ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ନୂତନ ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ବସିଲା ରିଜର୍ଭ ବ୍ୟାଙ୍କ ସେଣ୍ଟ୍ରାଲ ବୋର୍ଡର ପ୍ରଥମ ବୈଠକ, ଭାରତର ବ୍ୟାଙ୍କିଙ୍ଗ ଟ୍ରେଣ୍ଡ ଏବଂ ପ୍ରଗତି ଉପରେ ହେଲା ଆଲୋଚନା…

Published By : Prameya | December 20, 2024 7:53 PM

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଦେଶରେ ବ୍ୟାଙ୍କିଙ୍ଗର ସ୍ଥିତି ଏବଂ ବିକାଶ ସହ ସମ୍ବନ୍ଧିତ ଆହ୍ବାନ ସମ୍ପର୍କରେ ଆଲୋଚନା କରିଛନ୍ତି। ଗଭର୍ଣ୍ଣର ହେବା ପରେ ସଞ୍ଜୟ ମାଲହୋତ୍ରା ପ୍ରଥମ ଥର ପାଇଁ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡର ୬୧୨ ତମ ବୈଠକ ଥିଲା । ଏହି ଅବସରରେ ସେ ୨୦୨୩-୨୪ରେ ଭାରତର ବ୍ୟାଙ୍କିଙ୍ଗ ଟ୍ରେଣ୍ଡ ଏବଂ ପ୍ରଗତି ଉପରେ ରିପୋର୍ଟର ସମୀକ୍ଷା କରିଥିଲେ। ତେବେ ଆଜି (ଶୁକ୍ରବାର)ର ଏହି ବୈଠକରେ ଏହା ସହ ଜଡିତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ସଞ୍ଜୟ ମଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଗୌହାଟୀରେ ଆୟୋଜିତ ଏହି ବୈଠକରେ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବ୍ୟାଙ୍କର ସମସ୍ତ ନିର୍ଦ୍ଦେଶକ ଉପସ୍ଥିତ ଥିଲେ।

କେନ୍ଦ୍ରୀୟ ବୋର୍ଡ ବୈଠକରେ ବିଶ୍ବ ଆର୍ଥିକ ଅବସ୍ଥାରେ ଭାରତ ପାଇଁ ସୁଯୋଗ ଏବଂ ଆହ୍ବାନ ମଧ୍ୟ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ ଭାରତର ଘରୋଇ ଅର୍ଥନୈତିକ ଭବିଷ୍ୟତକୁ ତ୍ୱରାନ୍ୱିତ କରିବା ଏବଂ ପ୍ରତିବନ୍ଧକକୁ ଦୂର କରିବା ପାଇଁ ପଦକ୍ଷେପ ଗୁଡିକ ଉପରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ମଧ୍ୟ ସ୍ମରଣ କରାଯାଇଥିଲା। ବିଶେଷକରି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ଏବଂ ନୂତନ ପଦକ୍ଷେପ ଗୁଡିକ ପ୍ରଶଂସା କରାଯାଇଥିଲା।

ଗଭର୍ଣ୍ଣରଙ୍କ ସମ୍ମୁଖରେ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ କାର୍ଯ୍ୟାଳୟ ବିଭାଗର କାର୍ଯ୍ୟ ଏବଂ ଗତିବିଧିକୁ ମଧ୍ୟ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥିଲା। ଏହି ବୈଠକରେ ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ରା, ଏମ ରାଜେଶ୍ୱର ରାଓ, ଟି ରବି ଶଙ୍କର, ଜି ସ୍ବାମୀନାଥନ ଏବଂ କେନ୍ଦ୍ରୀୟ ବୋର୍ଡର ଅନ୍ୟ ନିର୍ଦ୍ଦେଶକ ମାନେ ଉପସ୍ଥିତ ଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.