ଜୟପୁର: ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ IPL 2025ର ୨୮ ତମ ଲିଗ୍ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ରେ ଟସ୍ ଜିତିବା ପରେ, RCB ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୩ ରନ୍ କରିଛି । ଯଶସ୍ୱୀ ଜୟସ୍ୱାଲ ୭୫ ରନର ଏକ ଚମତ୍କାର ଇନିଂସ ଖେଳିଛନ୍ତି । ଏହା ବ୍ୟତୀତ ଧ୍ରୁବ ଜୁରେଲ ଅପରାଜିତ ୩୫ ରନ୍ ଏବଂ ରିୟାନ ପରାଗ ୩୦ ରନର ଏକ ଇନିଂସ ଖେଳିଛନ୍ତି । ଆରସିବି ପକ୍ଷରୁ ଭୁବନେଶ୍ୱର କୁମାର, ଜୋଶ ହାଜେଲଉଡ୍, ଯଶ ଦୟାଲ ଏବଂ କୃଣାଲ ପାଣ୍ଡ୍ୟା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।
ପ୍ରଥମେ ଖେଳି ରାଜସ୍ଥାନ ରୟାଲ୍ସ ୧୭୩ ରନ କରିଛି। ଶେଷ ଓଭରଗୁଡ଼ିକରେ ଧ୍ରୁବ ଜୁରେଲ ବିସ୍ଫୋରକ ବ୍ୟାଟିଂ କରି ୨୩ ବଲ୍ରେ ୩୫ ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ପୂର୍ବରୁ ଯଶସ୍ୱୀ ଜୟସ୍ୱାଲ ୪୭ ବଲ୍ରେ ୭୫ ରନ୍ର ଏକ ଦୃଢ଼ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସୱାଇ ମାନ ସିଂହ ଷ୍ଟାଡିୟମର ଧୀର ପିଚ୍ରେ ଏହି ଲକ୍ଷ୍ୟ ହାସଲ କରିବା ଆରସିବି ପାଇଁ ସହଜ ହେବ ନାହିଁ।
ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନର ଆରମ୍ଭ ଧୀର ଥିଲା। ଯଶସ୍ୱୀ ଏବଂ ଅଧିନାୟକ ସଞ୍ଜୁ ସାମସନଙ୍କ ମଧ୍ୟରେ ଏକ ଭଲ ଭାଗୀଦାରି ହୋଇଥିଲା, କିନ୍ତୁ କୃଣାଲ ପାଣ୍ଡ୍ୟା ସାମସନଙ୍କୁ ଆଉଟ୍ କରି ରାଜସ୍ଥାନକୁ ପ୍ରଥମ ଝଟକା ଦେଇଥିଲେ। ସାମସନ ୧୯ ବଲ୍ ରେ ଗୋଟିଏ ଚୌକା ସହାୟତାରେ ୧୫ ରନ୍ କରି ଆଉଟ୍ ହୋଇଥିଲେ। ପରେ ଯଶସ୍ୱୀ ଏବଂ ରିୟାନ୍ ପାରାଗ ଦ୍ୱିତୀୟ ୱିକେଟ୍ ପାଇଁ ୫୬ ରନ୍ ଯୋଡିଥିଲେ । କିନ୍ତୁ ୟଶ ଦୟାଲ ରିୟାନଙ୍କୁ ଆଉଟ କରିଥିଲେ। ରିୟାନ ୨୨ ବଲ୍ରେ ତିନୋଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୩୦ ରନ୍ କରିବା ପରେ ପାଭିଲିୟନ ଫେରିଥିଲେ। ଶେଷରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭରରେ ୧୭୩ ରନ୍ ସଂଗ୍ରହ କରିପାରିଛି ।