ପ୍ରମୂଖ ଖବର
  • ପୁରୀ : ୩୧ ଓ ୧ ତାରିଖ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ୱାର ଦେଇ ପ୍ରବେଶ
  • ||
  • ନୂଆବର୍ଷରୁ କୃଷକ ପଞ୍ଜୀକରଣ ଆରମ୍ଭ, ମାର୍ଚ୍ଚ ୩୧ରେ ଶେଷ
  • ||
  • ବଣାଇ : ହାଇୱା -ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ, ଦୁଇ ଗୁରୁତର
  • ||

ହଜିଥିବା ଜିନିଷ ଖୋଜି ଦେବ Jio Tag Go, କିଣି ଆଣନ୍ତୁ ମାତ୍ର ୧୪୯୯ ଟଙ୍କା

Published By : Ankita S | December 20, 2024 2:24 PM

ନୂଆଦିଲ୍ଲୀ,୨୦/୧୨: ଆପଣଙ୍କର କିଛି ଜିନିଷ ହଜିଯାଇଛି କି । ପର୍ସ, ଚାବି କିମ୍ବା ଅନ୍ୟ କିଛି ନିତି ଦିନିଆ ଜିନିଷ ମିଳୁ ନାହିଁ କି କିମ୍ବା କେଉଁଠି ରଖି ଦେଇ ଭୁଲି ଯାଇଛନ୍ତି କି । ଏଣିକି ଆଉ ଚିନ୍ତା ନାହିଁ । ହଜିଥିବା ଜିନିଷ ଖୋଜି ଦେବ ଜିଓ ଟ୍ୟାଗ ଗୋ । ରିଲିୟାନ୍ସ ଗ୍ରୁପ ଜିଓ ଟ୍ୟାଗ ଗୋ (Jio Tag Go)ଲଞ୍ଚ କରିଛି । କଏନ ସାଇଜର ଏହି Jio Tag Go ସାହାଯ୍ୟରେ ହଜିଥିବା ଜିନିଷ ଖୋଜି ପାରିବେ । ଏହାର ସୁବିଧା କେବଳ ଆଣ୍ଡରଏଡ ୟୁଜର୍ସ ପାଇପାରିବେ । ଏହା ଭାରତର ପ୍ରଥମ ଆଣ୍ଡରଏଡ ଟ୍ରାକର ଯାହା ଗୁଗୁଲ ଫାଇଣ୍ଡ ମାଇଁ ଡିଭାଇସକୁ ସପୋର୍ଟ କରିଥାଏ । ଫାଇଣ୍ଡ ମାଇଁ ଡିଭାଇସ ଆପ୍ ବ୍ୟବହାର କରି ଏହାର ସୁବିଧା ପାଇପାରିବେ ।

ଆଣ୍ଡ୍ରଏଡ ୟୁଜର୍ସଙ୍କୁ ମିଳିବ ସୁବିଧା

Jio Tag Go ଟ୍ରାକର କେବଳ ଆଣ୍ଡ୍ରଏଡ ଫୋନକୁ ସପୋର୍ଟ କରେ । ଆପଲ ଆଇଫୋନକୁ ଏହା ସମର୍ଥନ କରିବ ନାହିଁ । ଏହି ଡିଭାଇସ । ଆଣ୍ଡ୍ରଏଡ ଫୋନ ବ୍ୟବହାର କରୁଥିବା ବ୍ୟକ୍ତି ଏହି ଟ୍ରାକରୁ ଉପଲବ୍ଧ ପାଇପାଇପାରିବେ । କିଛି ଦିନ ପୂର୍ବକୁ ଲଞ୍ଚ ହୋଇଥିବା ଜିଓ ଟାଗ ଏୟାର ଭଳି ସାମନ ଫିଚର ସହିତ ବଜାରକୁ ଆସିଛି ଜିଓ ଟାଗ୍ ଗୋ ।

Jio Tag Goର ଫିଚର

ଜିଓ ଟ୍ୟାଦ ଗୋ ଏକ କମ୍ପାକ୍ଟ ବ୍ଲୁଟୁଥ ସକ୍ଷମ ଟ୍ରାକର । ଏଥିରେ ଆଣ୍ଚ୍ରଏଡ ଫୋନ ବ୍ୟବହାରକାରୀଙ୍କ ସହିତ ଏକ ନେଟୱାର୍କ କଭରେଜ ରହିଛି । ଏହା ବିଭିନ୍ନ ଦେଶରେ କାମ କରିପାରିବ । କୌଣସି ସିମ କାର୍ଡ କିମ୍ବା ଡାଟା ପ୍ୟାକ ବିନା ଟ୍ରାକର ସେମି ରିଅଲ ଟାଇମ ଦେଖାଇବ । ଏସ ସି୨୦୩୨ ବ୍ଯାଟେରୀ ଦ୍ବାରା ପରିଚାଳିତ । ୧ ବର୍ଷ ଯାଏ ଚାଲିବ ।

Jio Tag Goର ଦାମ୍ ଓ କେଉଁଠୁ କିଣିବେ

ଭାରତରେ ଜିଓ ଟ୍ୟାଗର ମୂଲ୍ୟ ୧୪୯୯ ଟଙ୍କା ରହିଛି । ଆମାଜନ ଇଣ୍ଡିଆ, ଜିଓ ମାର୍ଟ, ରିଲାଏନ୍ସ ଡିଜିଟାଲ, ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ହେବ । ବିଭିନ୍ନ ରଙ୍ଗରେ ହଳଦିଆ,  ଧଳା, କମଳା ଓ କଳା ରଙ୍ଗରେ ଉପଲବ୍ଧ ହେବ ଜିଓ ଟ୍ୟାଗ ଗୋ ।

କେମିତି କରିବେ ବ୍ୟବହାର-

-ପ୍ରଥମେ ଆପଣଙ୍କ ଆଣ୍ଡ୍ରଏଡ ଫୋନର ପ୍ଲେ ଷ୍ଟୋରରେ ଗୁଗୁଲ ଫାଇଣ୍ଡ ମାଇଁ ଡିଭାଇସ ଆପ୍ ଇନଷ୍ଟଲ କରନ୍ତୁ ।

-ଏହାପରେ ଫୋନ ନିକଟକୁ ଜିଓ ଟ୍ୟାଗ ଗୋ ଟର୍ଣ୍ଣ ଅନ୍ କରନ୍ତୁ ଏବଂ ସ୍କ୍ରିନରେ ଫାଷ୍ଟପେୟାର ପପଅପ୍ ଦେଖାଯିବା ପରେ କନେକ୍ଟ କରିବେ ।

-ଅନ୍-ସ୍କ୍ରିନ ନିର୍ଦ୍ଦେଶନାମାକୁ ଫଲୋ କରି ଆବଶ୍ୟକୀୟ ସତ୍ତାବଳୀ ପଢିବେ । ସତ୍ତାବଳୀରେ ରାଜି ଥିଲେ Agree and continue ଉପରେ କ୍ଲିକ କରିବେ ।

-ଏହା ପରେ Done ଉପରେ କ୍ଲିକ କରନ୍ତୁ । Google Find my Device ଆପ୍ ବ୍ୟବହାର କରି ନିଜର ଜିଓ ଟ୍ୟାଗୁ ଖୋଜି ପାରିବେ ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.