ପ୍ରମୂଖ ଖବର
  • ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା, ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ
  • ||
  • ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର, ଡବଲ ଇଞ୍ଜିନ ସରକାରଙ୍କୁ ଧନ୍ୟବାଦ ଦେଲେ ଅପରାଜିତା
  • ||
  • କଟକ : ଦେଶୀ ବନ୍ଧୁକ କାରଖାନାରେ ରେଡ୍‌, ୪ ଗିରଫ
  • ||
  • ଆମେରିକା ସ୍ପେସ୍ ଏଜେନ୍ସିଂର ରକେଟ୍ ଫେଲ, ମହାକାଶରୁ ସୁନୀତା ୱିଲିୟମ୍ସ, ୱିଲମୋର ବୁଚଙ୍କର ଫେରିବା ହେବ ବିଳମ୍ବ
  • ||
  • ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ, ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ପ୍ରଶାସକ ଉପସ୍ଥିତ
  • ||
  • ବାଲେଶ୍ୱର : ପୁଅକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ବାପା, ଅଭିଯୁକ୍ତ ଅଟକ
  • ||
  • ଉତ୍ତରାଖଣ୍ଡ ଡେରାଡୁନରେ ହିଟି ଆଣ୍ଡ ରନ୍‌, କାର ଧକ୍କାରେ ୪ ଶ୍ରମିକଙ୍କ ଚାଲିଗଲା ଜୀବନ, ୨ ଜଣ ଗୁରୁତର
  • ||
  • ବଡ଼ଦେଉଳରେ ଦୋଳ ଉତ୍ସବ: ଆଜି ମେଣ୍ଢାପୋଡ଼ି, ଦୋଳବେଦିରେ ବିଜେ ହେବେ ଠାକୁରେ
  • ||
  • ଅସ୍ଥାୟୀ ମଣ୍ଡପ ନିକଟରେ ସ୍ଥାପନ ହେଲା ଶୁଭଖଣ୍ଟି: ଏପ୍ରିଲ ୩ରୁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ୨୮ରେ ଶେଷ
  • ||
  • ଫଗୁଣରେ ନିର୍ଘାତ ତାତି: ୪୦ ଡେଇଁଲା ପାରଦ, ୧୬ ଯାଏ ଜଳାଇବ ଖରା, ୧୭ରେ ପରେ କାଳବୈଶାଖୀ !
  • ||

ଗୁଗଲରେ ଛଟେଇ ପାଇଁ ସୁନ୍ଦର ପିଚାଇ କଲେ ଘୋଷଣା, ସର୍ଚ୍ଚ ଇଞ୍ଜିନ କମ୍ପାନୀରେ ଚଳିତ ବର୍ଷର ୪ର୍ଥ ଛଟେଇ

Published By : Prameya | December 20, 2024 8:17 PM

ନୂଆଦିଲ୍ଲୀ : ପୁଣି ଗୁଗଲରେ ଛଟେଇ ହେବ। ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇ ଏନେଇ କରିଛନ୍ତି ଘୋଷଣା। କମ୍ପାନୀର ଡାଇରେକ୍ଟର୍ସ ଓ ଭାଇସ୍‌ ପ୍ରେସିଡେଣ୍ଟଙ୍କ ସମେତ ମ୍ୟାନେଜରିଆଲ ରୋଲ୍ସରେ ୧୦ ପ୍ରତିଶତ ଜବ୍‌ରେ ଛଟେଇ କରାଯିବ। ଓପେନ ଏଆଇ ଭଳି କମ୍ପିଟିଟର୍ସଙ୍କ ଠାରୁ ଏଆଇରେ ବଢୁଥିବା ପ୍ରତିଯୋଗିତା ମଧ୍ୟରେ କମ୍ପାନୀ ନିଜର କର୍ମଚାରୀଙ୍କ ସଂଖ୍ୟାରେ ହ୍ରାସ କରୁଛି। 

ବିଜନେସ ଇନସାଇଡରର ରିପୋର୍ଟ ଅନୁସାରେ, ପିଚାଇ କହିଛନ୍ତି କି, ଗୁଗଲ ଗତ କିଛି ବର୍ଷରେ କମ୍ପାନୀକୁ ଏଫିସିଏଣ୍ଟ କରିବା ଓ ଏହାର ଷ୍ଟ୍ରକଚରକୁ ସରଳ କରିବା ପାଇଁ ପରିବର୍ତ୍ତନ କରୁଛି। ଗୁଗଲ ଏବେ ମ୍ୟାନେଜର, ଡାଇରେକ୍ଟର ଓ ଭାଇସ୍‌ ପ୍ରେସିଡେଣ୍ଟ ଭଳି ପଦର ଚାକିରିରେ ଛଟେଇ କରିବ। 

ଗୁଗଲର ସ୍ପୋକପର୍ସନଙ୍କ ଅନୁସାରେ, ରିପୋର୍ଟରେ କୁହାଯାଇଛି ଯେ, ୧୦ପ୍ରତିଶତ ମଧ୍ୟରୁ କିଛି ଚାକିରିକୁ ଇଣ୍ଡିଭିଜୁଆଲ କଣ୍ଟ୍ରିବ୍ୟୁଟରର ରୋଲ୍ସରେ ବଦଳା ଯାଇଛି, ଯାହାକି କିଛି ରୋଲ୍ସକୁ ବନ୍ଦ କରିଦିଆ ଯାଇଛି।

ଗୁଗଲରେ ହୋଇଥିବା ଏହି ଛଟେଇ ଚଳିତ ବର୍ଷର ୪ର୍ଥ ଛଟେଇ। ଚଳିତ ବର୍ଷ ଜାନୁୟାରୀରେ ବୈଶ୍ୱିକ ବିଜ୍ଞାପନ ଟିମ୍‌ରୁ କିଛି ଶହ ପଦକୁ ବନ୍ଦ କରି ଦେଇ ଥିଲା। ଏହା ପରେ ଜୁନ୍‌ରେ କ୍ଲାଉଡ୍‌ ୟୁନିଟ୍‌ରେ ୧୦୦ ଚାକିରିରେ ତାଲା ପକାଇ ଥିଲା। ଏହା ପୂର୍ବରୁ ଜାନୁୟାରୀ , ୨୦୨୩ରେ କମ୍ପାନୀ ୧୨୦୦୦ କର୍ମଚାରୀଙ୍କୁ ବାହାର କରି ଦେଇ ଥିଲା। ଗୁଗଲ ଏହିସବୁ ନିଜର ପରିଚାଳନାରେ ବଡ଼ ସ୍ତରରେ ପରିବର୍ତ୍ତନକୁ ନେଇ କରୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.