ପ୍ରମୂଖ ଖବର
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଦିଲ୍ଲୀରେ ପୁଞ୍ଜିପତି, ବାଣିଜ୍ୟିକ ମୁଖ୍ୟଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ, ‘ଉତ୍କର୍ଷ ଓଡ଼ିଶା’ରେ ସାମିଲ ହେବାକୁ କରିବେ ନିମନ୍ତ୍ରଣ

ଭୁବନେଶ୍ୱର,୦୩/୧୦:  ଓଡ଼ିଶାରେ ଶିଳ୍ପାୟନ ପାଇଁ ଅନୁକୂଳ  ପରିବେଶ ରହିଛି । ଦିଲ୍ଲୀରେ  ଶିଳ୍ପପତି, ରାଷ୍ଟ୍ରଦୂତ ଓ ବିଭିନ୍ନ  ଦେଶର ବାଣିଜ୍ୟିକ ମୁଖ୍ୟଙ୍କ ସହ  ଜଣ ଜଣ କରି ଆଲୋଚନା କରିବି ।  ଓଡ଼ିଶାକୁ ଆସି ନିବେଶ କଲେ  ସରକାର ସବୁ ସହଯୋଗ କରିବାର  ନିର୍ଭର ପ୍ରତିଶ୍ରୁତି ଦେବି । ମହାପ୍ରଭୁ  ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜ୍ୟକୁ  ନିଶ୍ଚୟ ଅଧିକ ନିବେଶକ ଆସିବେ ।  ପୁଞ୍ଜି ଖଟାଇବେ । ଶିଳ୍ପାୟନରେ ରାଜ୍ୟ  ଆଗକୁ ଦୌଡ଼ିବ । ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତ  ପୂର୍ବରୁ ଗଣମାଧ୍ୟମକୁ ଏହା କହିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  

ବେଶ୍‌ ଆତ୍ମବିଶ୍ୱାସର ସହ ସେ  କହିଛନ୍ତି, ଗୁରୁବାର ଦିନ ତମାମ  ସେ ନିବେଶକ ଓ ରାଷ୍ଟ୍ରଦୂତମାନଙ୍କ  ସହ ଓଡ଼ିଶାରେ ପୁଞ୍ଜି ଲଗାଣ ନେଇ ଆଲୋଚନା କରିବେ । ରାଜ୍ୟ ସରକାର  ବିଶେଷ ଭାବେ ଖାଦ୍ୟ ପ୍ରକ୍ରିୟାକରଣ,  ଆଇଟି, ରାସାୟନିକ ଶିଳ୍ପ ସହ  ପେଟ୍ରୋକେମିକାଲସକୁ ଅଗ୍ରାଧିକାର  ଦେଉଛନ୍ତି । ଏ କ୍ଷେତ୍ରରେ ଅଧିକ  ନିବେଶ ଭିଡ଼ି ଅଧିକ ନିଯୁକ୍ତି ସୁଯୋଗ  ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି ।  କେବଳ ଜାତୀୟସ୍ତରର ନିବେଶକ  ନୁହଁ ବିଦେଶୀ ନିବେଶକଙ୍କୁ ମଧ୍ୟ  ଆମେ ରାଜ୍ୟକୁ ଟାଣିବାକୁ ଯଥାସମ୍ଭବ  ଉଦ୍ୟମ କରିବୁ । ରାଜ୍ୟରେ ନିବେଶ କରିବାକୁ ସରକାରଙ୍କର କ’ଣ  ସବୁ ପ୍ରୋତ୍ସାହନ ବ୍ୟବସ୍ଥା ଅଛି ସେ  ସଂପର୍କରେ ଆଲୋଚନା ବେଳେ ସ୍ପଷ୍ଟ  ଭାବେ ଅବଗତ କରାଇ ଓଡ଼ିଶା ପ୍ରତି  ଆକୃଷ୍ଟ କରାଇବୁ । ଏ ଆଲୋଚନା  ସମୟରେ ନିବେଶକମାନଙ୍କୁ ‘ଉତ୍କର୍ଷ  ଓଡ଼ିଶା’ ସମ୍ମିଳନୀରେ ଯୋଗ ଦେବାକୁ  ନିମନ୍ତ୍ରଣ ମଧ୍ୟ ଜଣାଇବି ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୋହନ କହିଛନ୍ତି, ରାଜ୍ୟ ସରକାର ଶିଳ୍ପକୁ ଗୁରୁତ୍ୱ ଦେଉଛନ୍ତି । ଆସନ୍ତା ୫ ବର୍ଷରେ  ୫ ଲକ୍ଷ କୋଟିର ନିବେଶ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଖୁସିର କଥା, ଶହେ ଦିନର  ସରକାରରେ ୪୫ ହଜାର କୋଟିର ନିବେଶ ପ୍ରତିଶ୍ରୁତି ମିଳିଛି । ଇତିମଧ୍ୟରେ ବହୁ  ଶିଳ୍ପପତି ମୋତେ ଭେଟି ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ଦେଖାଇବା ସହ ଆଲୋଚନା  କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଉଦ୍ୟୋଗୀମାନଙ୍କୁ ସବୁପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରସ୍ତୁତ ଅଛନ୍ତି । ଆସନ୍ତା ଜାନୁଆରୀ ୨୮ ଓ ୨୯ରେ  ‘ଉତ୍କର୍ଷ ଓଡ଼ିଶା’ ସମ୍ମିଳନୀରେ ଅଧିକ ନିବେଶକ କିଭଳି ସାମିଲ ହୋଇ ରାଜ୍ୟରେ  ପୁଞ୍ଜି ଖଟାଇବେ ତା’କୁ ଦୃଷ୍ଟିରେ ରଖି ସରକାର ରୋଡ୍‌ ଶୋ ସହ ନିବେଶକଙ୍କ  ସହ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୁଞ୍ଜିପତିଙ୍କୁ ଓଡ଼ିଶାମୁହାଁ କରିବାକୁ  ଆମ ଉଦ୍ୟମ ଜାରି ରହିବ । ରାଜ୍ୟବାସୀଙ୍କ ଆଶୀର୍ବାଦରେ ଆମେ ଏଥିରେ ସଫଳ  ମଧ୍ୟ ହେବୁ ।  

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ହୋଟେଲ ତାଜରେ ନିବେଶକଙ୍କ  ସହ ସ୍ୱତନ୍ତ୍ର ବୈଠକରେ ଯୋଗ ଦେବେ । ଫିକି ସହଯୋଗରେ ଆୟୋଜିତ ଏ  ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ବିଭାଗ ପ୍ରମୁଖ  ସଚିବ ହେମନ୍ତ ଶର୍ମା ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ । ଆସନ୍ତା  ଜାନୁଆରୀ ୨୮ ଓ ୨୯ରେ ଦୁଇଦିନ ଧରି ଭୁବନେଶ୍ୱରରେ ନିବେଶକ ସମ୍ମିଳନୀ  ‘ଉତ୍କର୍ଷ ଓଡ଼ିଶା’ ଅନୁଷ୍ଠିତ ହେବ । ‘ମେକ୍‌ ଇନ ଓଡ଼ିଶା’ ସମିଳନୀ ନାଁ ବଦଳାଇ  ନୂଆ ସରକାର ଉତ୍କର୍ଷ ଓଡ଼ିଶା ରଖିଥିଲା ବେଳେ ଏଥିପାଇଁ ଇତିମଧ୍ୟରେ ଏହାର  ଲୋଗୋ ଉନ୍ମୋଚନ ସରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.