ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ପୂର୍ବତନ ସିଏମ୍‌ ଭୂପେଶ ବଘେଲଙ୍କ ଘରେ ରେଡ୍‌ କରିଥିବା ଇଡି ଟିମ୍‌ ଉପରେ ହମଲା , FIR ଦେବ ଏଜେନ୍ସି

Published By : Prameya | March 10, 2025 9:06 PM

ନୂଆଦିଲ୍ଲୀ : ଛତିଶଗଡ଼ରେ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆଜି ସୋମବାର କଂଗ୍ରେସ ନେତା ତଥା ପୂର୍ବତନ ସିଏମ୍‌ ଭୂପେଶ ବଘେଲ, ତାଙ୍କ ପୁଅ ଓ ଅନ୍ୟମାନଙ୍କ ଘରେ ଚଢଉ ହୋଇଛି। କିନ୍ତୁ ଏହି ଚଢଉ ବେଳେ ଇଡି ଟିମ୍‌ ଉପରେ ହମଲା କରାଯାଇ ଥିବା ଅଭିଯୋଗ ହୋଇଛି। ରେଡ୍‌ ପରେ ଘରୁ ବାହାରିବା ବେଳେ ଲୋକେ ହମଲା କରିଛନ୍ତି । ଇଡି କହିଛି ଯେ, ଏଜେନ୍ସି ହମଲା ବିରୋଧରେ ଏଫଆଇଆର ରୁଜୁ କରିବ। 

ଏହି ମଧ୍ୟରେ କଂଗ୍ରେସ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧରେ ଚଢଉକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। ପାର୍ଟି ଅଭିଯୋଗ କରିଛି କି , ସଂସଦର ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସରକାରଙ୍କ ସାମ୍ନାରେ ଅନେକ ପ୍ରମୁଖ ମାମଲାରୁ ଧ୍ୟାନ ହଟାଇବା ଉଦ୍ଦେଶ୍ୟରେ , ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଇଡି ମାଧ୍ୟମରେ ଚଢଉର କାର୍ଯ୍ୟାନୁଷ୍ଠାନ କରାଯାଇଛି।

ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଦ ଦୁର୍ନୀତି ମାମଲାରେ ଭୂପେଶ ବଘେଲଙ୍କ ପୁଅଙ୍କ ବିରୋଧରେ ମନି ଲଣ୍ଡରିଂ ଇନଭେଷ୍ଟିଗେସନ ଅନୁସାରେ, ତାଙ୍କ ( ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ) ଘରେ ରେଡ୍‌ କରିଥିଲେ। ସୂତ୍ରାନୁସାରେ , ବଘେଲଙ୍କ ପୁଅ ଚୈତନ୍ୟଙ୍କ ଭିଲାଇ (ଦୁର୍ଗ ଜିଲ୍ଲା) ସ୍ଥିତ ଘର, ଚୈତନ୍ୟଙ୍କ କଥିତ ନିକଟତର ସହଯୋଗୀ ଲକ୍ଷ୍ମୀ ନାରାୟଣ ବନସଲ ଓରଫ ପପ୍ପୁ ବନସଲ ତଥା ଆଉ କିଛି ଅନ୍ୟ ସ୍ଥାନରେ ମଧ୍ୟ ପ୍ରିଭେନସନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ (ପିଏମଏମଏ)ର ପ୍ରାବଧାନ ଅନୁସାରେ ତଲାସୀ ନିଆଯାଇଛି। 

ସୂତ୍ରାନୁସାରେ କୁହାଯାଇଛି କି , ଚୈତନ୍ୟ ନିଜର ପିତାଙ୍କ ସହ ଭିଲାଇରେ ହିଁ ରୁହନ୍ତି, ଏଥିପାଇଁ ଏହି ପରିସରରେ ମଧ୍ୟ ତଲାସୀ କରାଯାଉଛି। ସେ କହିଛନ୍ତି , ଏମିତି ସନ୍ଦେହ ଯେ, ସେ (ଚୈତନ୍ୟ ବଘେଲ)ମଦ ଦୁର୍ନୀତିର ଅପରାଧରେ ହୋଇଥିବା ଆୟର ଲାଭ ନେଇଛନ୍ତି। ରାଜ୍ୟରେ ପାଖାପାଖି ୧୪-୧୫ ଠିକଣାରେ ଚଢଉ କରାଯାଇଛି। 

କଂଗ୍ରେସ ଚଢଉର ବିରୋଧ କରି କହିଛି ଯେ, ବଘେଲ ପରିବାର ବିରୋଧରେ ରେଡ୍‌ ଏମିତି ସମୟରେ କେବଳ ଏକ ଚର୍ଚ୍ଚା କରିବାର ରଣନୀତି, ଯେତେବେଳେ କି ସଂସଦର ବଜେଟ୍‌ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି ଏବଂ ସରକାରଙ୍କୁ ଅନେକ ମାମଲାରେ ବିରୋଧୀଙ୍କ ପ୍ରଶ୍ନର ସାମ୍ନା କରିବାକୁ ପଡ଼ୁଛି। 

ଇଡିର ଚଢଉର ତୁରନ୍ତ ପରେ , ଭିଲାଇରେ ଭୂପେଶ ବଘେଲଙ୍କ ଘର ବାହାରେ କଂଗ୍ରେସର ଅନେକ ନେତା ଓ କର୍ମୀ ପହଞ୍ଚି ଦାବି କରିଥିଲେ ଯେ , ଏହା କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର। ଏହା ପୂର୍ବରୁ ଇଡି ପକ୍ଷରୁ ଦାବି କରାଯାଇ ଥିଲା କି, ମଦ ଦୁର୍ନୀତି ଘୋଟାଲା କାରଣରୁ ରାଜ୍ୟର ରାଜସ୍ୱକୁ ଖୁବ୍‌ କ୍ଷତି ହୋଇଛି। ଏହି କାରଣରୁ ୨,୧୦୦କୋଟି ଟଙ୍କାରୁ ଅଧିକ ଆୟ ମଦ ସିଣ୍ଡିକେଟ୍‌ର ଲାଭାର୍ଥୀଙ୍କ ପାଖକୁ ଚାଲିଯାଇଛି।

ଇଡି ଅନୁସାରେ , ଏହି କଥିତ ମଦ ଦୁର୍ନୀତି ମାମଲା ୨୦୧୯ରୁ ୨୦୨୨ ମଧ୍ୟରେ ହୋଇଛି, ଯେବେ ଏଠାରେ ଭୂପେଶ ବଘେଲଙ୍କ ତତ୍ତ୍ୱାବଧାନରେ କଂଗ୍ରେସ ସରକାର ଥିଲା। ଇଡି ଏବେ ସୁଦ୍ଧା ଅଲଗା ଅଲଗା ଅଭିଯୁକ୍ତଙ୍କ ଠାରୁ ପାଖାପାଖି ୨୦୫ କୋଟି ଟଙ୍କାର ସଂପତ୍ତି ଜବତ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.