ଭୁବନେଶ୍ୱର,୨୬/୦୧: ଭାତ ଉତୁରି ପଶିବାରୁ ଫାଟିଗଲା ଗ୍ୟାସ ଟାଙ୍କି । ଟାଙ୍କି ଫାଟିବାରୁ ଘରେ ଲାଗିଲା ନିଆଁ । ଏହି ସମୟର ଘରେ କେହି ଉପସ୍ଥିତ ନଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ପରିବାର ସଦସ୍ୟମାନେ । ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ଅଞ୍ଚଳର ଅଠରବାଙ୍କି ନିକଟ ଲକ୍ ପଡାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ପରିବାରର ବଡ଼ ସଦସ୍ୟମାନେ ବାହାରେ କାମ କରିବାକୁ ଯାଇଥିଲେ । ଏହି ସମୟରେ ଛୋଟ ଝିଅ ଗ୍ୟାସରେ ଭାତ ରାନ୍ଧୁଥିଲା। ଭାତ ବସାଇ ଦେଇ ଛୋଟ ପିଲାଟି ବାହାରକୁ କୈାଣସି କାର୍ଯ୍ୟରେ ଯାଇଥିଲା । ଏହି ସମୟରେ ଭାତ ଉତୁରି ପଶିବାରୁ ପ୍ରଥମେ ଘରର ଚାଳକୁ ନିଆଁ ଧରିଥିଲା । ଫଳରେ ଘରଟି ଜଳି ଉଠିଥିଲା । ନିଆଁ ଅଧିକ ବ୍ୟାପି ଯିବାରୁ ଶେଷରେ ଗ୍ୟାସ ଟାଙ୍କି ଫାଟିଯାଇଥିଲା । ଏହା ଦେଖି ସ୍ଥନୀୟଲୋକେ ତୁରନ୍ତ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ଓ ଏଏମଏନଏସ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି ।