ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ରାଜସ୍ଥାନରେ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା, ଟ୍ରଲିକୁ ଧକ୍କା ଦେଲା କାର୍, ୬ ମୃତ…

Published By : Prameya | March 6, 2025 5:03 PM

ନୂଆଦିଲ୍ଲୀ: ରାଜସ୍ଥାନର ଆବୁ ରୋଡ୍ ଅଞ୍ଚଳରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ଆଜି (ଗୁରୁବାର) ଭୋର ସମୟରେ ଘଟିଥିବା ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହି ଦୁର୍ଘଟଣାରେ ଜଣେ ମହିଳା ଆହତ ହୋଇଥିବା ଖବର ମଧ୍ୟ ରହିଛି। ସୂଚନା ଅନୁଯାୟୀ, ଏକ ଦ୍ରୁତ ଗତିରେ ଆସୁଥିବା କାର୍ ଏକ ଟ୍ରଲି ସହିତ ଧକ୍କା ହେବା ଯୋଗୁଁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ଏବଂ ୬ ଜଣ ଲୋକ ପ୍ରାଣ ହରାଇଛନ୍ତି।

ପୋଲିସ ଏହି ଦୁର୍ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛି। ଏନେଇ ପୋଲିସ କହିଛି ଯେ, ଭୋର ପ୍ରାୟ ୩ଟା ସମୟରେ ସିରୋହିର କିଭାର୍ଲି ଗାଁ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏଠାରେ ଏକ ଦ୍ରୁତଗାମୀ କାର ଏକ ଟ୍ରଲି ସହିତ ଧକ୍କା ଦେଇଥିଲା। ମାଉଣ୍ଟ ଆବୁ ସର୍କଲ ଅଫିସରଙ୍କ ଅନୁଯାୟୀ, କାରରେ ଥିବା ଲୋକମାନେ ଜାଲୋର ଜିଲ୍ଲାର ଏକ ଗାଁର ବାସିନ୍ଦା ଥିଲେ। ସେମାନେ ଅହମ୍ମଦାବାଦରୁ ଫେରୁଥିଲେ। କିଭାର୍ଲି ନିକଟରେ କାରଟି ଏକ ଟ୍ରଲି ସହିତ ଧକ୍କା ହୋଇଥିଲା । 

ଅଧିକାରୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ପରେ କାରରେ ଥିବା ଚାରି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହା ପରେ, ଡାକ୍ତରଖାନାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଆହତ ଜଣେ ମହିଳାଙ୍କୁ ଚିକିତ୍ସା କରାଯାଉଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.