ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ଚିକାଗୋ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନର ଜରୁରି ଅବତରଣ ଘଟଣା; କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ...

Published By : Bijay Swain | March 10, 2025 8:05 PM

Image courtesy: money control

ନୂଆଦିଲ୍ଲୀ: ସୋମବାର ଏୟାର ଇଣ୍ଡାଆର ବମାନ ଆମେରିକାରେ ଜରୁରି ଅବତରଣ କରିବା ପରେ ଏହା ପଛର ପ୍ରକୃତ ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଛି। ଖବର ମୁତାବକ ବିମାନରେ ଥିବା ସମସ୍ତ ୧୨ଟି ଶୌଚାଳୟରୁ ଅଧିକାଂଶ ଶୌଚାଳୟ ଅବ୍ୟବହୃତ ହେବାପରେ ବିମାନଟି ଆମେରିକାରେ ଜରୁରି ଅବତରଣ କରିଥିବା ଜଣାପଡିଛି। ଏନେଇ ବିମାନ ପରିଚଳନା କତ୍ତୃପକ୍ଷ କହିଛନ୍ତି ଯେ ପଲିଥିନ୍ ବ୍ୟାଗ୍, ଛିଣ୍ଡା ପୋଷାକ ପରି ଜିନିଷଗୁଡ଼ିକ ଶୌଚାଳୟରେ ଫ୍ଲସ୍ ହୋଇଥିବାରୁ ପାଇଖାନାଗୁଡ଼ିକ ବନ୍ଦ ହୋଇଯାଇଥିଲା। ଯେଉଁଥିପାଇଁ ସେଗୁଡ଼ିକ ବ୍ୟବହାର ଅଯୋଗ୍ୟ ହୋଇଯାଇଥିଲା।

ଏୟାରଲାଇନ ଦେଇଥିବା ସୂଚନା ଅନୁଯାୟି ବିମାନରେ ଥିବା ସମସ୍ତ ୧୨ଟି ଶୌଚାଳୟ ମଧ୍ୟରୁ ୮ ଶୌଚାଳୟ ଅଚଳ ହୋଇଯାଇଥିଲା। ଏହାଛଡା ଇଉରୋପରେ ଥିବା ଆମର ଡାଇଭର୍ସନ ପଏଣ୍ଟ ଘଟଣାସ୍ଥଳଠୁ ବହୁ ଦୁରରେ ଥିଲା। ଏହା ସହ ସେଠାରେ ଆମକୁ ରାତ୍ରୀକାଳିନ ସୁବଧା ସୁଯୋଗ ମଧ୍ୟ ମିଲିପାରି ନଥାନ୍ତା। ତେଣୁ ବାଧ୍ୟ ହୋଇ ଆମକୁ ଚିକାଗୋକୁ ଫେରିବାକୁ ପଡିଥିଲା।

ଏୟାର ଇଣ୍ଡିଆ ଏକ ବିବୃତି ଜାରି କରି କହିଛି ଯେ “ଆମ ନିକଟକୁ ସାମାଜିକ ଗଣମାଧ୍ୟମ ଦ୍ୱାରା କେତେକ ଅଭିଯୋଗ ଆସିଥିଲା। ଯେଉଁଥିରେ ଗତ ମାର୍ଚ୍ଚ ୫ ତାରିଖରେ ଚିକାଗୋରୁ ଦିଲ୍ଲୀ ପାଇଁ ଉଡାଣ ଭରିଥିବା ଏଆଇ୧୨୬ ବିମାନରେ ଲାଭାଟେରୀସ୍ ରେ ଅସୁବିଧା ଥିବା ନେଇ ଅଭିଯୋଗ ଆସିଥିଲା। ଏଣୁ ବିମାନଟି ୪୫ ମିନିଟର ଉଡାଣ ଭରିବା ପରେ ମଧ୍ୟ ବାଧ୍ୟ ହୋଇ ଚିକାଗୋ ଆନ୍ତର୍ଜାତିୟ ବିମାନବନ୍ଦରରେ ଅବତରଣ କରିଥିଲା।” ଯଦି ଆମେ ଏହା ନକରିଥାନ୍ତୁ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖିନ ହୋଇଥାନ୍ତେ ବୋଲି ଏୟାର ଇଣ୍ଡିଆ କହିଛି। 

ଏନେଇ ଏୟାର ଇଣ୍ଡିଆର ମୁକପାତ୍ର କହିଛନ୍ତି ଯେ “ଆମେ ଏ ଘଟମା ସମ୍ପର୍କରେ ଜାଣିଲା ବେଳକୁ ବିମାନ ଆଟଲାଣ୍ଟିକ ସମୁଦ୍ର ଉପରେ ନିଜର ଉଡାଣ ଭରୁଥିଲା। ତେବେ ଇଉରୋପରେ ରାତ୍ରୀକାଳିନ ଅପରେସନର ସୁବିଧା ମହଜୁଦ ନଥିବାରୁ ଆମେ ବିମାନଟିକୁ ଫୁଣି ଚିକାଗୋ ବିମାନ ବନ୍ଦରରେ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲୁ।”

ଏହି ଘଟଣା ପ୍ରଥମେ ଜଣାପଡିବା ପରେ ଏହା ଏକ ଆତଙ୍କୀ ଆକ୍ରମଣ କିମ୍ୱା ବିମାନର ଇଞ୍ଜିନରେ ଅସୁବିଧା ଥାଇପାରେ ଆଶଙ୍କା ପ୍ରକାଶ କରାଯାଉଥିଲା। ତେବେ ଏୟାର ଇଣ୍ଡିଆ ମୁଖପାତ୍ର ଏନେଇ ସ୍ପଷ୍ଟୋକ୍ତି ଦବା ପରେ ଲୋକମାନେ ଆଶ୍ୱସ୍ତି ହୋଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.