ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ମହଙ୍ଗା ପଡ଼ିଲା ଏକ୍ସପାୟାର୍ଡ ସାମଗ୍ରୀ ବିକ୍ରି, ବିଶାଲ ମେଗାମାର୍ଟକୁ ଲକ୍ଷେ ଟଙ୍କା ଜରିମାନା

Published By : Prameya | May 20, 2025 11:36 AM

ରାୟଗଡ଼ା,୨୦/୦୫: ଏକ୍ସପାୟାର୍ଡ ସାମଗ୍ରୀ ବିକିବା ମହଙ୍ଗା ପଡ଼ିଛି । ରାୟଗଡ଼ା ସହରର ବିଶାଲ୍‌ ମେଗାମାର୍ଟକୁ ଲକ୍ଷେ  ଟଙ୍କା ଜରିମାନା କରାଯାଇଛି । ମଲ୍‌ରୁ ଏହି ସାମଗ୍ରୀ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ ଜ୍ୟୋତି  ପ୍ରକାଶ ସୋରେନ । ବେଆଇନ୍‌ ଜାତୀୟ  ରାଜପଥ ଜବରଦଖଲ କରିଥିବାରୁ ଏଥିରୁ  ହଟିଯିବାକୁ ମଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ  ଦେଇଛି ପୌର ପ୍ରଶାସନ । 

ରାୟଗଡ଼ା ସହରର ସଂଗ୍ରାମ ପଟ୍ଟନାୟକଙ୍କ ଅଭିଯୋଗ  ଅନୁଯାୟୀ, ଗତ ୧୪ ତାରିଖରେ ୩୨୬ନଂ  ଏନ୍‌ଏଚ୍‌ର ଏଫ୍‌ସିଆଇ ଛକସ୍ଥିତ ବିଶାଲ ମେଗାମାର୍ଟରୁ ସେ ୧୪୬୩ ଟଙ୍କାର ବିଭିନ୍ନ ଜିନିଷ କିଣିଥିଲେ । ପରଦିନ ଘରେ ଜିନିଷଗୁଡ଼ିକୁ ବିଲ୍‌ ଅନୁଯାୟୀ  ମିଳାଇଥିଲେ । କିଣିଥିବା ୧ କେଜି ଆଳୁ ଭୋଜିଆର ଉପଯୋଗୀ ତାରିଖ ଅବଧି ଶେଷ ହୋଇଥିବା ଦେଖିଥିଲେ । ସେ ଉକ୍ତ ମେଗାମାର୍ଟକୁ ଯାଇ ଆଳୁ ଭୋଜିଆ ଏକ୍ସପାୟାର୍ଡ ହୋଇଯାଇଥିବାରୁ ଏହାକୁ ବଦଳାଇବାକୁ କହିଥିଲେ । କର୍ମଚାରୀମାନେ ମ୍ୟାନେଜରଙ୍କ ସହ  କଥାହେବାକୁ କହି ଘଣ୍ଟାଏ ଅପେକ୍ଷା କରାଇଥିଲେ । ପରେ ମ୍ୟାନେଜର ଏହି  ଜିନିଷ ବିଶାଲ ମେଗାମାର୍ଟରୁ କିଣାଯାଇନି ବୋଲି କହିଥିଲେ ।  

ବହୁ ସମୟ ଆଲୋଚନା ପରେ ଉପଯୋଗୀ ତାରିଖ ଶେଷ ହୋଇଥିଲା  ମାନିଥିଲେ । ଉପସ୍ଥିତ କେତେକ  ବୁଦ୍ଧିଜୀବୀ ମ୍ୟାନେଜରଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇଥିଲେ । ଏକ୍ସପାୟାର୍ଡ ଷ୍ଟକ୍‌  କାହିଁକି ରଖାଯାଇଛି ବୋଲି ପ୍ରଶ୍ନ  କରିଥିଲେ । ମ୍ୟାନେଜର ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନ  ଥିଲେ । ଆଜି ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ  ସୋରେନ ବିଶାଲ ମେଗାମାର୍ଟରେ ବିଭିନ୍ନ  ଦ୍ରବ୍ୟର ମାନ, ଏକ୍ସପାୟାର୍ଡ ତାରିଖ ଯାଞ୍ଚ୍‌  କରିଥିଲେ । ଅନେକ ସାମଗ୍ରୀ ଏକ୍ସପାୟାର୍ଡ  ହୋଇଥିବା ଦେଖିବାକୁ ପାଇଥିଲେ ।  କେତେକ ସାମଗ୍ରୀ ଅପରିଷ୍କାର ଭାବେ  ପଡ଼ିଥିବା ଦେଖିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.