ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଉତ୍ତର ପୂର୍ବାଞ୍ଚଳରେ ଅଶାନ୍ତି ସୃଷ୍ଟି ଲାଗି ଆଇଏସ୍‌ଆଇର ଷଡ଼ଯନ୍ତ୍ର, ୫ ରାଜ୍ୟ ଦେଇ ମଣିପୁର ଓ ନାଗାଲାଣ୍ଡକୁ ପଠାଉଛି ଅସ୍ତ୍ରଶସ୍ତ୍ର

Published By : Prameya | December 27, 2024 10:49 AM

ନୂଆଦିଲ୍ଲୀ, ୨୭।୧୨: ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ଭାରତର ଉତ୍ତର ପୂର୍ବାଞ୍ଚଳରେ ଅଶାନ୍ତିର ବାତାବରଣ ସୃଷ୍ଟି ଲାଗି ଷଡ଼ଯନ୍ତ୍ର ଚଳାଇଛି । ଏଠାରେ ସାମ୍ପ୍ରଦାୟିକ ମାହୋଲକୁ ଇନ୍ଧନ ଯୋଗାଉଛି । ଏଥିପାଇଁ ପାକିସ୍ତାନରୁ ଚୋରା ବେପାରୀଙ୍କ ଜରିଆରେ ମଣିପୁର ଓ ନାଗାଲାଣ୍ଡକୁ ଅସ୍ତ୍ରଶସ୍ତ୍ର ପଠାଉଛି । ଜମ୍ମୁ-କାଶ୍ମୀର ଓ ପଞ୍ଜାବ ଜରିଆରେ ଏହି ଅସ୍ତ୍ରଶସ୍ତ୍ର ଆସୁଛି । ଏମିତି କି ବିହାରକୁ ଏକ ଟ୍ରାଞ୍ଜିଟ ରୁଟ ଭାବେ ଚୋରା ବେପାରୀମାନେ ବ୍ୟବହାର କରୁଛନ୍ତି । ଏଠାରେ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖାଯାଉଛି । ଭାରତର ଗୁଇନ୍ଦା ଏଜେନ୍ସିକୁ ଏ ବାବଦରେ କିଛି ସୁରାକ ମିଳିଥିବା ଜଣାପଡ଼ିଛି । 

ସୂତ୍ର ମୁତାବକ, ଗୁଇନ୍ଦା ଏଜେନ୍ସିଙ୍କୁ ସୂଚନା ମିଳିଛି ଯେ ପାକିସ୍ତାନର କିଛି ବଡ଼ ଚୋରା ବେପାରୀ ଜମ୍ମୁ-କାଶ୍ମୀର ଓ ପଞ୍ଜାବରେ ତସ୍କରଙ୍କ ମାଧ୍ୟମରେ ଭାରୀ ମାତ୍ରାରେ ଅସ୍ତ୍ରଶସ୍ତ୍ର ପହଞ୍ଚାଉଛନ୍ତି । ଏହି ଅସ୍ତ୍ରଶସ୍ତ୍ରକୁ ଏଠାରୁ ହରିଆଣା ଏବଂ ପରେ ଉତ୍ତର ପ୍ରଦେଶ ଦେଇ ବିହାରର ଗୁପ୍ତ ସ୍ଥାନକୁ ନିଆଯାଉଛି । ଏହାପରେ ଚାହିଦା ଅନୁସାରେ ଏଗୁଡ଼ିକୁ ନାଗାଲାଣ୍ଡ, ମଣିପୁର ଓ ଅନ୍ୟ ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଛି । ସୂତ୍ରରୁ ଆହୁରି ଜଣାପଡ଼ିଛି ଯେ ଏନ୍‌ଆଇଏ ୫ ରାଜ୍ୟରେ ସନ୍ଦିଗ୍ଧ ଠିକଣା ଉପରେ ଚଢ଼ଉ କରିଥିଲା । ଏହି ସମୟରେ ଅସ୍ତ୍ରଶସ୍ତ୍ର ଓ ନଗଦ ଟଙ୍କା ଜବତ ହୋଇଥିଲା । ଡାର୍କୱେବ୍‌ରେ କିଣାବିକା ନେଇ ଚୋରା ବେପାରୀମାନେ ଆଲୋଚନା କରିବା ସହ ବିଟ୍‌କଏନ୍‌ରେ ଡିଲ୍‌ କରୁଥିବା ଜଣାପଡ଼ିଛି ।

 

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.