ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହରିୟାଣାର ବଲ୍ଲଭଗଡ଼ରେ ରୋଡ଼ ଶୋ ସମୟରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବଡ଼ ବୟାନ, କହିଲେ ଏଭଳି କିଛି...

Published By : Gurupada Nath | October 1, 2024 8:26 PM

ନୂଆଦିଲ୍ଲ,୧/୧୦ : ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଗୁରୁବାର ନିର୍ବାଚନ ପ୍ରଚାର ଥମିଯିବ । ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ପ୍ରଚାରରେ ନିଜର ପୁରା ଶକ୍ତି ଲଗାଇ ଦେଇଛନ୍ତି । ଏହା ମଧ୍ୟରେ ମଙ୍ଗଳବାର ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ହରିୟାଣାର ବଲ୍ଲଭଗଡ଼ରେ ଆପ ପ୍ରାର୍ଥୀ ରବିନ୍ଦ୍ର ଫୌଜଦାରଙ୍କ ସମର୍ଥନରେ ରୋଡ଼ ଶୋ କରିଛନ୍ତି । ଏହି ସମୟରେ ସେ ବିଜେପି ଉପରେ ସିଧାସଳଖ ଟାର୍ଗେଟ କରିଛନ୍ତି । ଏହାସହ ସେ କହିଛନ୍ତି କି ୮ଅକ୍ଟୋବରର ପ୍ରଥମ ବିଜୟ ବଲ୍ଲଭଗଡ଼ରୁ ମିଳିବା ଜରୁରୀ । 

ରୋଡ଼ ଶୋ ସମୟରେ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି କି , ଏହି ଲୋକମାନେ ମିଛ ମାମଲା ରୁଜୁ କରି ମୋତେ ଜେଲରେ ପୁରାଇ ଦେଇଥିଲେ । କିଛିଦିନ ପୂର୍ବରୁ ମୁଁ ୫ମାସ ପରେ ଜେଲରୁ ବାହାରି ଆସିଛି । ଜେଲରେ ସେମାନେ ମୋତେ ଶାରିରୀକ , ମାନସିକ ନିର୍ଯାତନା ଦେଇଛନ୍ତି । ମୁଁ ସୁଗାର ରୋଗୀ ଅଟେ । ଏହି ଲୋକମାନେ ମୋତେ ୨୦ଦିନ ପର୍ଯ୍ୟନ୍ତ ମୋର ଇନସୁଲିନ ବନ୍ଦ କରି ଦେଇଥିଲେ । ଏମାନେ ମୋତେ ଭାଙ୍ଗିବାକୁ ଚାହୁଁଥିଲେ କିନ୍ତୁ ସେମାନଙ୍କୁ ଜଣାନାହିଁ କି ମୁଁ ହରିୟାଣରୁ ଅଟେ । ଏମାନେ କାହାକୁ ବି ଭାଙ୍ଗିପାରିବେ କିନ୍ତୁ ହରିୟାଣା ଲୋକଙ୍କୁ ଭାଙ୍ଗିପାରିବେ ନାହିଁ । ’

ପ୍ରଚାର ସମୟରେ ପୂର୍ବତନ ସିଏମ କେଜ୍ରିଓ୍ବାଲ କହିଛନ୍ତି କି, ହରିୟାଣାକୁ ଆପଣଙ୍କ ପୁଅ ପୂରା ଦେଶ ଏବଂ ବିଶ୍ବରେ ହରିୟାଣାର ନାଁର ଟେକ ରଖିଛି । ଦିଲ୍ଲୀ ଏବଂ ପଞ୍ଜାବରେ ଆପର ସରକାର ଅଛି । ମଝିରେ ହରିୟାଣା ଅଛି ଏଠାରେ ବି ମୋତେ ସେବା କରିବାର ସୁଯୋଗ ଦିଅନ୍ତୁ । ଦିଲ୍ଲୀରେ ମୁଁ କାମ କରିଛି । ଆପଣମାନଙ୍କୁ ଜଣା ଅଛି ଦିଲ୍ଲୀରେ ବିଜୁଳି ମାଗଣା ଅଛି । ଦିଲ୍ଲୀରେ ସ୍କୁଲ ଭଲ କରି ଦେଇଛି, ଶିକ୍ଷା ବ୍ୟବସ୍ଥା ଭଲ କରି ଦେଇଛି । ମହିଳାଙ୍କ ଲାଗି ଫ୍ରି ବସ୍ ଯାତ୍ରା କରି ଦେଇଛି । ବୃଦ୍ଧବୃଦ୍ଧାଙ୍କ ଲାଗି ତୀର୍ଥ ଯାତ୍ରା କରି ଦେଇଛି । ଏହି ସବୁ କାମ ହରିୟାଣାରେ କରିବି, ଖାଲି ଗୋଟିଏ ଥର ଝାଡ଼ୁ ବଟନ ଚିପି ଦିଅନ୍ତୁ । ’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.