ନୂଆଦିଲ୍ଲୀ: ସୁନା ଚୋରା କାରବାର ମାମଲାରେ ଫସିଥିବା କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କ ପାଲଟା ଅଭିଯୋଗ। କହିଲେ ମତେ ପିଟି ନାହାନ୍ତି କିନ୍ତୁ ମତେ ବହୁତ ଗାଳିଗୁଲଜ କରିଛନ୍ତି। ଦୁବାଇରୁ ଭାରତକୁ ସୁନା ଚୋରା କାରବାର କରି ଧରାପଡିଥିବା ରାନ୍ୟାଙ୍କୁ କୋର୍ଟରେ ହାଜିର କଲାପରେ ସେ ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶକ(ଡିଆରଆଇ)ଙ୍କ ନାମରେ ଏମିତି କିଛି ଅଭିଯୋଗ ଆଣିଛନ୍ତି।
ରାନ୍ୟାଙ୍କ ହାଇପ୍ରୋଫାଇଲ ସୁନା ଚୋରା କାରବାର ପାଇଁ ଡିଆରଆଇ ତାଙ୍କୁ ୧୦ ଦିନିଆ କଷ୍ଟଡିରେ ରଖିଛି। ତାଙ୍କ ବିଚାର ପାଇଁ ଜଷ୍ଟିସ ବିଶ୍ୱନାଥ ସି ଗୋଦାରଙ୍କ ନିକଟରେ ହାଜିର କରିବା ପୂର୍ବରୁ ତାଙ୍କ କଷ୍ଟଡିକୁ ସ୍ପେଶାଲ କୋର୍ଟ ଦ୍ୱାରା ସୋମବାର ଯାଏ ଢିଆରଆଇକୁ ପ୍ରଦାନ କରାଯାଇଥିଲା।
ତେବେ ଆଜି ରାନ୍ୟାଙ୍କୁ ବିଚାର ପାଇଁ କୋର୍ଟରେ ହାଜର କରାଯିବା ସମୟରେ ସେ ଏଜେନ୍ସି ଉପରେ ଏହି ଅଭିଯୋଗ ଉଠାଇଥିଲେ। ତେବେ ଡିଆଇଆଇ ଅଫିସରୁ ଆସିଥିବା ଅନୁସନ୍ଧାନକାରି ଅଧିକାରୀ(ଆଇଓ) ତାଙ୍କ ସହ କୈଣସି ପ୍ରକାରର ନିର୍ଯାତନା କରାଯାଇନାହିଁ ବୋଲି କହିଥିଲେ। ଏନେଇ ଅଧିକାରୀ ଜମଙ୍କ କହିଥିଲେ ଯେ “ପଚରାଉଚରା ସମୟରେ ରାନ୍ୟା କୌଣସି ଉତ୍ତର ଦେଇନଥିଲେ। ଆମେ ପ୍ରାୟ ସବୁବେଳେ ତାଙ୍କୁ ଚୋରା କାରବାର ସମ୍ୱଦ୍ଧରେ ପ୍ରଶ୍ନ ପଚାରୁଥିଲୁ। କିନ୍ତୁ ସେ ସବୁ ସମୟରେ ଚୁପ୍ ହିଁ ରହୁଥିଲେ। ଆମ ପାଖରେ ସମସ୍ତ ପଚରାଉଚରା ସମୟର ଭିଡିଓ ରେକର୍ଡ ମଧ୍ୟ ରହିଚି।”
ଅଧିକାରୀ ଜଣଙ୍କ ଆହୁରି କହିଛନ୍ତି ଯେ “ଆମେ ତାଙ୍କୁ ଚୋରାକାରବାର ସମ୍ୱଦ୍ଧିୟ ପ୍ରାମାଣ ଦେଖାଇବା ପରେ ମଧ୍ୟ ସେ ଚୁପ ରହିଥିଲେ। ତେବେ ସେ କୋର୍ଟରେ ପହଞ୍ଚିବା ପରେ ତାଙ୍କ ଓକିଲ ତାଙ୍କୁ କୋର୍ଟରେ କଣ କହିବାକୁ ପଡିବ ସେନେଇ ସୂଚନା ପ୍ରଦାନ କରିଥିଲେ।” ଏ ଅଭିଯୋଗର ପାଲଟା ଜବାବ ଦେଇ ରାନ୍ୟା କୋର୍ଟରେ କହିଛନ୍ତି ଯେ “ଯଦି ସେମାନଙ୍କ ପ୍ରଶ୍ନର ମୁଁ କୈଣସି ଉତ୍ତର ଦେଉନଥିଲି ତେବେ ସେମାନେ ମତେ ଧମକାଉଥିଲେ। ଯଦି ତମେ ସମସ୍ତ ପ୍ରଶ୍ନର ଉତ୍ତର ନଦିଅ ତେବେ ଆମେ ତୁମ ସହ କଣ କରିବୁ ତାହା ତୁମେ ଭଲ ଭାବେ ଜାଣିଛ। ଖାଲି ଏତିକି ନୁହେଁ ସେମାନେ ମତେ ମାନସିକ ଭାବେ ମଧ୍ୟ ନିର୍ଯାତନା ଦେଇଛନ୍ତି” ବୋଲି ସେ ଅଭିଯୋଗ ଆଣିଛନ୍ତି।
ଏହାର ଜବାବରେ ଜଜ ରାନ୍ୟାଙ୍କୁ କହିଥିଲେ ଯେ ତୁମ ପାଖରେ ୩୦ ମିନିଟର ସମୟ ଅଛି ତୁମେ ଏନେଇ ନିଜ ଏକିଲଙ୍କ ସହ କଥା ହେଇଯାଅ। ତେବେ ତୁମ ସହ ଯଦି ଏପରି ହେଉଥିଲା ତେବେ ତୁମେ ଆଗରୁ ନିଜ ଓକିଲଙ୍କୁ ଏସମ୍ପର୍କରେ କଣ ପାଇଁ ଜଣେଇଲ ନାହିଁ। ତୁନେ ଏଥିଲାଗି କଣ ପାଇଁ ପିଟିସନ ଦାଖଲ କରିନ ବୋଲି ପ୍ରଶ୍ନ କରିଥିଲେ।
ତେବେ ରାନ୍ୟା ଏହାର ଉତ୍ତରରେ କହିଥିଲେ ଯେ ମୁଁ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛି। କନ୍ତୁ ସେମାନେ ମତେ ଏକ ଦସ୍ତାବିଚରେ ଦସ୍ତଖତ କରିବାକୁ କହିଥିଲେ। ଆକୁ ଛାଡି ମୁଁ ତାଙ୍କର ସବୁ କଥା ମାନିଛି। ତତାପି ସେମାନେ ମୋ ଉପରେ ଉକ୍ତ ଦସ୍ତାବିଚରେ ଦସ୍ତଖତ କରିବା ଉପରେ ଚାପ ପକାଉଛନ୍ତି। ଏହା ସହ ସେମାନେ ମୋ ଘରକୁ ମଧ୍ୟ ଟାର୍ଗେଟ କରୁଛନ୍ତି। ଏହାର କଣ ଆବଶ୍ୟକତା ରହିଛି ବୋଲି କହିବା ସହ ରାନ୍ୟା କାନ୍ଦି ପକାଇଥିଲେ।
ଜଜ୍ ଏକଥା ଶୁଣି ରାନ୍ୟାଙ୍କୁ ତୁରନ୍ତ ଏକ ପିଟିସମ ଦାଖଲ କରିବାକୁ କହିବା ସହ ଦରକାର ହେଲେ ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରିବେ ବୋଲି କହି ଆଶ୍ୱସନା ଦେଇଥିଲେ। ଏହା ସହ ରାନ୍ୟାଙ୍କ ଓକିଲ ବାରମ୍ୱାର ମଝିରେ ବ୍ୟାଘାତ ସୃଷ୍ଟି କରୁଥିବାରୁ ଜଜ୍ ଏହାର ବିରୋଧ କରିବା ସହ ‘ସେ ଆମ ପ୍ରଶ୍ନର କିଧା ଉତ୍ତର ଦେଉଛନ୍ତି ତୁମେ ମଝିରେ କଣ ପାଇଁ ବ୍ୟାଘାତ ସୃଷ୍ଟି କରୁଛ’ ବୋଲି ମନ୍ତବ୍ୟ ଦେଇଥିଲେ।
ସୂଚନା ମୁତାବକ, ରାନ୍ୟା ୧୨ କୋଟି ଟଙ୍ଗା ମୁଲ୍ୟର ସୁନା ଚୋରାକାରବାର କରୁଥିବା ସମୟରେ ବାଙ୍ଗାଲୁରୁ ବିମାନବନ୍ଦରରୁ ଧରାପଡିଥିଲେ। ସେ ଦୁବାଇରୁ ଭାରତକୁ ବିପୁଳ ପରିମାଣର ସୁନା ଚୋରାରେ ଆଣୁଥିଲେ। ଗତ ଏକ ବର୍ଷ ମଧ୍ୟରେ ସେ ଦୁବାଇକୁ ୩୦ରୁ ଅଧିକ ଥର ଯାତ୍ରା କରିଛନ୍ତି। ଏଣୁ ସେ ଆଗରୁ ମଧ୍ୟ ସୁନା ଚୋରାକାରବାରରେ ସାମିଲ ଥିବା ନେଇ ଅଭିଯୋଗ ହୋଇଥିଲା।