ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ନିଜର ଓ୍ବାଇଫାଇ ଗ୍ରାହକଙ୍କୁ ଏୟାରଟେଲ୍‌ର ଉପହାର, Zee5 ସହ କଲା ଏହି ଚୁକ୍ତି

Published By : Tapas Panda | December 20, 2024 7:02 PM

Image Courtesy: madhyamamonline

ନୂଆଦିଲ୍ଲୀ: ଭାରତୀ ଏୟାରଟେଲ୍‌ ନିଜର ଓ୍ବାଇଫାଇ ଗ୍ରାହକଙ୍କ ଲାଗି ବଡ଼ ଉପହାର ଦେବାକୁ ଯାଉଛି । ଏୟାରଟେଲ୍‌ ଓ୍ବାଇଫାଇ ବ୍ୟବହାର କରୁଥିବା ଗ୍ରାହକ ଏବେ ମାଗଣାରେ ଜି-୫ର ଡିଜିଟାଲ କଣ୍ଟେଣ୍ଟ ଦେଖିପାରିବେ । ୬୯୯ ଟଙ୍କା କିମ୍ୱା ଏହାଠୁ ଅଧିକ ଟଙ୍କାର ୱାଇଫାଇ ରିଚାର୍ଜ ପ୍ଲାନ୍ ଉପରେ ଗ୍ରାହକ ବିନା କୌଣସି ଅତିରିକ୍ତ ଶୁଳ୍କରେ ଜି-୫ର ମଜା ନେଇପାରିବେ । 

ଏଥିପାଇଁ ଏୟାରଟେଲ ଏବଂ ଜି-୫ ମଧ୍ୟରେ ବୁଝାମଣା ହୋଇଛି ।  ଦୁଇ କମ୍ପାନି ମଧ୍ୟରେ ବୁଝାମଣା ଅନୁସାରେ ଜି-୫ର ଏକ୍ସକ୍ଲୁସିଭ୍‌ କଣ୍ଟେଣ୍ଟ, ଅରିଜିନାଲ୍ ସୋ’, ଚାର୍ଟବଷ୍ଟର ଟାଇଟଲ୍ସ, ଓଟିଟି ମୁଭିଜ୍ ଏବଂ ବିଭିନ୍ନ ଭାଷାରେ ସିରିଜ୍ ଏୟାରଟେଲ୍ ୱାଇଫାଇ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । କମ୍ପାନିର ଏହି ଘୋଷଣା ପରେ ଏୟାରଟେଲ୍ ୱାଇଫାଇ୍ ଗ୍ରାହକ ଏବେ ୧.୫ ଲକ୍ଷରୁ ଅଧିକ ଘଣ୍ଟାର ଓଟିଟି କଣ୍ଟେଣ୍ଟର ଲାଭ ପାଇପାରିବେ । 

ଭାରତୀ ଏୟାରଟେଲର ମୁଖ୍ୟ ମାର୍କେଟିଂ ଅଧିକାରୀ ଅମିତ ତ୍ରିପାଠୀ କହିଛନ୍ତି, 'ଏହି ବୁଝାମଣା ଏୟାରଟେଲର ଡିଏନଏର ଅଂଶ ଏବଂ ଜି-୫ ସହ ଏହି ଚୁକ୍ତି କରି ଆମେ ଖୁସି ଅଛୁ । ଆମ ଗ୍ରାହକଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଡିଜିଟାଲ ଇକୋସିଷ୍ଟମ ଉପଲବ୍ଧ କରାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଜି-୫ର ସମୃଦ୍ଧ କଣ୍ଟେଣ୍ଟ ଆମ ପୋର୍ଟଫୋଲିଓକୁ ଅଧିକ ବଳ ଦେବ ଏବଂ ଗ୍ରାହକଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବ ।' ସେପଟେ ଏୟାରଟେଲ୍‌ ଓ୍ବାଇଫାଇ ଗ୍ରାହକ ପୂର୍ବରୁ ଆମାଜନ୍‌ ପ୍ରାଇମ୍‌, ନେଟଫ୍ଲିକ୍ସ ଏବଂ ହଟଷ୍ଟାରର ମଜା ନେଉଥିବା ବେଳେ ଏଣିକି ଜି-୫ ମଧ୍ୟ ମାଗଣାରେ ପାଇବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.