ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

୯ ମାସରେ ୧୧ ହଜାର କୋଟିର ଡିଜିଟାଲ ଠକେଇ, ମୋଟ ୧୮ ହଜାର ୪୬୧ ମାମଲା

Published By : Prameya | December 28, 2024 9:42 AM

ନୂଆଦିଲ୍ଲୀ,୨୮/୧୨ : ଏବେ ବ୍ୟାଙ୍କଗୁଡିକ ସାମ୍ନାରେ ଡିଜିଟାଲ ଠକେଇ ନୂଆ ଆହ୍ୱାନ ଭାବେ ଉଭା ହୋଇଛି । ସାମାନ୍ୟ ଅବହେଳାରେ ଆକାଉଣ୍ଟ୍‌ ସଫା କରି ଦେଉଛନ୍ତି ସାଇବର ଠକ । ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଗତ ୯ ମାସକୁ ଦେଖିଲେ ୧୧,୩୩୩ କୋଟିର ଡିଜିଟାଲ ଠକେଇ ସାମ୍ନାକୁ ଆସିଛି । ଚଳିତ ଆର୍ôଥକବର୍ଷର ପ୍ରଥମ ୬ ମାସରେ ବ୍ୟାଙ୍କଗୁଡ଼ିକରେ ଠକେଇ ମାମଲା ଚିନ୍ତାଜନକ ରହିଛି । ବ୍ୟାଙ୍କରେ ଏଭଳି ୧୮,୪୬୧ ମାମଲା ସାମ୍ନାକୁ ଆସିଛି । ସେହିଭଳି ବ୍ୟାଙ୍କ ଠକେଇ ସହ ଜଡ଼ିତ ଅର୍ଥ ୮ ଗୁଣ ବୃଦ୍ଧି ହୋଇ ୨୧,୨୬୭ କୋଟି ଛୁଇଁଛି । ଆର୍‌ବିଆଇ ଗୁରୁବାର ଏ ନେଇ ଏକ ରିପୋର୍ଟ ଜାରି କରିଛି । 

ଆର୍‌ବିଆଇ ରିପୋର୍ଟ ମୁତାବକ, ଗତ ଆର୍ଥିକ ବର୍ଷ ସମାନ ଅବଧିରେ ୧୪,୪୮୦ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଥିଲା । ଏଥିରେ ୨୬୨୩ କୋଟିର ରାଶି ସାମିଲ ହୋଇଥିଲା । ଗତ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇ ସହ ଜଡ଼ିତ ଅର୍ଥ ୧୦ ବର୍ଷ ମଧ୍ୟରେ ସବୁଠାରୁ କମ୍‌ ଥିଲା । ୨୦୨୩-୨୪ରେ ଇଣ୍ଟରନେଟ୍‌ ଏବଂ କାର୍ଡ କ୍ଷେତ୍ରରେ ଠକେଇ ୪୪.୭% ଥିଲା । ମାମଲା ସଂଖ୍ୟାକୁ ଦେଖିଲେ ଏହା ୮୫.୩% । ଗ୍ରାହକଙ୍କ ଉପରେ ସୋସିଆଲ ଇଞ୍ଜିନିୟରିଂ ଆଟାକ୍‌ ଦ୍ୱାରା ଠକେଇ ମାମଲା ବଢ଼ୁଛି । ଏଗୁଡିକ ବ୍ୟାଙ୍କର ପରିଚାଳନା ଏବଂ ସମ୍ମାନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଟ୍ରାଞ୍ଜାକସନକୁ ମନିଟର କରିବା ଏବଂ ଠକେଇ କାର୍ଯ୍ୟକଳାପ ରୋକିବା ବ୍ୟାଙ୍କଗୁଡିକ ଲାଗି ଏବେ ଆହ୍ୱାନ ଛିଡ଼ା କରିଛି । ଏପଟେ ଅନାଦାୟ ଋଣ ହ୍ରାସ ଏବଂ ଋଣ ଯୋଗାଣରେ ୨ ଗୁଣ ବୃଦ୍ଧି ଯୋଗୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଲାଭରେ ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇଛି । ୨୦୨୪-୨୫ରେ ବ୍ୟାଙ୍କ ଗୁଡିକର ଲାଭ ୧.୫ ଲକ୍ଷ କୋଟି ଟଙ୍କା ଟପିବା ନେଇ ଆଶା କରାଯାଉଛି । ଚଳିତ ଆର୍ôଥକ ବର୍ଷର ପ୍ରଥମ ୬ ମାସରେ ବ୍ୟାଙ୍କଗୁଡିକର ନେଟ୍‌ ଲାଭ ୨୫% ବଢ଼ି ୮୫,୫୨୦ କୋଟି ଟଙ୍କା ରହିଛି । ଯାହା ଗତ ଆର୍ôଥକ ବର୍ଷ ପ୍ରଥମ ୬ ମାସରେ ୬୮,୫୦୦ କୋଟି ଟଙ୍କା ରହିଥିଲା । 

ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ବ୍ୟାଙ୍କଗୁଡିକର ପ୍ରଦର୍ଶନରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି । ୨୦୨୩-୨୪ରେ ବ୍ୟାଙ୍କଗୁଡିକର ମୋଟ ନେଟ ଲାଭ ୧.୪୧ ଲକ୍ଷ କୋଟି ଟଙ୍କା ରହିଥିଲା । ଆସେଟ୍‌ କ୍ୱାଲିଟି, ଋଣ ଅଭିବୃଦ୍ଧି, ନଗଦ ଅନୁପାତ ବୃଦ୍ଧି ସହ ବ୍ୟାଙ୍କ ଲାଭରେ ଉନ୍ନତି ଆସିଛି । ବ୍ୟାଙ୍କଗୁଡିକର ମୋଟ ଏନ୍‌ପିଏ କ୍ଷେତ୍ରରେ ଆଖିଦୃଶିଆ ହ୍ରାସ ପରିଲକ୍ଷିତ ହୋଇଛି । ୨୦୧୮ ମାର୍ଚ୍ଚରେ ଏହା ୧୪.୫୮% ସ୍ତରରେ ଥିବା ବେଳେ ୨୦୨୪ ସେପ୍ଟେମ୍ବରରେ ଏହା ୩.୧୨%କୁ ଖସିଛି । ସେହିଭଳି କ୍ୟାପିଟାଲ ଟୁ ରିସ୍କ ଆସେଟ ରେସିଓ (ସିଆର୍‌ଏଆର୍‌) ୩.୯୮% ବୃଦ୍ଧି ହୋଇ ୧୫.୪୩% ଛୁଇଁଛି । ଏଥିରେ ଉନ୍ନତି ବ୍ୟାଙ୍କଗୁଡିକର ସ୍ଥିତାବସ୍ଥାକୁ ଦର୍ଶାଇଥାଏ । ୨୦୧୫ ମାର୍ଚ୍ଚରେ ଏହା ୧୧.୪୫% ସ୍ତରରେ ଥିଲା । ବ୍ୟାଙ୍କ ଗୁଡିକ ଦୃଢ଼ ହେଉଥିବାରୁ ଦେଶର ଅର୍ଥନୀତିରେ ଉଲ୍ଲେଖନୀୟ ଯୋଗଦାନ ଦେଉଥିବା ଦେଖାଯାଉଛି । ବର୍ତ୍ତମାନ ଆର୍‌ବିଆଇ ସିଆର୍‌ଏଆର୍‌କୁ ୧୧.୫% ସ୍ତରରେ ରଖିଛି । ୨୦୧୫ରେ ଆର୍‌ବିଆଇ ଆରମ୍ଭ କରିଥିବା ଆସେଟ କ୍ୱାଲିଟି ରିଭ୍ୟୁ (ଏକ୍ୟୁଆର) ବ୍ୟାଙ୍କ ଗୁଡିକ ଲାଗି ଲାଭକାରୀ ସାବ୍ୟସ୍ତ ହୋଇଛି । ଏନ୍‌ପିଏକୁ ଚିହ୍ନଟ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରୁଛି । ସ୍ଥିତି ଉନ୍ନତ ହେବାରୁ ଗତ ୩ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୬୧,୯୬୪ କୋଟିର ଲାଭାଂଶ ପ୍ରଦାନ କରିଛନ୍ତି । ବ୍ୟାଙ୍କଗୁଡ଼ିକର ମୋଟ ଏନ୍‌ପିଏ ୧୩ ବର୍ଷର ସର୍ବନିମ୍ନ ସ୍ତରରେ ରହିଛି । ଗତ ୬ ବର୍ଷ ହେବ ବ୍ୟାଙ୍କ ଗୁଡିକ ଲାଭ ହାସଲ କରିବା ଜାରି ରଖିଛନ୍ତି । ଏବେ ସାଇବର ଠକମାନେ ଗ୍ରାହକଙ୍କୁ ଅତି ସହଜରେ ଟାର୍ଗେଟ କରୁଛନ୍ତି । ଏ ଦିଗରେ ଅଧିକ ସଚେତନତା ଲୋଡ଼ା ରହିଥିବା ଆର୍‌ବିଆଇ ଏହାର ରିପୋର୍ଟରେ ଉଲ୍ଲେଖ କରିଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.