ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ରଥଖଳା ହାଲ୍‌ଚାଲ୍‌... ତୃତୀୟ ଭୂଇଁ ଉଠି ତାଗ ବାଡ଼ିଆ ଆରମ୍ଭ, ପଟା ବାଡ଼ିଆ ପରେ ପ୍ରସ୍ତୁତ ହେବ ଚଟାଣ

ପୁରୀ,୨୫/୦୬: ଚାହୁଁ ଚାହୁଁ ବଡ଼ଦାଣ୍ଡରେ ଠିଆ ହେଲାଣି ରଥତ୍ରୟ । ତ୍ୱରାନ୍ୱିତ ଗତିରେ ଚାଲିଛି ଠାକୁରଙ୍କ ରଥ ନିର୍ମାଣ । ସୋମବାର ତିନି ରଥରେ ତୃତୀୟ ଭୂଇଁ ଟୁଙ୍ଗୁରା ଯାଇଛି । ଏହାପରେ ପୋଟଳ ଓରା,ପାରେଣୀ ଓ ଖମ୍ବୀ ରଖାଯାଇଛି । ଏଣିକି ବଡ଼ଛତା ପୋଟଳ ଉଠିବ । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ କାଠ ସବୁକୁ ରଥ ଉପରକୁ ବୋହି ନେଇଥିଲେ । ଏଥିସହ ରଥରେ ତାଗ ବାଡ଼ିଆ ଆରମ୍ଭ ହୋଇଛି । ସେଥିରେ ପଟା ବାଡ଼ିଆ ହେଲେ ରଥର ଚଟାଣ ପ୍ରସ୍ତୁତ ହେବ । 

ପୂର୍ବରୁ ରଥ ଖଳାରେ ତୃତୀୟ ଭୂଇଁ ଫ୍ରେମ୍‌ ପଡ଼ି ଖୋଲା ଯାଇଥିଲା । ଏହାପରେ ରଥ ଉପରକୁ ଉଠିଥିଲା ୩ୟ ଭୂଇଁ । ସୋମବାର ଭୂଇଁକାମ ଶେଷ  କରାଯାଇଛି । ତୃତୀୟ ଭୂଇଁ ଉଠି ଅକାତ, ମାଛପାତିଆ, ଛିଆଣ, ଭୂଇଁ ନାହାକା ଓ ଖଦିଓରା ଆଦି ଲାଗିଲା । ଖଦିଓରା  ବିନ୍ଧରେ ଭୂଇଁ ନାହାକା ସାଲ ହୋଇ  ଭର୍ତ୍ତି ହେଲା । ପାଖୁଡ଼ା ଉପରେ ଅକାତ  ଓ ମାଛପାତିଆ ଲଗାଯାଇଥିଲା । ଭୂଇଁ ଶେଣୀ ଉପରେ ଛିଆଣ ପଡ଼ିଥିଲା । ଏହାପରେ କଣ୍ଟା ବାଡ଼ିଆ ଯାଇଥିଲା ।  ଏହାପରେ ପୋଟଳ ଖମ୍ବି ଉଠି ପୋଟଳ  ଓରା ଓ ପୋଟଳ ପାରେଣୀ ଲାଗିଥିଲା । ଏହା ଉପରେ ବଡ଼ ପୋଟଳ ଉଠାଯିବ । ରଥରେ ମୋଟ ୧୩ ପରସ୍ତ  ପୋଟଳ ରଥରେ ସ୍ଥାପନ କରାଯିବ । ବର୍ତ୍ତମାନ  ଚକକୁ ମଜଭୁତ କରିବାକୁ ପହିରେ ନଟବୋଲ୍ଟ ସହ  ଲୌହ ପ୍ଲେଟ୍‌ ଫିଟିଂ କରୁଛନ୍ତି ।  

ସୋମବାର ରଥରେ ତାଗ ବାଡ଼ିଆ ଆରମ୍ଭ ହୋଇଛି । ଗୟଳ ଉପରେ ବରଗା ଗୁଡ଼ିକ ହେଉଛି ତାଗ । ୩ ଇଞ୍ଚରେ ଅଢେଇ ଇଞ୍ଚର ୧୨ ଫୁଟିଆ ଲମ୍ବ କାଠ । ରଥ ଚାରିପଟେ ତାଗ ବାଡ଼ିଆ ପରେ ରଥରେ ପଟା ପଡ଼ିବ । ଏହାଦ୍ୱାରା ରଥର ଚଟାଣ ପ୍ରସ୍ତୁତ ହୋଇଯିବ। ବିଶ୍ୱକର୍ମାଙ୍କ ତତ୍ତ୍ୱାବଧାନରେ  ଭୋଇସେବକମାନେ କାର୍ଯ୍ୟରେ ଲାଗିଛନ୍ତି । କମାର  ସେବକମାନେ ତାଗରେ କଣ୍ଟା ପିଟୁଛନ୍ତି । ଏବେ ରଥଚାଳିରେ ତିନି ରଥର ଦୁଆର ଘଡ଼ା କାମ  ସରିବା ଉପରେ । ଓଝା ସେବକମାନେ ଜଙ୍ଘା କଣ୍ଟା ତିଆରିଛନ୍ତି । ଏହି ବଡ଼ କଣ୍ଟା ରଥର ୧୩ ପରସ୍ତ  ପୋଟଳରେ ଲାଗିବ। କରତି ସେବକ ନିଜ କାମରେ  ବ୍ୟସ୍ତ ରହିଛନ୍ତି । ଚିତ୍ରକର ସେବକମାନେ ରଥାଂଶକୁ  ଜୀବନ୍ତ କରିବାରେ ଲାଗିଛନ୍ତି । ତାଳଧ୍ୱଜ, ଦେବଦଳନ  ଓ ନନ୍ଦିଘୋଷ ରଥରେ ସମନ୍ୱୟ ରହି କାର୍ଯ୍ୟ ଚାଲିଛି ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.