ଭୁବନେଶ୍ୱର,୦୯/୦୩: ଜଗତସିଂହପୁର ସଦର ଥାନା ପଲ୍ଲୀ ପଞ୍ଚାୟତ ବଡ଼ ଦେଢ଼ିଲୋ ଗାଁରେ ପୋଲିସର ଚଢ଼ାଉ । ବେଆଇନ ବାଣ ବିକ୍ରି ଅଭିଯୋଗରେ ବଡ଼ ଦେଢ଼ିଲୋ ଗାଁର ଯଯାତି ସିଂହକୁ ଗିରଫ କରିଛି ପୋଲିସ । ଯଯାତୀଙ୍କ ଘରୁ ବିପୁଳ ପରିମାଣରେ ବାରୁଦ, ବାଣ ତିଆରି ସାମଗ୍ରୀ, ୫ଟି ଜୀବନ୍ତ ବମ୍, ଆଲୁମିନିୟମ ଗୁଣ୍ତ ସହିତ ଅନ୍ୟ ବିସ୍ପୋରକ ସାମଗ୍ରୀ ଜବତ କରିଛି ସଦର ପୋଲିସ ।
ସୂଚନା ମୁତାବକ, ଜଗତସିଂହପୁର ସଦର ଥାନା ପଲ୍ଲୀ ପଞ୍ଚାୟତ ବଡ଼ ଦେଢ଼ିଲୋ ଗାଁରେ ଯଯାତି ସିଂହ ନାମକ ବ୍ୟକ୍ତି ବାଣ ତିଆରି ସାମଗ୍ରୀ ସହ ବୋମା ତିଆରି କରୁଥିବା ନେଇ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ପୋଲିସ ତାଙ୍କ ଘରେ ଚଢାଉ କରିଥିଲା । ଏହି ଚଢାଉରେ ତାଙ୍କ ଘରୁ ବିପୁଳ ପରିମାଣରେ ବାରୁଦ,ବାଣ ତିଆରି ସାମଗ୍ରୀ ଓ ୫ ଟି ଜୀବନ୍ତ ବମ୍ ଜବତ କରିଛି ପୋଲିସ । ଏହା ସହ ବେଆଇନ ବାଣ ବିକ୍ରି ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ ।