ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ରଥଯାତ୍ରା ଟ୍ରାଫିକ୍‌ କଟକଣା କୋହଳ: ୯ରୁ ୧୪ ଯାଏଁ ୩ ପ୍ରବେଶ ପଥରେ ନୂଆ ବ୍ୟବସ୍ଥା ଜାରି

ପୁରୀ,୦୯/୦୭: ଶେଷ ହୋଇଛି ଦୁଇ ଦିନିଆ ଶ୍ରୀଗୁଣ୍ଡିଚା ଯାତ୍ରା । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ଯାଇଛି ୩  ରଥ । ଏବେ ଦେଶବିଦେଶରୁ ଆସିବେ ଭକ୍ତ । ଗୁଣ୍ଡିଚା ମନ୍ଦିର ଓ ଶରଧାବାଲିରେ ଲାଗିବ ଭିଡ଼ । ତେଣୁ ଶ୍ରଦ୍ଧାଳୁ ଯେଭଳି ଅତି ସହଜରେ ବଡ଼ଦାଣ୍ଡକୁ ଆସି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରି ସକରାତ୍ମକ  ଅନୁଭୂତି ନେଇ ଫେରିବେ ସେଥିପାଇଁ  ବ୍ୟବସ୍ଥା କରିଛି ପୁଲିସ । ବଦଳିଛି  ଟ୍ରାଫିକ୍‌ ବ୍ୟବସ୍ଥା । କଟକଣା କୋହଳ  କରାଯାଇଥିବା ନେଇ ଶରଧାବାଲି  ସ୍ଥିତ ଗୁଣ୍ଡିଚା ବାଡ଼ି ଉପ ନିୟନ୍ତ୍ରଣ  କକ୍ଷଠାରେ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି ପୁଲିସ ଅଧୀକ୍ଷକ  ଓପିଏସ୍‌(ଏସ୍‌ଏଜି) ଡ.ଭବାନୀକାନ୍ତ  ପଟ୍ଟନାୟକ । 

୯ ତାରିଖରୁ ଆସନ୍ତା ୧୪  ତାରିଖ ଯାଏଁ ଜାରି ହୋଇଥିବା  ଏହି ଟ୍ରାଫିକ୍‌ ବ୍ୟବସ୍ଥା ଅନୁସାରେ  ଭୁବନେଶ୍ୱର ପାଶ୍ୱର୍ରୁ ଆସୁଥିବା ବାଇକ ଡାକ୍ତରଖାନା ଛକ ଦେଇ ବଡ଼ଦାଣ୍ଡକୁ  ଆସି ବଳଗଣ୍ଡିଠାରେ ପାର୍କିଂ କରିବ ।  ପାସ୍‌ଧାରୀ ଚାରିଚକିଆ ଯାନ ଜେଲ୍‌  ରେଡ୍‌ ସ୍ଥିତ ବହୁତଳ ପାର୍କିଂରେ ରହିବ ।  ବିନା ପାସ୍‌ଧାରୀ ଯାନ ମାଳତୀପାଟପୁର  ଆର୍‌ଓବି ଦେଇ ତାଳବଣିଆ ଯିବ ।  ଭୁବନେଶ୍ୱର ପାଶ୍ୱର୍ରୁ ଆସୁଥିବା  ନିୟମିତ ଯାତ୍ରୀବାହୀ ବସ୍‌ ଅଠରନଳାରୁ  ନବକଳେବର ରୋଡ୍‌, ମାଟିଆପଡ଼ା  ଛକ, ଗୁଣ୍ଡିଚା ମନ୍ଦିର ପଛ ପାଶ୍ୱର୍ ଦେଇ  ପୌରସଂସ୍ଥା ବସ୍‌ଷ୍ଟାଣ୍ଡ୍‌କୁ ଯିବ । ରାଜ୍ୟ  ବାହାର ବସ୍‌ଗୁଡ଼ିକ ମାଳତୀପାଟପୁର  ବସ୍‌ଷ୍ଟାଣ୍ଡ୍‌ରେ ପାର୍କିଂ ହେବ । 

ସେହିପରି ଗୋପ ଓ କୋଣାର୍କ  ପାଶ୍ୱର୍ରୁ ଆସୁଥିବା ନିୟମିତ ଯାତ୍ରୀବାହୀ  ବସ୍‌ ପୁରୀ ପୌରସଂସ୍ଥା ବସ୍‌ଷ୍ଟାଣ୍ଡ୍‌କୁ  ଯିବ । ବିନା ପାସ୍‌ଧାରୀ ଚାରିଚକିଆ  ଯାନ ତାଳବଣିଆ ଠାରେ ପାର୍କିଂ କରିବ ।  ପାସ୍‌ଧାରୀ ଚାରିଚକିଆ ଯାନ ସିଟି  ରୋଡ୍‌, ଡାକ୍ତରଖାନା ଛକ ଦେଇ ଜେଲ୍‌  ରୋଡ୍‌ ପାର୍କିଂକୁ ଯିବ । ବାଇକ ବଡ଼ଦାଣ୍ଡ ବଳଗଣ୍ଡି ଠାରେ ପାର୍କିଂ କରିବ । ବ୍ରହ୍ମଗିରି  ପାଶ୍ୱର୍ରୁ ଆସୁଥିବା ନିୟମିତ ଯାତ୍ରୀବାହୀ  ବସ୍‌ ଗୁଣ୍ଡିଚା ପୌରସଂସ୍ଥା ବସ୍‌ଷ୍ଟାଣ୍ଡ୍‌କୁ  ଯିବ । ବାଇକ ବଡ଼ଦାଣ୍ଡ ବଳଗଣ୍ଡି  ଠାରେ ପାର୍କିଂ କରିବ । ବିନା ପାସ୍‌ଧାରୀ  ଚାରିଚକିଆ ଯାନ ମାଳତୀପାଟପୁର ଆର୍‌ଓବି ଦେଇ ତାଳବଣିଆ ଯିବ । ପାସ୍‌ଧାରୀ ଚାରିଚକିଆ ଯାନ ଜେଲ୍‌  ରୋଡ୍‌ ପାର୍କିଂକୁ ଯିବ । ଅନ୍ୟପଟେ  ସହରକୁ ଆସୁଥିବା ଭାରିଯାନ ରାତି  ୧୨ଟାରୁ ସକାଳ ୬ଟା ମଧ୍ୟରେ ପ୍ରବେଶ  କରି ପାରିବ । ସାମ୍ବାଦିକ ସମ୍ମିଳନୀରେ  ଦେବବ୍ରତ୍ତ ଚକ୍ର ଉପସ୍ଥିତ ଥିଲେ ।

  • PrameyaOdia
  • prameya
  • puri news
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.