିକୁ  ଏକ ସାଥିରେ ନେବା ଲାଗି ଷ୍ଟ୍ରାଟେଜିକ  ଯୌଥ ଉଦ୍ୟୋଗ ସ୍ଥାପନ କରିବା ଲାଗି  ଘୋଷଣା କରିଥିଲେ । 

ଏହି ଡିଲ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର  ସହାୟକ କମ୍ପାନି ଭାୟାକମ ୧୮କୁ  ଡିଜନୀର ଇଣ୍ଡିଆନ ୟୁନିଟ ଷ୍ଟାର  ଇଣ୍ଡିଆ ସହ ମିଶ୍ରଣ କରାଯିବ । ଏହି  ମିଶ୍ରଣ ପରେ ଆସିବାକୁ ଥିବା ନୂଆ  କମ୍ପାନି ଦେଶର ସବୁଠୁ ବଡ ଟିଭି  ଏବଂ ଡିଜିଟାଲ ଷ୍ଟ୍ରିମିଂ କମ୍ପାନି ହେବ ।  ଏହା ପୂର୍ବରୁ ୨୮ ଅଗଷ୍ଟରେ କମ୍ପିଟିଶନ  କମିଶନ ଅଫ୍‌ ଇଣ୍ଡିଆ ଡିଜନୀ ଏବଂ  ରିଲାଏନ୍ସ ଏଣ୍ଟରଟେନମେଣ୍ଟ ମିଶ୍ରଣକୁ  ମଞ୍ଜୁରୀ ପ୍ରଦାନ କରିଥିଲା । ମିଶ୍ରଣ  ପରେ ନୂଆ କମ୍ପାନି ନିକଟରେ ୭୫  କୋଟି ଦର୍ଶକ ରହିବେ ।  ମ

ନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି  ଯେ, ପ୍ରତିସ୍ପର୍ଦ୍ଧା ଆୟୋଗଙ୍କ ନିର୍ଦ୍ଧାରିତ  ସର୍ତ୍ତ ଆଧାରରେ ଏଭଳି ମଞ୍ଜୁରୀ ପ୍ରଦାନ  କରାଯାଇଛି । ଭାୟାକମ ୧୮ ରିଲାଏନ୍ସ  ଇଣ୍ଡଷ୍ଟ୍ରିଜ ଏବଂ ବୋଧି ଟ୍ରି ସିଷ୍ଟମ ମିଡିଆ  ଏବଂ ଏଣ୍ଟରଟେନମେଣ୍ଟ ବ୍ୟବସାୟର  ଏକ ହୋଲ୍ଡିଂ କମ୍ପାନି । ଉଭୟ ପକ୍ଷ ମିଶ୍ରଣର ଚୂଡାନ୍ତ ପର୍ଯ୍ୟାୟରେ  ରହିଛନ୍ତି । ପ୍ରତିସ୍ପର୍ଦ୍ଧା ଆୟୋଗଙ୍କ  ନିର୍ଦ୍ଦେଶ ମୁ୍‌ତାବକ, କିଛି ବ୍ୟବସାୟକୁ  ଏବେ ସଙ୍ଗଠିତ କରିବାକୁ ପଡିବ ।

ଅଗଷ୍ଟ ୩୦ରେ ଏନ୍‌ସିଏଲ୍‌ଟି  ଭାୟାକମ ୧୮ ମିଡିଆ ଏବଂ ଡିଜିଟାଲ  ୧୮ ମିଡିଆର ବିଲୟ ପ୍ରସ୍ତାବକୁ  ମଞ୍ଜୁରି ପ୍ରଦାନ କରିଛନ୍ତି । ଯେଉଁଥିରେ  ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମିଡିଆ ଏବଂ  ଏଣ୍ଟରଟେନମେଣ୍ଟ ଆସେଟ ସାମିଲ  ରହିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ  ୱାଲଟ ଡିଜନୀ ଦେଶର ସର୍ବବୃହତ  ମିଡିଆ ଗ୍ରୁପ ବନାଇବ । ଯାହାର ମୂଲ୍ୟ  ୭୦ ହଜାର କୋଟି ଟଙ୍କାରୁ ଉଦ୍ଧ୍ୱର୍ ହେବ । 

ୱାଲଟ ଡିଜନୀର ସିଇଓ ବବ୍‌  ହର୍ଗର କହିଥିଲେ, ବଜାରରେ  ପ୍ରତିଯୋଗିତା ଥିବାରୁ ମିଶ୍ରଣ ଦ୍ୱାରା  ଏକ ବଡ କମ୍ପାନି ସ୍ଥାପନ ହେବ ।  ନୂଆ କମ୍ପାନି ନିକଟରେ ଓଟିଟିର ଏକ  ବଡ ଗ୍ରାହକ ରହିବେ । ଯାହା ୫.୧  କୋଟି ରହିବ । ମିଶ୍ରଣ ପରେ ଡିଜନୀ  ନିକଟରେ ବ୍ୟବସାୟ ବୃଦ୍ଧି ନେଇ  ବେଶି କିଛି ରିସ୍କ ରହିବନି । ୨.୩  କୋଟି ଏଣ୍ଟରଟେନମେଣ୍ଟ ବଜାରରେ  ସ୍ଥିତି ଦୃଢ଼ କରିବା ଦିଗରେ ନୂଆ  କମ୍ପାନି ଧ୍ୟାନ କେନ୍ଦ୍ରିତ କରିପାରିବ ।  

ସୋନି ଏବଂ ନେଟଫ୍ଲିକ୍ସ ଭଳି  କମ୍ପାନି ଗୁଡିକ ସହ ଏହା କଡା  ପ୍ରତିଯୋଗିତା କରିବାକୁ ସକ୍ଷମ ହେବ ।  ମିଶ୍ରଣ ପରେ ଭାରତୀୟ ବିଜ୍ଞାପନ ବଜାରରେ ଏହି କମ୍ପାନିର ଅଂଶ  ୪୦% ରହିବ । କ୍ରିକେଟ ବିଜ୍ଞାପନ  କ୍ଷେତ୍ରରେ ଏହାର ଏକଚାଟିଆ  ଅଂଶ ରହିବ । ୨ କମ୍ପାନି ଗ୍ରାହକଙ୍କ ସଂଖ୍ୟା ବଢ଼ାଇବା ଲାଗି ପ୍ରତିଯୋଗିତା  ମୂଳକ ପ୍ଲାନ ଆଣିବେ । ଯାହାର  ସିଧାସଳଖ ଲାଭ ଗ୍ରାହକଙ୍କୁ ମିଳିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.