ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ସାହାଜପାଲ ହାଟ ପଦାରେ ଜମୁଛି ବର୍ଷା ପାଣି, ବାରମ୍ୱାର ଅଭିଯୋଗ ସତ୍ତ୍ୱେ ନିଆଯାଉନାହିଁ ପଦକ୍ଷେପ

ବୌଦ୍ଧ,୧୫/୦୭: ଅସରାଏ ବର୍ଷାରେ ଜମିଲା ପାଣି । ନୂତନ ଭାବେ ନିର୍ମାଣ ହୋଇଥିବା ସରକାରୀ ହାଟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଦୋକାନୀ ଏବଂ ଗ୍ରାହକ ହେଉଛନ୍ତି ହନ୍ତସନ୍ତ । ନିୟମାନୁଯାୟୀ ହାଟପଦା ନିର୍ମାଣ ନହେବା ଓ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନଇବାରୁ ଏପରି ହୋଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। 

ସୂଚନା ଅନୁଯାୟୀ, ବର୍ଷାରେ ଭାସିଲା ସରକାରୀ ହାଟପଦା । ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜପାଲରେ ଏପରି ଘଟିଛି । ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ଉଭୟ ଦୋକାନୀ ଏବଂ ଗ୍ରାହକ । ଏହାର ନିର୍ମାଣରେ ହୋଇଥିଲା ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଉପଯୁକ୍ତ ଡ୍ରେନ ନଥିବାରୁ ହାଟ ଭିତରେ ଲହଡି ମାଡୁଛି ପାଣି । ନର୍ଦ୍ଦମା ପାଣି ଯୋଗୁ ହାଟକୁ ଆସୁଥିବା ବେପାରୀ ମାନେ ବ୍ୟବସାୟ କରିବରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାହକ ପାଣିରେ ପଶି ସାମଗ୍ରୀ କିଣି ବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ପାଣି ଜମି ରହିବା ହେତୁ ହାଟରେ ଥିବା ନଳକୂପର ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । ସେପଟେ ହାଟପଦା ନିକଟରେ ଥିବା ଡାକ କାର୍ଯ୍ୟାଳୟକୁ ଯିବା କଷ୍ଟସାଧ୍ୟ ହୋଇପଡିଛି। ପଞ୍ଚାୟତ ପକ୍ଷରୁ ହାଟରୁ ସାପ୍ତାହିକ ବଟି ଆଦାୟ କରାଯାଉଥିଲେ ମଧ୍ୟ ଏହି ସମସ୍ୟା ପ୍ରତି କାହାର ଖାତିର ନାହିଁ । ଏନେଇ ବାରମ୍ବାର ପଞ୍ଚାୟତ ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ତେବେ ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହିତ ଏହାର ପ୍ରତିକାର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.